Barabati T20 Match: ଆଜିଠାରୁ ବାରବାଟୀ ମ୍ୟାଚ ପାଇଁ ଆରମ୍ଭ ହେବ ଅନଲାଇନ ଟିକେଟ ବିକ୍ରି। ଏ ନେଇ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଘୋଷଣା କରାଯାଇଛି। ତେବେ ଅନଲାଇନରେ କେବଳ ୨୦୦୦ ଟିକେଟ ବିକ୍ରି ହେବ। ପୂର୍ବଥର ଅନଲାଇନରେ ୪୦୦୦ ହଜାର ଟିକେଟ ବିକ୍ରି କରାଯାଇଥିଲା। କେତେକ ସ୍ଥାନରେ ଷ୍ଟାଡିୟମ ଦୁର୍ବଳ ଥିବାରୁ ଦର୍ଶକ ସଂଖ୍ୟା ହ୍ରାସ କରାଯାଇଛି। ତେବେ ଟିକେଟ ମୂଲ୍ୟ ଯାହା ରଖାଯାଇଛି ତାହା ହେଲା
- ଗ୍ୟାଲେରୀ ୧ ଏବଂ ୩: ୧୧୦୦ ଟଙ୍କା
- ଗ୍ୟାଲେରୀ ୨ ଏବଂ ୪: ୯୦୦ ଟଙ୍କା
- ଗ୍ୟାଲେରୀ ୫: ୧୨୦୦ ଟଙ୍କା
- ଗ୍ୟାଲେରୀ ୭: ୭୦୦ ଟଙ୍କା
- ସ୍ୱତନ୍ତ୍ର ଏନକ୍ଲୋଜର: ୬୦୦୦ ଟଙ୍କା
- ଏସି ବାକ୍ସ: ୮୦୦୦ ଟଙ୍କା
- ନୂତନ ପାଭିଲିୟନ: ୧୦,୦୦୦ ଟଙ୍କା
- କର୍ପୋରେଟ୍ ବାକ୍ସ: ୨୦,୦୦୦ ଟଙ୍କା
ତେବେ ଏଥର ବାରବାଟୀର ଟିକେଟ ସଂଖ୍ୟା ହ୍ରାସ କରାଯାଇଛି। କେତେକ ସ୍ଥାନରେ ସିଟ୍ ଦୁର୍ବଳ ଥିବାରୁ ଏହି ସଂଖ୍ୟା ହ୍ରାସ କରାଯାଇଛି। ଯେଉଁମାନେ ଅନଲାଇନରେ ଟିକେଟ କରିବେ ସେମାନଙ୍କୁ ୮ ଓ ୯ ତାରିଖରେ କଟକ କେମ୍ବ୍ରିଜ ସ୍କୁଲରେ ଟିକେଟ ପ୍ରଦାନ କରାଯିବ। ଆଜି ଦିନ ୨ ଟା ପରେ ଅନଲାଇନ ଟିକେଟ ବ୍ୟବସ୍ଥା ଖୋଲିବ।


