Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Sanchar Saathi: ଆପଣଙ୍କ ମୋବାଇଲରେ ସଞ୍ଚାର ସାଥୀ ଆପ୍‌ ଡାଉନଲୋଡ କରନ୍ତୁ, ନଚେତ…
ଜାତୀୟ ଖବର

Sanchar Saathi: ଆପଣଙ୍କ ମୋବାଇଲରେ ସଞ୍ଚାର ସାଥୀ ଆପ୍‌ ଡାଉନଲୋଡ କରନ୍ତୁ, ନଚେତ…

December 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sanchar Saathi:
ଆପଣଙ୍କ ମୋବାଇଲରେ ସଞ୍ଚାର ସାଥୀ ଆପ୍‌ ଡାଉନଲୋଡ କରନ୍ତୁ, କେନ୍ଦ୍ର ସରକାର ଦେଲେ ନିର୍ଦ୍ଦେଶ

Sanchar Saathi: ଏଣିକି ଭାରତରେ ବ୍ୟବହୃତ ହେଉଥିବା ସବୁ ମୋବାଇଲ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍‌ ପ୍ରି-ଇନଷ୍ଟଲ୍‌ ବା ଆଗୁଆ ଇନଷ୍ଟଲ ହେବା ଆବଶ୍ୟକ। ଭାରତରେ ନିର୍ମିତ ଏବଂ ଭାରତରେ ବ୍ୟବହାର ଲାଗି ଆମଦାନୀ ହେଉଥିବା ସବୁ ହ୍ୟାଣ୍ଡସେଟ୍‌ ପାଇଁ ଏହା ବାଧ୍ୟତାମୂଳକ ବୋଲି ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ନିର୍ଦ୍ଦେଶ ଦେଇଛି।

ଏହାଦ୍ୱାରା ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ଅସଲି ବୋଲି ପ୍ରମାଣିତ ହୋଇପାରିବ। ଏଥିସହିତ ଦୂରସଞ୍ଚାର ଉତ୍ସର ସନ୍ଦିଗ୍ଧ ଅପବ୍ୟବହାର ସମ୍ପର୍କରେ ସହଜରେ ଅଭିଯୋଗ କରାଯାଇପାରିବ ଏବଂ ସଞ୍ଚାର ସାଥୀ କାର୍ଯ୍ୟକ୍ରମର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ। ମୋବାଇଲ୍‌ ହ୍ୟାଣ୍ଡସେଟର ସବୁ ନିର୍ମାତା ଏବଂ ଆମଦାନୀକାରୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।

ଡିଭାଇସ୍ ସେଟଅପ୍ ସମୟରେ ଆପ୍ ସହଜରେ ବ୍ୟବହାରକାରୀଙ୍କୁ ଆକ୍ସେସିବଲ ହେବାର ବ୍ୟବସ୍ଥା ମୋବାଇଲ ନିର୍ମାତା କରିବା ଉଚିତ୍ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି । ଏହାର କୌଣସି ଫିଚର୍ ଡିଜେବ୍ଲ କିମ୍ବା ସୀମିତ ହେବା ଉଚିତ୍ ନୁହେଁ ବୋଲି ଦୂରସଞ୍ଚାର ବିଭାଗ କହିଛି । ଏହାସହିତ ଭାରତରେ ପୂର୍ବରୁ ନିର୍ମାଣ ହୋଇସାରିଥିବା ଏବଂ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ସବୁ ମୋବାଇଲ୍‌ ଡିଭାଇସରେ ସଫ୍ଟୱେର ଅପଡେଟ୍‌ ଜରିଆରେ ଏହି ଆପ୍‌ କୁ ଇନଷ୍ଟଲ କରିବା ଲାଗି ମୋବାଇଲ ନିର୍ମାତା ଏବଂ ଆମଦାନୀକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 90 ଦିନ ମଧ୍ୟରେ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ସହିତ 120 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ସାଇବର ଠକେଇ ପାଇଁ ଦୂରସଞ୍ଚାର ଉତ୍ସର ଅପବ୍ୟବହାରକୁ ରୋକିବା ଲାଗି ସଞ୍ଚାର ସାଥୀ କାର୍ଯ୍ୟକ୍ରମ ଆରମ୍ଭ କରିଛି ଦୂରସଞ୍ଚାର ବିଭାଗ । ଏହା ଦୂରସଞ୍ଚାର ସାଇବର ସୁରକ୍ଷା ସୁନିଶ୍ଚିତ କରୁଛି । ନାଗରିକମାନେ ସଞ୍ଚାର ସାଥୀ ଆପ୍‌ ଏବଂ ପୋର୍ଟାଲରେ ଆଇଏମଇଆଇ ନମ୍ବର ଦାଖଲ କରି ମୋବାଇଲ ହ୍ୟାଣ୍ଡସେଟ୍‌ ଅସଲି କିମ୍ବା ନକଲି ତାହା ଜାଣିପାରିବେ ଏବଂ କୌଣସି ପ୍ରକାର ସନ୍ଦିଗ୍ଧ ଅପବ୍ୟବହାର ସମ୍ପର୍କରେ ଅଭିଯୋଗ କରିପାରିବେ। ମୋବାଇଲ ହ୍ୟାଣ୍ଡସେଟ ଜରିଆରେ ଠକେଇ, ମୋବାଇଲ ଚୋରି ହେବା କିମ୍ବା ହଜିଯିବା, ନିଜ ନାମରେ ଥିବା ମୋବାଇଲ ସଂଯୋଗ ଯାଞ୍ଚ କରିବା ସହିତ ଆର୍ଥିକ ଓ ବ୍ୟାଙ୍କ କାରବାରକୁ ବିଶ୍ୱସନୀୟ କରିବା କ୍ଷେତ୍ରରେ ଏହି ଆପ୍‌ ଓ ପୋର୍ଟାଲ ବିଶେଷ ସହାୟକ ହେଉଛି ।

ନିମ୍ନ ଲିଙ୍କରେ ସଞ୍ଚାର ସାଥୀ ଆପ୍‌ ଡାଉନଲୋଡ୍‌ କରାଯାଇପାରିବ:

ଆଣ୍ଡ୍ରଏଡ୍‌ ପାଇଁ: https://play.google.com/store/apps/details id=com.dot.app.sancharsaathi

ଆଇଓଏସ ପାଇଁ : https://apps.apple.com/app/sanchar-saathi/id6739700695

 

mobile Sanchar Sathi ଆପଣଙ୍କ ମୋବାଇଲ ସଂଞ୍ଚାର ସାଥୀ
Share. Facebook Twitter LinkedIn Email WhatsApp Copy Link

Related Posts

BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025
Latest News

ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ

December 23, 2025

BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.