Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

ଭୁବନେଶ୍ଵର: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି।

ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ରହିଥିବା ବେଳେ ଏହାଦ୍ବାରା ପାଠପଢାରେ ମନୋନିବେଶ ସହଜ ହୋଇନଥାଏ ବୋଲି କୁହାଯାଇଛି।

ଗବେଷଣାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 25 ପ୍ରତିଶତ ଦୈନିକ 4 ଘଣ୍ଟାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ବଳକା ଛାତ୍ରଛାତ୍ରୀ ଦୈନିକ 1ରୁ 3 ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସର୍ବାଧିକ 40 ପ୍ରତିଶତ ଇଣ୍ଟରନେଟ୍‌ ସୋସିଆଲ ମିଡିଆରେ ବ୍ୟବହୃତ ହେଉଥିବା ବେଳେ ମାତ୍ର 30 ପ୍ରତିଶତ ବିଭିନ୍ନ ପାଠ ସମ୍ବନ୍ଧୀୟ ସୂଚନା ସର୍ଚ୍ଚ କରିଥାନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୋବାଇଲ୍‌ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଝାଡଖଣ୍ଡ : ଝାଡଖଣ୍ଡର ଚତରାଠାରେ ଜଣେ ସ୍ବାମୀ ମୋବାଇଲ୍‌ ସ୍ତ୍ରୀକୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଙ୍କର ମୋବାଇଲ୍‌ ହଜିଯିବାରୁ ନିଜ ସ୍ତ୍ରୀକୁ ଘରେ ଫାଶୀରେ ଝୁଲାଇ ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ଜଣଙ୍କୁ ପୋଲିସ୍‌ ଗିରଫ କରିଛି ।

ଅଭିଯୁକ୍ତ ସ୍ବାମୀ ଜଣକ ହେଉଛନ୍ତି ଉମେଶ ଭୂୟାଁ ।  ମୋବାଇଲ୍‌ ଫୋନ୍‌ ହଜିଯିବା ପରେ ରାଗରେ ନିଜ ସ୍ତ୍ରୀ ଡଲି ଦେବୀଙ୍କୁ ଘରେ ଫାଶୀରେ ଝୁଲାଇଦେଇଛନ୍ତି । ଏହି ଘଟଣା ଚତରା ସଦର ଥାନା ଅନ୍ତର୍ଗତ ହାସବୋ ଗ୍ରାମରେ ହୋଇଛି । ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ସ୍ବାମୀ ଜଣକ ଶଶ୍ବୁର ଘରକୁ ଯାଇଥିଲେ । ସେଠାରେ ତାଙ୍କ ମୋବାଇଲ ହଜି ଯାଇଥିଲା । ତା’ ପରଦିନ ଯେତେବଳେ ସେ ଘରକୁ ଫେରିଲେ ମୋବାଇଲ ହଜିଥିବା ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା କରିଥିଲେ । ରାଗରେ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ ।

ପୋଲିସ୍‌ ଘଟଣାସମ୍ପର୍କରେ ସୂଚନା ପାଇବା ପରେ ମହିଳାଙ୍କ ମୃତଦେହକୁଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । ଅଭିଯୁକ୍ତ ସ୍ବାମୀ ଉମେଶ ଭୂୟାଁକୁ ଗିରଫ କରି ଜେଲ୍‌ ପଠାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲୁଟେରା ଗ୍ୟାଙ୍ଗ ଗିରଫ : ମୋବାଇଲ୍‌ ଓ କମ୍ପ୍ୟୁଟର ଜବତ

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ : ମୋହନା ପୋଲିସ୍‌କୁ ମିଳିଛି ବଡ ସଫଳତା । ବିଗତ ଦିନରେ ଏକ ମୋବାଇଲ୍‌ ଦୋକାନରୁ ଚୋରି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସ୍‌ ସକ୍ଷମ ହୋଇଛି । ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଗତ 30ତାରିଖରେ ଏକ ମୋବାଇଲ ଦେକାନରୁ ଏବଂ ହାଇସ୍କୁଲରୁ ଚୋରି କରିଥିଲେ । ମୋବାଇଲ୍‌ ଦୋକାନରେ କଳକାକନା ବୁଲାଇବା ସହିତ ହାଇସ୍କୁଲ ପରିସରରୁ ଏକ କମ୍ପ୍ୟୁଟର ଚୋରି କରି ନେଇଥିଲେ । ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମୋବାଇଲ ଦୋକାନୀ ମୋହନା ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ୍‌ ଆଧାରରେ ମୋହନା ପୋଲିସ୍‌ ଚଢାଉ କରି ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ସମସ୍ତ ମୋବାଇଲ ସହିତ କମ୍ପ୍ୟୁଟର ଜବତ କରିଛି । ଆର. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍‌ ଚଢାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକ୍ ଡାଉନ୍ ସମୟରେ ଚକ୍କର କାଟିଲେ ବାଇକ୍ ସହିତ ଜବତ ହେବ ମୋବାଇଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର : କରୋନାକୁ ପ୍ରତିହତ କରିବାପାଇଁ ଲକଡାଉନ୍ ଜାରି କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଅବମାନନା କରାଯାଉଛି। ଏହି ସମୟରେ ବାଇକ୍‌ରେ ଚକ୍କର କାଟୁଥିବା ବ୍ୟକ୍ତିଙ୍କ ବାଇକ୍ ସହ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବାରେ ମୋଟର ସାଇକେଲ ବ୍ୟାଘାତ ସୃଷ୍ଟି କରୁଥିବାରୁ ଏହାର ଚଳାଚଳକୁ ଶତପ୍ରତିଶତ ନିଷେଧ କରାଯାଇଛି। ଅଧିକ ମାତ୍ରାରେ ରୋଡ୍ ବ୍ୟାରିକେଡିଂ କରାଯିବ। ବିଡିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ଲକ୍ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ। ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ୧୫ ହଜାର ୩୭୭ ଜଣ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଟାଟା ସହିତ ବୁଝାମଣା ପୂର୍ବକ ଶୀତଳାପଲ୍ଲି ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲକୁ କରୋନା ଆଇସୋଲେଟେଡ୍ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ । ଅନ୍ୟୁନ ୧୦୦ ରୋଗୀଙ୍କ ପାଇଁ ତୁରନ୍ତ ବେଡର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ବେଡ୍ ଗୁଡିକର ସୁବ୍ୟବସ୍ଥା ସ୍ବଳ୍ପ ସମୟ ମଧ୍ୟରେ କରାଯିବ। ଜିଲ୍ଲାପାଳ ବ୍ୟକ୍ତିଗତ ଭାବରେ ଏହାକୁ ତଦାରଖ କରୁଛନ୍ତି। ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବାପାଇଁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ଗ୍ରାମ ସ୍ତରରେ ୫ ଜଣ ସ୍ବେଚ୍ଛାସେବୀ ଏବଂ ପଞ୍ଚାୟତ ସ୍ତରରେ ୨୦ ଜଣ ସ୍ବେଚ୍ଛାସେବୀ ଚିହ୍ନଟ କରି ସଜାଗ ରଖିବାକୁ ଜିଲ୍ଲାପାଳ କହିଛନ୍ତି। ଯେଉଁ ମାନଙ୍କର କ୍ବାରେଣ୍ଟାଇନ୍ ଅବଧି ସରୁଛି ସେମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି। କେହି ଯେପରି ଭୋକିଲା ନ ରହେ ତାକୁ ସଂପୃକ୍ତ ବିଡିଓ ତଦାରଖ କରିବେ। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଚାରିଚକିଆ ଏବଂ ତିନି ଚକିଆ ଯାନକୁ ସଂପୃକ୍ତ ଉପ ଜିଲ୍ଲାପାଳ ସ୍ତରରେ ଅନୁମତି ପତ୍ର ଦିଆଯିବ । କୌଣସି ବ୍ୟକ୍ତି ଯଦି ଅନୁମତି ପତ୍ରର ଅସଦ୍ ବ୍ୟବହାର କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ଆଇନ୍ ଲାଗୁ କରାଯିବ। ସାହି ବସ୍ତିରେ ସ୍ବୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିବା ବିକ୍ରୟ କରିବେ । ଯେଉଁଠାରେ ପୂର୍ବରୁ ପରିବା ବିକ୍ରୟ କରାଯାଉଥିଲା ସେଠାର ବିକ୍ରେତା ମାନଙ୍କୁ ଭାଗଭାଗ କରି ସହରର ବିଭିନ୍ନ ଅଞ୍ଚଳରେ ଉପଯୁକ୍ତ ଦୂରତ୍ବ ବଜାୟ ରଖି ପରିବା ବିକ୍ରୟ କରିବାକୁ କୁହାଯାଇଛି । ସ୍ଥାନୀୟ ପ୍ରଶାସନ ଏହାକୁ ସୁନିଶ୍ଚିତ କରିବେ। କରୋନାର ବୀଭିଷିକାକୁ ହୃଦୟଙ୍ଗମ କରି ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ସୈନିକ ଭାବରେ ଏହି ଲଢାଇରେ ସାମିଲ ହେବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ଦୁଇ ଝିଅଙ୍କୁ ଗୁଳିକରି ହତ୍ୟାକଲେ ବାପା

ମେନପୁରୀ (ୟୁପି): ଉତ୍ତରପ୍ରଦେଶର ଧାରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୋରି କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ଜଣେ ସମ୍ପର୍କୀୟଙ୍କ ଘରୁ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହେବା ପରେ ଜନୈକ ବ୍ୟକ୍ତିଜଣଙ୍କ ତାଙ୍କ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟଯେ, ବୁଧବାର ବିଳମ୍ବିତ ରାତିରେ ବାପା ସୁଖଦେବ ଶର୍ମା ତାଙ୍କ ଝିଅ – ନେହା, (୧୮) ଏବଂ ଅନାମିକା(୨୦) କୁ ହତ୍ୟା କରିଥିଲେ। ଏସପି ଓମ ପ୍ରକାଶ ସିଂ କହିଛନ୍ତି ଯେ ଅଭିଯୁକ୍ତଙ୍କ ପରିବାର ମଙ୍ଗଳବାର ଦିନ ଗାଁର କିଛି ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ। ଜଣେ ସମ୍ପର୍କୀୟଙ୍କ ମୋବାଇଲ୍ ଚୋରି ହୋଇଥିଲା ଏବଂ ଦୋଷ ନେହା ଏବଂ ଅନାମିକାଙ୍କ ଉପରେ ପଡିଥିଲା। ଯଦିଓ ଏହି ଅଭିଯୋଗ ପ୍ରମାଣିତ ହୋଇନଥିଲା, ଶର୍ମା ଏତେ ରାଗି ଯାଇଥିଲେ ଯେ ବୁଧବାର ବିଳମ୍ବିତ ରାତିରେ ସେ ଘରକୁ ଫେରି ଉଭୟ ଝିଅଙ୍କୁ ହତ୍ୟା କରିଥିଲେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମୋବାଇଲକୁ ମହଙ୍ଗା ମାଡ : ମୋବାଇଲ୍‌ ଉପରେ ଜିଏସ୍‌ଟିରେ ବୃଦ୍ଧି

ମୁମ୍ବାଇ : ଦେଶର ଅର୍ଥନୀତି ତଳୁଆ ରହିଥିବା ବେଳେ ପୁଣଗି ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ ଆଉ ଏକ ଆର୍ଥିକ ବୋଝ ଲଦି ଦିଆଯାଇଛି । ମୋବାଇଲ ଦର ବୃଦ୍ଧି ନବେଇ ଶନିବାର ଘୋଷଣା କରାଯାଇଛି । ଶନିବାର ଦିନ ଜିଏସ୍‌ଟି କାଉନ୍‌ସିଲ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମୋବାଇଲ୍‌ ଉପରେ 12 ପ୍ରତିଶତର ଜିଏସ୍‌ଟି ଲାଗୁଥିବା ବେଳେ ଶନିବାର ମୋବାଇଲ୍‌ ଉପରେ 18 ପ୍ରତିଶତର ଜିଏସ୍‌ଟି ଲାଗୁ କରାଯିବ । ଆସନ୍ତା ଏପ୍ରିଲ୍‌ 1 ତାରିଖରୁ ଏହି ନୂତନ ଜିଏସ୍‌ଟି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣା ପଡିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

ସମୀକ୍ଷା ବ୍ୟୁରୋ : ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ। ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି।

ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ରହିଥିବା ବେଳେ ଏହାଦ୍ବାରା ପାଠପଢାରେ ମନୋନିବେଶ ସହଜ ହୋଇନଥାଏ ବୋଲି କୁହାଯାଇଛି।

ଗବେଷଣାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 25 ପ୍ରତିଶତ ଦୈନିକ 4 ଘଣ୍ଟାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ବଳକା ଛାତ୍ରଛାତ୍ରୀ ଦୈନିକ 1ରୁ 3 ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସର୍ବାଧିକ 40 ପ୍ରତିଶତ ଇଣ୍ଟରନେଟ୍‌ ସୋସିଆଲ ମିଡିଆରେ ବ୍ୟବହୃତ ହେଉଥିବା ବେଳେ ମାତ୍ର 30 ପ୍ରତିଶତ ବିଭିନ୍ନ ପାଠ ସମ୍ବନ୍ଧୀୟ ସୂଚନା ସର୍ଚ୍ଚ କରିଥାନ୍ତି।

Categories
ବିଶେଷ ଖବର

ଏଣିକି ମୋବାଇଲ ନମ୍ବର ୧୦ ଅଙ୍କ ବଦଳରେ ହେବ ୧୧ ଅଙ୍କ ବିଶିଷ୍ଟ, ଏପରି ପରିବର୍ତ୍ତନ ପାଇଁ ଚିନ୍ତା କରୁଛି ଟ୍ରାଇ

ପ୍ରତାପ ବେହେରା

ବର୍ତ୍ତମାନ ସମସ୍ତଙ୍କ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ରହିଛି। ହେଲେ ଭାରତ ଟେଲିକମ ରେଗୁଲେଟରୀ ଅଥରିଟ୍ ବା ଟ୍ରାଇ ବର୍ତ୍ତମାନ ଏହି ଅଙ୍କକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଯଦି ଲାଗୁ ହୁଏ ତେବେ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ନ ହୋଇ ୧୧ ଅଙ୍କ ବିଶିଷ୍ଠ ହେବ। ଏକ ବିଶେଷ ସୁତ୍ରର ଏହି ଖବର ଜଣାପଡିଛି। ଟ୍ରାଇ ଏପରି ନିଷ୍ପତି ନେବା ପଛର କାରଣ ହେଉଛି ଯେ, ଦିନକୁ ଦିନ ମୋବାଇଲ ଗ୍ରାହକ ସଂଖ୍ୟା ବୃଦ୍ଧି।

ବର୍ତ୍ତମାନ ଭାରତରେ ଯେଉଁ ମୋବାଇଲ ନମ୍ବର ରହିଛି ସେଗୁଡିକ 6,7,8 କିମ୍ବା 9 ନମ୍ବରରେ ଆରମ୍ଭ ହେଉଛି। ଏଗୁଡିକର କ୍ଷମତା ହେଉଛି ୨ଶହ କୋଟି ଗ୍ରାହକ। ହେଲେ ବର୍ତ୍ତମାନ ମୋବାଇଲ ଗ୍ରାହକ ସଂଖ୍ୟା ୧୨୦ କୋଟି ଟପି ସାରିଲାଣି। ଟ୍ରାଇ ହିସାବ କରି ଜାଣିପାରିଛି ଯେ, ୨୦୫୦ ମସିହା ବେଳକୁ ଭାରତରେ ଏହି ମୋବାଇଲ ଗ୍ରାହକ ସଂଖ୍ୟା ୪ ଶହ କୋଟି ଟପିବ। ଫଳରେ ବର୍ତ୍ତମାନଠାରୁ ଏହାର କ୍ଷମତା ନ ବଢାଇଲେ ମୋବାଇଲ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ହେଲେ ପ୍ରଥମେ ୧୦ ଅଙ୍କର ମୋବାଇଲ ନମ୍ବରରେ ଆଉ ଏକ ନମ୍ବର ଯୋଡିବାକୁ ପଡିବ, ଯାହା ଫଳରେ ଏହା ୧୧ ଅଙ୍କ ବିଶିଷ୍ଠ ହେବ।

ବର୍ତ୍ତମାନ ନୁହେଁ ପୂର୍ବରୁ  ୧୯୯୩ ମସିହାଠାରୁ ୨୦୦୩ ମସିହା ମଧ୍ୟରେ ଦୁଇଥର ଏହି ଅଙ୍କକୁ ପରିବର୍ତ୍ତନ କରାଯାଇଛି।  ପ୍ରଥମେ ଏହା ୬ ଅଙ୍କ ବିଶିଷ୍ଠ ନମ୍ବର ଥିଲା। ପରବର୍ତ୍ତି ସମୟରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପରେ ଏହାକୁ ୧୦ ଅଙ୍କ କରାଗଲା, ଯାହା ବର୍ତ୍ତମାନ ସୁଦ୍ଧା ଚାଲିଛି। ୨୦୦୩ ମସିହା ପର୍ଯ୍ୟନ୍ତ ଟ୍ରାଇ ପ୍ରାୟ ୭୫ କୋଟି ଗ୍ରାହକ ହେବେ ବୋଲି ଭାବି ସେବା ଯୋଗାଇବାର ବ୍ୟବସ୍ଥା କରିଥିଲା। ସେଥିରେ କେବଳ ୪୫ କୋଟି ମୋବାଇଲ ଏବଂ ୩୦ କୋଟି ଲ୍ୟାଣ୍ଡ ଫୋନ ଗ୍ରାହକ ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଏହି ସଂଖ୍ୟା ବର୍ତ୍ତମାନ ଧିରେ ଧିରେ ବୃଦ୍ଧି ଘଟିବାରେ ଲାଗିଛି। ଯାହା ଫଳରେ ଭବିଷ୍ୟତ ପାଇଁ ଏହା ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଟ୍ରାଇ ଅନୁଭବ କରିଛି।

କେବଳ ମୋବାଇଲ ନମ୍ବର ନୁହେଁ, ଲ୍ୟାଣ୍ଡ ଫୋନ ନମ୍ବର ମଧ୍ୟ ୧୦ ଅଙ୍କ ବିଶିଷ୍ଠ କରିବାକୁ ଟ୍ରାଇ ଚିନ୍ତା କରୁଥିବାର ଜଣାପଡିଛି। ଲ୍ୟାଣ୍ଡ ଫୋନ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଘଟୁ ନ ଥିଲେ ମଧ୍ୟ ମୋବାଇଲର ୧୧ ଅଙ୍କକୁ ଧ୍ୟାନରେ ରଖି ଏହାକୁ ୧୦ ଅଙ୍କ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଲ୍ୟାଣ୍ଡ ଫୋନ ନମ୍ବର ୬ ଅଙ୍କ ବିଶିଷ୍ଠ ରହିଛି। ସେହିପରି ଡୋଙ୍ଗଲରେ ସ୍ବତନ୍ତ୍ର ୧୩ ଅଙ୍କ ବିଶିଷ୍ଠ ନମ୍ବର ପ୍ରଦାନ କରିବାକୁ ଟ୍ରାଇ ମଧ୍ୟ ଚିନ୍ତା କରୁଛି। ଏଥିରେ କେବଳ ଡାଟା ମିଳିପାରିବ ମାତ୍ର ଭଏସ କଲ ହୋଇପାରିବ ନାହିଁ। ଏହାଦ୍ବାରା  ଡାଟା ବା ଡୋଙ୍ଗଲ ବ୍ୟବହାରକାରୀ ଏବଂ ମୋବାଇଲ ଗ୍ରାହକଙ୍କ ମଧ୍ୟରେ ତଫାତ ସୃଷ୍ଟି ହୋଇପାରିବ।

ବର୍ତ୍ତମାନ ଦେଶରେ ୬, ୭, ୮ କିମ୍ବା ୯ ସଂଖ୍ୟାରୁ ଆରମ୍ଭ ହୋଉଥିବା ମୋବାଇଲ ନମ୍ବରର ପ୍ରଚଳନ ହେଉଛି। ଆଉ ଏକ ଅଙ୍କକୁ ଯଦି ସାମିଲ କରାଯାଏ ତେବେ ତାହା କେଉଁ ସଂଖ୍ୟା ହେବ ସେ ନେଇ ଟ୍ରାଇ ବିଚାର ବିମର୍ଶ କରୁଥିବାର ଜଣାପଡିଛି। ବିଭିନ୍ନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହା ୩, ୪ କିମ୍ବା ୫ ସଂଖ୍ୟା ଯୋଡା ଯିବ ବୋଲି ଚିନ୍ତା କରାଯାଉଛି।

ବର୍ତ୍ତମାନ ମୋବାଇଲ ଜଗତରେ ଯେପରି ବିପ୍ଲବ ଆସିଛି ସେଥିରେ ଟ୍ରାଇ ଚିନ୍ତାରେ ପଡିଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ମୋବାଇଲ ସେବା ପ୍ରଦାନକାରୀ କଂପାନୀମାନେ ଯେପରି ନୂଆନୂଆ ସେବା ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି, ସେଥିରେ ସମସ୍ତଙ୍କ ପାଇଁ ମୋବାଇଲ ନିହାତି ଆବଶ୍ୟକ ହୋଇପଡିଛି। ଦେଶରେ ୫ଜି ପ୍ରବେଶ କରିବା ପରେ ଏହି ସଂଖ୍ୟା ଆହୁରି ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ଟ୍ରାଇ ୧୧ ଅଙ୍କ ନମ୍ବର କରିବାକୁ ଚିନ୍ତା କରିଛି।

Categories
ଆଜିର ଖବର

ମୋବାଇଲ ଫାଟି ତିନି ଗୁରୁତର

ସୁବର୍ଣ୍ଣପୁର ବିନିକାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫାଟିବାରୁ ତିନି ଜଣ ବାଳକ ଗୁରୁତର ହୋଇପଡ଼ିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଡୁଙ୍ଗୁରିପାଲି ଅନ୍ତର୍ଗତ ଅଡାକଷା ଗ୍ରାମର ତିନି ଜଣ ବାଳକ ଏକ ମୋବାଇଲରେ ଖେଳୁଥିଲେ। ଏହି ସମୟରେ ମୋବାଇଲ ଫାଟିଯିବାରୁ ପିଲାମାନେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲାମାନଙ୍କ ପରିଚୟ ଜଣାପଡ଼ି ନାହିଁ।