ଲୁଟେରା ଗ୍ୟାଙ୍ଗ ଗିରଫ : ମୋବାଇଲ୍‌ ଓ କମ୍ପ୍ୟୁଟର ଜବତ

Published: May 3, 2020, 4:13 pm IST

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ : ମୋହନା ପୋଲିସ୍‌କୁ ମିଳିଛି ବଡ ସଫଳତା । ବିଗତ ଦିନରେ ଏକ ମୋବାଇଲ୍‌ ଦୋକାନରୁ ଚୋରି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସ୍‌ ସକ୍ଷମ ହୋଇଛି । ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଗତ 30ତାରିଖରେ ଏକ ମୋବାଇଲ ଦେକାନରୁ ଏବଂ ହାଇସ୍କୁଲରୁ ଚୋରି କରିଥିଲେ । ମୋବାଇଲ୍‌ ଦୋକାନରେ କଳକାକନା ବୁଲାଇବା ସହିତ ହାଇସ୍କୁଲ ପରିସରରୁ ଏକ କମ୍ପ୍ୟୁଟର ଚୋରି କରି ନେଇଥିଲେ । ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମୋବାଇଲ ଦୋକାନୀ ମୋହନା ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ୍‌ ଆଧାରରେ ମୋହନା ପୋଲିସ୍‌ ଚଢାଉ କରି ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ସମସ୍ତ ମୋବାଇଲ ସହିତ କମ୍ପ୍ୟୁଟର ଜବତ କରିଛି । ଆର. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍‌ ଚଢାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

Related posts