ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ଦୁଇ ଝିଅଙ୍କୁ ଗୁଳିକରି ହତ୍ୟାକଲେ ବାପା

Published: Mar 19, 2020, 5:32 pm IST

ମେନପୁରୀ (ୟୁପି): ଉତ୍ତରପ୍ରଦେଶର ଧାରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୋରି କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ଜଣେ ସମ୍ପର୍କୀୟଙ୍କ ଘରୁ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହେବା ପରେ ଜନୈକ ବ୍ୟକ୍ତିଜଣଙ୍କ ତାଙ୍କ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟଯେ, ବୁଧବାର ବିଳମ୍ବିତ ରାତିରେ ବାପା ସୁଖଦେବ ଶର୍ମା ତାଙ୍କ ଝିଅ – ନେହା, (୧୮) ଏବଂ ଅନାମିକା(୨୦) କୁ ହତ୍ୟା କରିଥିଲେ। ଏସପି ଓମ ପ୍ରକାଶ ସିଂ କହିଛନ୍ତି ଯେ ଅଭିଯୁକ୍ତଙ୍କ ପରିବାର ମଙ୍ଗଳବାର ଦିନ ଗାଁର କିଛି ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ। ଜଣେ ସମ୍ପର୍କୀୟଙ୍କ ମୋବାଇଲ୍ ଚୋରି ହୋଇଥିଲା ଏବଂ ଦୋଷ ନେହା ଏବଂ ଅନାମିକାଙ୍କ ଉପରେ ପଡିଥିଲା। ଯଦିଓ ଏହି ଅଭିଯୋଗ ପ୍ରମାଣିତ ହୋଇନଥିଲା, ଶର୍ମା ଏତେ ରାଗି ଯାଇଥିଲେ ଯେ ବୁଧବାର ବିଳମ୍ବିତ ରାତିରେ ସେ ଘରକୁ ଫେରି ଉଭୟ ଝିଅଙ୍କୁ ହତ୍ୟା କରିଥିଲେ। (ଏଜେନ୍ସି)

Related posts