Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତା ୯ ରେ ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚ: ବାରବାଟୀରେ ସୁରକ୍ଷା ସମୀକ୍ଷା କଲେ ଡିଜିପି
ଜାତୀୟ ଖବର

ଆସନ୍ତା ୯ ରେ ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚ: ବାରବାଟୀରେ ସୁରକ୍ଷା ସମୀକ୍ଷା କଲେ ଡିଜିପି

December 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ T20 ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ T20 ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ: ଆସନ୍ତା 9 ତାରିଖରେ ବାରବାଟି ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଷ୍ଟାଡିୟମ୍‌ ପରିସରରେ ସମଗ୍ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଷ୍ଟାଡିୟମ ପରିସରରେ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା, ଜନ ଗହଳି ନିୟନ୍ତ୍ରଣର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହାସହ ଷ୍ଟାଡିୟମ ପରିସରରେ ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

ଏହା ସହ ପାର୍କିଂ ଓ ଟ୍ରାଫିକ୍‌ର ସୁପରିଚାଳନା, ପ୍ରବେଶ ଓ ପ୍ରସ୍ଥାନ ପଥରେ କଡା କଡ଼ି ଚେକିଂ, CCTV surveillance, anti-sabotage ଦ୍ଵାରା ଯାଞ୍ଚ, ପୁଲିସ ବ୍ୟବସ୍ଥା, ଖେଳାଳିଙ୍କ ଆଗମନ ଓ ପ୍ରସ୍ଥାନ ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଚଳିତ ବର୍ଷ ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ସୁନ୍ଦର ବ୍ୟବସ୍ଥା କରାଯାଇଛି ଏବଂ କ୍ରିଡାପ୍ରେମୀ ମାନେ ଏକ ସୁନ୍ଦର ଅନୁଭୂତି ନେଇ ଖେଳ ଉପଭୋଗ କରିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ।

ବିଗତ ଦିନରେ ଏହି ଷ୍ଟାଡିୟମରେ ବହୁ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦର୍ଶକମାନେ ସବୁକ୍ଷେତ୍ରରେ ସହଯୋଗ କରିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ମ୍ୟାଚ ଆରମ୍ଭ ହେବାର ୩ ରୁ ୪ ଘଣ୍ଟା ପୂର୍ବରୁ ଦର୍ଶକ ଷ୍ଟାଡିୟମ ଆସିବାକୁ ଡିଜିପି ସୂଚନା ଦେଇଛନ୍ତି । ମ୍ୟାଚ୍‌କୁ ଶାନ୍ତିପୂର୍ଣ୍ଣ, ନିରାପଦ ଓ ଶୃଙ୍ଖଳିତ ଭାବେ ଆୟୋଜିତ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି ।

ଏହି ସମୀକ୍ଷା ସମୟରେ ଏସ. ଦେବଦତ୍ତ ସିଂ, ପୋଲିସ କମିଶନର, ଭୁବନେଶ୍ଵର-କଟକ, ନରସିଂହ ଭୋଳ, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ଵର-କଟକ, ଖିଲାରୀ ଋଷିକେଶ ଦ୍ୟାନଦେଓ, ଡିସିପି, କଟକ ଙ୍କ ସମେତ ବହୁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଏବଂ OCA ର ପ୍ରତିନିଧି ଦଳ ଉପସ୍ଥିତ ଥିଲେ।

କଟକ T20 ସୁରକ୍ଷା ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକଙ୍କ ତଦନ୍ତ ଦାବି

September 6, 2026

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026
Latest News

ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକଙ୍କ ତଦନ୍ତ ଦାବି

September 6, 2026

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.