Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ କଲେ ବୈଠକ, ରାଜ୍ୟ ସଂଗଠନ ଅବଗତ ଅଛି କି ?
ଜାତୀୟ ଖବର

ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ କଲେ ବୈଠକ, ରାଜ୍ୟ ସଂଗଠନ ଅବଗତ ଅଛି କି ?

December 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ବିଜେପି ସାଂସଦମାନେ
ଓଡିଶାର ବିଜେପି ସାଂସଦମାନେ ଦିଲ୍ଲୀରେ କଲେ ବୈଠକ, ରାଜ୍ୟ ସଂଗଠନ ଅବଗତ ଅଛି କି ନାହିଁ ସନ୍ଦେହ

ନୂଆଦିଲ୍ଲୀ: ସଂସଦ ଭବନ ପରିସରରେ ଓଡିଶାର ସମସ୍ତ ବିଜେପି ସାଂସଦ ଗତକାଲି ଏକାଠି ହୋଇ ଏକ ବୈଠକ କରିଛନ୍ତି। ହେଲେ ବୈଠକ ସରିବା ପରେ କେହି କିଛି କହିଲେ ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। ସାଂସଦମାନେ ଏକାଠି ହୋଇ ବୈଠକ କରିବାରେ କିଛି ଅସୁବିଧା ନାହିଁ, ହେଲେ ଏହାକୁ ଗଣମାଧ୍ୟମରେ କହିବା କେଉଁଠି ଅସୁବିଧା ରହିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଦଳୀୟ ସାଂସଦମାନେ ଏକାଠି ହେବା ନେଇ ରାଜ୍ୟ ସଂଗଠନ ଅବଗତ ଅଛି କି ନାହିଁ ତାହା ସନ୍ଦେହ ଭିତରେ ରହିଛି।

ତେବେ ସୂଚନା ଅନୁସାରେ କୁଆଡେ ରାଜ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସଂସଦରେ ଓଡ଼ିଶାର ବିଜେପି ସାଂସଦମାନେ ବୈଠକ କରିଥିଲେ। ଓଡ଼ିଶାର ଅଧିକାଂଶ ବିଜେପି ସାଂସଦ ରାଜ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ସଂସଦ ପରିସରରେ ଏକାଠି ହୋଇଥିଲେ ବୋଲି କୁହାଯାଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଥିଲେ।

ସୂତ୍ର ଅନୁଯାୟୀ ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକ ଉପରେ କୁଆଡେ ଆଲୋଚନା ହୋଇଥିଲା ବୋଲି କୁହାଯାଉଛି, ତାହା ହେଲା

ଓଡିଶା ପାଇଁ ସଂସଦୀୟ ରଣନୀତି: ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରସଙ୍ଗଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଉଠାଇବା ଏବଂ ରାଜ୍ୟର ସ୍ୱାର୍ଥ କେନ୍ଦ୍ରିତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। ସେହିପରି ଓଡ଼ିଶା ସାଂସଦମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା।

କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଗତିରେ ପରିଚାଳନା: କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଏବଂ ସମୟୋଚିତ ପାଣ୍ଠି ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇ – ଓଡ଼ିଶାରେ ପ୍ରମୁଖ କେନ୍ଦ୍ରୀୟ ଭିତ୍ତିଭୂମି ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା।

ଆଦିବାସୀ କଲ୍ୟାଣ ଏବଂ ଧାନ ସଂଗ୍ରହ: ରାଜ୍ୟ ଏବଂ କେନ୍ଦ୍ର ନୀତି ମଧ୍ୟରେ ସମନ୍ୱୟକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ ଧାନ ସଂଗ୍ରହ ଆହ୍ୱାନ ଏବଂ ଆଦିବାସୀ କଲ୍ୟାଣ କାର୍ଯ୍ୟକ୍ରମ ଭଳି ପ୍ରମୁଖ ପ୍ରସଂଗ ତୃଣମୂଳ ସ୍ତରର ପହଞ୍ଚିବା ନେଇ ଆଲୋଚନା କରାଯାଇଥିଲା।

ତେବେ ଏହି ବୈଠକ କରିବା ପାଇଁ ବିଜେପି ସଭାପତି ମନମୋହନ ସାମଲ କିମ୍ବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମତି ନିଆଯାଇଥିଲା କି ନାହିଁ ତାହା ଜଣାପଡି ନାହିଁ। କାରଣ ଦଳୀୟ ସଂସାଦମାନେ ଏକାଠି ହୋଇ ବୈଠକ କରିବା ଦଳର ସଭାପତି କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କିମ୍ବା ଅନୁମତି ନେବା ଆବଶ୍ୟକ। ହେଲେ ତାହା କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Odisha BJP MP ଓଡିଶା ବିଜେପି ସାଂସଦ ଓଡିଶା ସାଂସଦଙ୍କ ଦିଲ୍ଲୀରେ ବୈଠକ ବିଜେପି ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026
Latest News

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.