Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

December 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ଫର୍ମାସ୍ୟୁଟିକାଲ
ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁଣାତ୍ମକ ଔଷଧ ଉତ୍ପାଦନ ଏବଂ ଚିକିତ୍ସା ପାଇଁ ଉନ୍ନତ ମାନର ଡ଼ିଭାଇସ ପ୍ରସ୍ତୁତ କରି ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଫାର୍ମା କେନ୍ଦ୍ର ଭାବରେ ଉଭା ହେବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଭିଭାନ୍ତା ଠାରେ ଆୟୋଜିତ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫କୁ ସମ୍ବୋଧନ କରି କହିଛନ୍ତି।

ସୂଚନା ଯୋଗ୍ୟ ଯେ ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମୁଦାୟ ୬,୨୬୩ କୋଟି ଟଙ୍କାର ୪୫ଟି ବୁଝାମଣା ପତ୍ର (MoU ) ସ୍ଵାକ୍ଷରିତ ହୋଇଛି, ଯାହା ରାଜ୍ୟରେ ସମୁଦାୟ ୩୮,୪୦୬ ନିଯୁକ୍ତି ସୃଷ୍ଟି କରିବ। ସେଥି ମଧ୍ୟରୁ ଫର୍ମାସ୍ୟୁଟିକାଲସ ପାଇଁ ୩୨ଟି ବୁଝାମଣାପତ୍ର, ମେଡିକାଲ ଉପକରଣ ପାଇଁ ୧୨ଟି ବୁଝାମଣାପତ୍ର ଏବଂ ଏକ ଲ୍ୟାଣ୍ଡମାର୍କ ଶିଳ୍ପ ପାର୍କ ପ୍ରସ୍ତାବ ପାଇଁ ଆଉ ଗୋଟିଏ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ (Odisha Pharmaceutical and Medical Devices Policy 2025) ର ଶୁଭାରମ୍ଭ କରିବା ସହିତ ଖୋର୍ଦ୍ଧା ଠାରେ ଗୋଟିଏ ଉତ୍ସର୍ଗୀକୃତ ଫାର୍ମା ପାର୍କ ତଥା ଏକ ମେଡିକାଲ ଡ଼ିଭାଇସେସ୍ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ନିବେଶକ ମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ କରିବାକୁ ସରକାର ସମସ୍ତ ପ୍ରକାର ଆବଶ୍ୟକତାକୁ ପୂରଣ କରୁଛନ୍ତି। ଏଥିସହିତ ରାଜ୍ୟରେ ଅଣ ପାରମ୍ପରିକ ଉଦ୍ୟୋଗକୁ ମଧ୍ୟ ବିକାଶ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ବର୍ତ୍ତମାନ ପୁଞ୍ଜି ନିବେଶ ପାଇଁ ଦେଶର ସବୁଠାରୁ ଉତ୍କୃଷ୍ଟ ରାଜ୍ୟ ମଧ୍ୟରୁ ଗୋଟିଏ। ଆମର ଶିଳ୍ପ ଇକୋସିଷ୍ଟମ ଦେଶର ସର୍ବୋତ୍ତମ ପରିବେଶ ମଧ୍ୟରେ ଅନ୍ୟତମ। ଅନ୍ୟାନ୍ୟ ଶିଳ୍ପ ସହିତ ଔଷଧ ଉତ୍ପାଦନରେ ମଧ୍ୟ ଓଡିଶାକୁ ଏକ ପ୍ରମୁଖ କେନ୍ଦ୍ର କରିବା ଆମର ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଧାତୁ, ଖଣିଜ ଏବଂ ରାସାୟନିକ କ୍ଷେତ୍ର ଗୁଡିକ ହେଉଛି ଆମ ଓଡିଶାରେ ଶିଳ୍ପର ବ୍ୟାକବୋନ୍। କିନ୍ତୁ ରାଜ୍ୟର ସମ୍ବଳକୁ ଲୋକାଭିମୁଖୀ କରିବା ପାଇଁ, ଆମକୁ ଆହୁରି ଆଗକୁ ଯିବାକୁ ପଡିବ। ତେଣୁ ଆମେ ଭିତ୍ତିଭୂମି, ନବସୃଜନ ଶକ୍ତି ଓ ଜ୍ଞାନଭିତ୍ତିକ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ଗତ ଦେଢ ବର୍ଷ ଭିତରେ ରାଜ୍ୟରେ ଶିଳ୍ପର ବ୍ୟାପକ ବିବିଧକରଣ ହୋଇଛି। ଓଡିଶାରେ କେମିକାଲ୍‍ସ, ପେଟ୍ରୋକେମିକାଲ୍‍ସ, ଗ୍ରୀନ ଏନର୍ଜି, ଫିନଟେକ୍, ଇଲେକ୍ଟ୍ରୋନିକ୍‍ସ, ସେମିକଣ୍ଡକ୍ଟର, ବୟନଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶ ଆସିଛି। ଆଜି ଠାରୁ ଫାର୍ମା କ୍ଷେତ୍ରରେ ମଧ୍ୟ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶିଳ୍ପ, ସମଗ୍ର ବିଶ୍ୱର ଶିଳ୍ପ ସହିତ ଯୋଡି ହେଉ, ଏବଂ ସମଗ୍ର ବିଶ୍ୱର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିବା ଆମର ଲକ୍ଷ୍ୟ ।

ଫାର୍ମା କ୍ଷେତ୍ର ଉପରେ ଆଲୋକପାତ କରି ସେ କହିଲେ ଯେ ଗତ ଦେଢ଼ ବର୍ଷ ମଧ୍ୟରେ, ଆମେ ରାଜ୍ୟର ଶିଳ୍ପ ନୀତି ଏବଂ ଫାର୍ମା ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଛୁ। ଆମର ଫାର୍ମା ନୀତି ଦେଶର ସର୍ବୋତ୍ତମ ନୀତି ମଧ୍ୟରୁ ଗୋଟିଏ। ନୂଆ ଫାର୍ମା ନୀତିରେ ଗବେଷଣା, ପୁଞ୍ଜି ନିବେଶ, ଭିତ୍ତିଭୂମି ନିର୍ମାଣ, ନିଯୁକ୍ତି ଇତ୍ୟାଦି ଫାର୍ମା କ୍ଷେତ୍ରର ପ୍ରତ୍ୟେକ ଅଂଶକୁ ପ୍ରୋତ୍ସାହନ ଦିଆଯାଇଛି ବୋଲି ସେ କହିଥିଲେ।

ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ର ନୂତନ ଶିଖର ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିବା ସହିତ ଗୁଣବତ୍ତା ଏବଂ ମୂଲ୍ୟ ଦୃଷ୍ଟିରୁ, ଓଡ଼ିଶାର ଫାର୍ମା ଉତ୍ପାଦ ବିଶ୍ୱରେ ସବୁଠାରୁ ଆକର୍ଷଣୀୟ ହେବ, ଏବଂ ମେଡ-ଟେକ୍ ଉତ୍ପାଦନରେ ମଧ୍ୟ ଏହା ଓଡ଼ିଶାର ସୁନାମ ହେବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ ଫାର୍ମା ଶିଳ୍ପ ଯାହା ଆବଶ୍ୟକ କରେ, ରାଜ୍ୟ ତାହା ସମସ୍ତ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓଡ଼ିଶାର ପରିବେଶ ସମ୍ପୂର୍ଣ୍ଣ ଶିଳ୍ପ ଅନୁକୂଳ। ଯାହା ଶିଳ୍ପ ପାଇଁ ଆବଶ୍ୟକ, ସବୁକିଛି ଓଡ଼ିଶାରେ ଅଛି। ଓଡ଼ିଶାରେ ଦେଶର ସର୍ବାଧିକ ଖଣିଜ ପଦାର୍ଥ, ତିନୋଟି ପ୍ରମୁଖ ବନ୍ଦର, ଦୁଇଟି ବାଣିଜ୍ୟିକ ବିମାନବନ୍ଦର, ୫୭୫ କିଲୋମିଟର ପରିବ୍ୟାପ୍ତ ଉପକୂଳ, ଉନ୍ନତ ରେଳ ଏବଂ ସଡ଼କ ନେଟୱାର୍କ, ଅତିରିକ୍ତ ବିଦ୍ୟୁତ୍, ପର୍ଯ୍ୟାପ୍ତ ଜଳର ଉପଲବ୍ଧତା ସହ ତାଲିମପ୍ରାପ୍ତ ମାନବଶକ୍ତି ମଧ୍ୟ ଅଛି। ଏଣୁ ଓଡ଼ିଶା ପୂର୍ବ ଭାରତର ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

କାର୍ଯ୍ୟକ୍ରମରେ ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ ଆମ ରାଜ୍ୟର ବିକାଶ-କେନ୍ଦ୍ରିତ ଶିଳ୍ପାୟନ ରଣନୀତିକୁ ପ୍ରତିଫଳିତ କରୁଛି। ପ୍ରଗତିଶୀଳ ନୀତି, ସମର୍ପିତ ଶିଳ୍ପ ପାର୍କ, ଦକ୍ଷ ମାନବ ସମ୍ବଳ ସହିତ ଓଡ଼ିଶା ବର୍ତ୍ତମାନ ଔଷଧ ଏବଂ ଚିକିତ୍ସା ଉପକରଣ ନିର୍ମାତାଙ୍କ ପାଇଁ ଏକ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପ୍ରମୁଖ ଉପସ୍ଥିତ ଥିଲେ। ଶିଳ୍ପ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଶ୍ରୀମତୀ ଅଶ୍ଵତୀ ଏସ୍ ଧନ୍ୟବାଦ ଦେଇଥିଲେ।

Odisha Pharmaceutical and Medical Devices Policy ଓଡ଼ିଶା ଫର୍ମାସ୍ୟୁଟିକାଲ
Share. Facebook Twitter LinkedIn Email WhatsApp Copy Link

Related Posts

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026

SGFI archery competition: ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

January 8, 2026
Latest News

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026

SGFI archery competition: ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

January 8, 2026

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.