Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରମିକମାନଙ୍କୁ ଭୟଭୀତ କରିବା ଏବଂ ଭୁଲ ସୂଚନା ପ୍ରସାର ପାଇଁ କରାଯାଉଛି ଷଡ଼ଯନ୍ତ୍ର: କେନ୍ଦ୍ର କୃଷିମନ୍ତ୍ରୀ
ଜାତୀୟ ଖବର

ଶ୍ରମିକମାନଙ୍କୁ ଭୟଭୀତ କରିବା ଏବଂ ଭୁଲ ସୂଚନା ପ୍ରସାର ପାଇଁ କରାଯାଉଛି ଷଡ଼ଯନ୍ତ୍ର: କେନ୍ଦ୍ର କୃଷିମନ୍ତ୍ରୀ

December 24, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କୃଷିମନ୍ତ୍ରୀ
ଶ୍ରମିକମାନଙ୍କୁ ଭୟଭୀତ କରିବା ଏବଂ ଭୁଲ ସୂଚନା ପ୍ରସାର ପାଇଁ କରାଯାଉଛି ଷଡ଼ଯନ୍ତ୍ର: କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜସ୍ଥାନର ନାଗୌର ଜିଲ୍ଲାର ମେରଟାରେ ଆୟୋଜିତ ବିଶାଳ କୃଷକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ଅବସରରେ ସେ ବିଭିନ୍ନ ଯୋଜନା ଅଧୀନରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା ହସ୍ତାନ୍ତର କରିଥିଲେ।

ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ରାଜସ୍ଥାନ କୃଷି ମନ୍ତ୍ରୀ ଡକ୍ଟର କିରୋଡି ଲାଲ ମୀନା, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅବିନାଶ, ରାଜସ୍ୱ ରାଷ୍ଟ୍ରମନ୍ତ୍ରୀ ବିଜୟ ସିଂହ, କୃଷକ ଆୟୋଗର ଅଧ୍ୟକ୍ଷ ସି. ଆର. ଚୌଧୁରୀ, ସାଂସଦ ମହିମା କୁମାରୀ ଏବଂ ବିଧାୟକ ଲକ୍ଷ୍ମଣ ରାମ ଜୀ କଲାରୁ ମଧ୍ୟ ଉପସ୍ଥିତ ଥିଲେ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜସ୍ଥାନ ବିକାଶ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି କରିଛି। ରାଜ୍ୟରେ ୧୨,୬୦୦ ସଡ଼କ ନିର୍ମାଣ ପାଇଁ ଆଜି ୨,୦୮୯ କୋଟି ଟଙ୍କା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ନୂତନ ଭାରତ ସୃଷ୍ଟି ହେଉଛି। ଦେଶ ଏକ ଗୌରବମୟ, ସମୃଦ୍ଧ, ଶକ୍ତିଶାଳୀ, ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।

ଶ୍ରୀ ଚୌହାନ କହିଥିଲେ, ରାଜସ୍ଥାନର କୃଷି କ୍ଷେତ୍ରର ଦ୍ରୁତ ବିକାଶ ହେଉଛି। ରାଜ୍ୟରେ ଉଚ୍ଚ-ଉତ୍ପାଦନକ୍ଷମ, ଜଳବାୟୁ-ସହନଶୀଳ ନୂତନ କିସମର ବିହନ ଦ୍ରୁତ ଗତିରେ ବିକଶିତ ହୋଇଛି। ଏଥି ସହିତ, ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।

ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ରାଜ୍ୟ ସରକାର ୬,୦୦୦ ଟଙ୍କା ସହିତ ଅତିରିକ୍ତ ୩,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏହି ମୋଟ ୯,୦୦୦ ଟଙ୍କାର ସହାୟତା ଦ୍ୱାରା କୃଷକମାନେ ଉପକୃତ ହୋଇଛନ୍ତି, ଯାହା କୃଷି ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହୋଇଛି।

ଶିବରାଜ ସିଂହ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜସ୍ଥାନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୨୯,୦୦୦ କୋଟି ଟଙ୍କା ପାଇଛି। ଫସଲ ବୀମା ଯୋଜନାରେ ଥିବା ତ୍ରୁଟିକୁ ଦୂର କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଛି ବୋଲି ସେ କହିଥିଲେ। ଏହା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି ଯେ ଯଦି ବୀମା କମ୍ପାନୀମାନେ ଦାବି ସମାଧାନରେ ବିଳମ୍ବ କରନ୍ତି, ତେବେ ସେମାନଙ୍କୁ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୨ ପ୍ରତିଶତ ସୁଧ ଦେବାକୁ ପଡିବ।

କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏମ୍ଏସପିକୁ ଦ୍ୱିଗୁଣିତ କରାଯାଇଛି। ଚଳିତ ବର୍ଷ କେନ୍ଦ୍ର ସରକାର ରାଜସ୍ଥାନକୁ ପ୍ରାୟ ୨,୬୮୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୩.୫୦ଲକ୍ଷ ମେଟ୍ରିକ୍ ଟନ୍ ମୁଗ କିଣିବାକୁ ମଞ୍ଜୁରୀ ଦେଇଛନ୍ତି। ୫.୫୪ ଲକ୍ଷ ମେଟ୍ରିକ୍ ଟନ୍ ଚିନାବାଦାମ କ୍ରୟ ମଧ୍ୟ କରାଯିବ ଏବଂ ବର୍ତ୍ତମାନ ୨.୬୫ ଲକ୍ଷ ମେଟ୍ରିକ୍ ଟନ୍ ସୋୟାବିନ୍ କ୍ରୟ ଚାଲିଛି। ସେ ଆଶ୍ୱାସନା ଦେଇଛନ୍ତି ଯେ ଯେତେବେଳେ ଆବଶ୍ୟକ ହେବ, କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବେ ଏବଂ ଏମଏସପି କ୍ରୟରେ କୌଣସି ଅଭାବ ହେବାକୁ ଦେବେ ନାହିଁ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ମଧ୍ୟ ନୂତନ ଭାବେ ଲାଗୁ ହୋଇଥିବା ‘ବିକଶିତ ଭାରତ-ଜୀ ରାମ ଜୀ’ ଆଇନ ବିଷୟରେ କହିଥିଲେ ଏବଂ ସୂଚନା ଦେଇଥିଲେ ଯେ ବିରୋଧୀ ଦଳ ଏହାକୁ ଭିତ୍ତିହୀନ ସମାଲୋଚନା କରୁଛନ୍ତି। ସେ କହିଥିଲେ ଯେ ବାସ୍ତବତା ହେଉଛି ଏହି ଆଇନ ଭାରତର ଗ୍ରାମଗୁଡ଼ିକୁ ପରିବର୍ତ୍ତନ କରିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉତ୍କୃଷ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଶ୍ରମିକଙ୍କ କଲ୍ୟାଣ ଏବଂ କୃଷକଙ୍କ କଲ୍ୟାଣକୁ ସମାନ ଗୁରୁତ୍ୱ ଦିଆଯାଇଛି। ଏହା ସହ ନୂତନ ଆଇନ ଅନୁଯାୟୀ ନିଯୁକ୍ତି ଦିବସ ସଂଖ୍ୟା ୧୦୦ ରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି।

ଶ୍ରୀ ଚୌହାନ କହିଥିଲେ ଯେ, ଶ୍ରମିକମାନଙ୍କୁ ଭୟଭୀତ କରିବା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଉଛି। ପୂର୍ବ ୟୁପିଏ ଶାସନ କାଳରେ ମନରେଗା ପାଇଁ ଆବଣ୍ଟିତ ୪୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ନହୋଇ ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମନରେଗା ଅଧୀନରେ ବାର୍ଷିକ ୧.୧୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହୋଇଛି। ଚଳିତ ବର୍ଷ ପାଇଁ, ଏହି ଯୋଜନା ପାଇଁ ପ୍ରସ୍ତାବିତ ବଜେଟ୍ ଆବଣ୍ଟନ ପାଖାପାଖି ୧,୫୧,୨୮୨ କୋଟି ଟଙ୍କା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ନୂତନ ଆଇନ ଅନୁଯାୟୀ ଗ୍ରାମ ପଞ୍ଚାୟତକୁ ଏକ ପ୍ରମୁଖ ଭୂମିକା ଦିଆଯାଇଛି, ଯାହା ପାଇଁ ଏହାର ନାମ ସହିତ ‘ବିକଶିତ ଭାରତ’ ଶବ୍ଦ ଯୋଡାଯାଇଛି। ଏବେ ଗ୍ରାମ ପଞ୍ଚାୟତଗୁଡ଼ିକ ନିଜ ନିଜ ଗ୍ରାମ ପାଇଁ ବିକାଶ ଯୋଜନା ପ୍ରସ୍ତୁତ କରିବେ। ଏହି ଯୋଜନା ଅଧୀନରେ ଗ୍ରାମଗୁଡ଼ିକୁ ଦାରିଦ୍ର୍ୟ ମୁକ୍ତ ଏବଂ ନିଯୁକ୍ତି ଭିତ୍ତିକ ଭାବେ ବିକଶିତ କରାଯିବ। ଗାଁର ଲୋକମାନେ ନିଜେ ବିକାଶର ରୋଡମ୍ୟାପ୍ ସ୍ଥିର କରିବେ। ପାଞ୍ଚ ବର୍ଷର ଅବଧି ମଧ୍ୟରେ, ଏହି ଯୋଜନା ଅଧୀନରେ ପ୍ରତି ଗ୍ରାମରେ ପାଖାପାଖି ୭.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

ସେ କହିଥିଲେ ଯେ, ଏହି ଯୋଜନା ଅଧୀନରେ ଜଳ ସଂରକ୍ଷଣ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି। ଏହା ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।  ଶ୍ରମିକମାନଙ୍କୁ ଯଦି ଠିକ୍ ସମୟରେ ମଜୁରୀ ଦିଆ ନଯାଏ, ତେବେ ସୁଧ ମଧ୍ୟ ଦେବାକୁ ପଡିବ। ନିଯୁକ୍ତି ସହାୟକ, ପଞ୍ଚାୟତ ସଚିବ, ବୈଷୟିକ ସହାୟକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବା ପାଇଁ ପ୍ରଶାସନିକ ଖର୍ଚ୍ଚକୁ ୬ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବାବଦରେ ବାର୍ଷିକ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଅମଳ, ବୁଣିବା ଏବଂ ସର୍ବାଧିକ ଚାଷ ବାସ ସମୟରେ ଶ୍ରମ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି।

କେନ୍ଦ୍ର କୃଷିମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ସଂସଦର ଆଗାମୀ ଅଧିବେଶନରେ, ବିହନ ଆଇନ ଏବଂ ନକଲି ତଥା ଅପମିଶ୍ରିତ ସାର ରୋକିବା ବ୍ୟବହାରକୁ ରୋକିବା ପାଇଁ ଏକ ବିଲ୍ ସମେତ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରାଯିବାର ଯୋଜନା ରହିଛି। ଏହା ସହିତ ଚାଷୀମାନଙ୍କୁ ଠକୁଥିବା ଲୋକଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବ୍ୟବସ୍ଥା ଲାଗୁ କରାଯିବ।

କେନ୍ଦ୍ର କୃଷିମନ୍ତ୍ରୀ ନାଗୌର ବିକଶିତ ଭାରତ-ଜୀ ରାମ ଜୀ ରାଜସ୍ଥାନ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.