Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଲଚିକି ଲିପି
ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଅନୁଷ୍ଠାନ ଓ ସଂସ୍କୃତିର ଅଭିଜ୍ଞାନ। ସେ ଜଣେ ଏମିତି ଯୁଗପୁରୁଷ ଥିଲେ, ଯିଏ ଅନ୍ଧାର ଭିତରେ ଆଲୋକର ଜାଗରଣ କରିଥିଲେ। ଏକ ଅବହେଳିତ ଓ ଅନ୍ତର୍ଭୁକ୍ତ ହୋଇନଥିବା ସମାଜକୁ ଶିକ୍ଷା, ଅସ୍ମିତା ଓ ଗର୍ବର ଅନୁଭୂତି ଦେଇଥିଲେ। ସେ ଥିଲେ ସାନ୍ତାଳୀ ଅସ୍ମିତାର ପ୍ରତୀକ। ବୋଲି ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଆଜି ସ୍ଥାନୀୟ ସିଲିସୁଆଁ ଠାରେ ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ହୋଇଥିଲ।। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ସେ କହିଥିଲେ, ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସୃଷ୍ଟି – ଅଲଚିକି ଲିପିର ପ୍ରସାର ଆମକୁ ଆମ ବର୍ତ୍ତମାନ ସହ ପରିଚୟ କରାଉଛି ଆଉ ଭବିଷ୍ୟତ ପାଇଁ ବିଚାର କରିବାକୁ ପ୍ରେରଣା ଦେଉଛି ।

ପ୍ରକୃତରେ ଅଲଚିକି ଲିପି ଏବଂ ଗୁରୁ ଗୋମକେ ହେଉଛନ୍ତି ପରସ୍ପର ପରିପୁରକ । ପଣ୍ଡିତ ମୁର୍ମୁ “ସ୍ରଷ୍ଟା” ହେଲେ, ଅଲଚିକି ଲିପି ହେଉଛି “ସୃଷ୍ଟି” । ତାଙ୍କ ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ। ତାଙ୍କ ଦ୍ୱାରା ରଚିତ ଗଦ୍ୟ ଓ ପଦ୍ୟ ସାହିତ୍ୟ, ନାଟକ, ପାଠ୍ୟପୁସ୍ତକ ଓ ଲୋକସାହିତ୍ୟ ଆଜି ବି ଆମକୁ ସଂସ୍କୃତିର ମୂଳସୂତ୍ର ସହିତ ବାନ୍ଧି ରଖିଛି। ସେ ତାଙ୍କ ଶିକ୍ଷା ଓ ଚେତନା ଦ୍ୱାରା ସମାଜରେ ଶୋଷଣ ବିରୋଧରେ ଏକ ଶକ୍ତିଶାଳୀ ଜାଗରଣ ସୃଷ୍ଟି କରିଥିଲେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସାନ୍ତାଳୀ ଭାଷାକୁ ସମୃଦ୍ଧ କରିବା ପାଇଁ ପଣ୍ଡିତ ମୁର୍ମୁ ଅଲଚିକି ଲିପିରେ ଅନେକ ଗୀତ, ନାଟକ ଓ ପାଠ୍ୟପୁସ୍ତକ ରଚନା କରିଥିଲେ। ଅଲଚିକିର ପ୍ରସାର ପାଇଁ ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳ ବୁଲି ଲିପିର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ସାନ୍ତାଳୀ ସାହିତ୍ୟର ପ୍ରଚାର ପାଇଁ ସେ ‘ସାଗେନ୍ ସାକାମ୍‌’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ। ତାଙ୍କ ପ୍ରେରଣାରେ ବାବା ତିଲକା ମାଝୀ ପାଠାଗାର ମଧ୍ୟ ପ୍ରତିଷ୍ଠା ହୋଇଥିଲା। ସାନ୍ତାଳୀ ସମାଜର ସାମାଜିକ, ଶିକ୍ଷାଗତ ଓ ସାଂସ୍କୃତିକ ଉନ୍ନତି ପାଇଁ ସେ ଏକ ଆଦିବାସୀ ସୋସିଓ-ଏଜୁକେସନାଲ୍ ଆଣ୍ଡ କଲ୍‌ଚରାଲ୍ ଆସୋସିଏସନ୍ ଗଠନ କରିଥିଲେ।

ପଣ୍ଡିତ ମୁମୁର୍ଙ୍କ ଯୋଗୁଁ କେବଳ ସାନ୍ତାଳୀ ସମାଜକୁ ନୂଆ ପରିଚୟ ମିଳିନଥିଲା, ଏଥି ସହିତ ଅନ୍ୟାନ୍ୟ ଆଦିବାସୀ ସମାଜକୁ ମଧ୍ୟ ସେ ନିଜସ୍ବ ଲିପି ବିକଶିତ କରିବାର ପଥ ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ସେ କହିଥିଲେ, ୨୦୦୩ରେ ଭାରତ ସରକାର ସାନ୍ତାଳୀ ଭାଷାକୁ ସଂବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ। ଆଜି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରର ଆଦିବାସୀବହୁଳ ଅଞ୍ଚଳରେ ସାନ୍ତାଳୀ ଭାଷାରେ ସ୍କୁଲ୍ ଶିକ୍ଷା ଦିଆଯାଉଛି।

ଅନେକ କଲେଜ ଓ ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ଭାଷା ସାହିତ୍ୟ ପଢ଼ାଯାଉଛି। କେବଳ ସାନ୍ତାଳୀ ଭାଷା କାହିଁକି, ରାଜ୍ୟ ସରକାର, ହୋ, ମୁଣ୍ଡାରୀ, ଗାଦବା , କୁଇ, ଓରାଓଁ ଭଳି ଅନେକ ଆଦିବାସୀ ଭାଷାର ପ୍ରସାର ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଯାଦବ ଟୁଡୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତହସିଲଦାର ହାଁସଦା ସ୍ୱାଗତ ଭଷାଣ ଦେଇଥିଲେ। ଏହି ଅବସରରେ ସାରସକଣା ବିଧାୟକ ଭାଦବ ହାଁସଦା, ବିଧାୟକ ସଞ୍ଜଳି ମୁର୍ମୁ, ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି, ବିଧାୟକ ଡକ୍ଟର ଫକୀର ମୋହନ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Mohan Majhi ଅଲଚିକି ଲିପି ପଣ୍ଡିତ ରଘୁନାଥ ମୁର୍ମୁ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.