Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି
ଜାତୀୟ ଖବର

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

January 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି
ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା (ଇସିଏମଏସ) ଅଧୀନରେ ଆହୁରି 22ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଦ୍ୱାରା 41,863 କୋଟି ଟଙ୍କା ନିବେଶ ସହିତ 2,58,152 କୋଟି ଟଙ୍କା ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଏହି ଅନୁମୋଦନ ଆନୁମାନିକ 33,791 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିପୂର୍ବରୁ ମନ୍ତ୍ରଣାଳୟ 12,704 କୋଟି ଟଙ୍କାର 24ଟି ପ୍ରକଳ୍ପକୁ ମଞ୍ଜୁର କରିଥିଲା।

ଏହି ଅନୁମୋଦନଗୁଡ଼ିକ ମଧ୍ୟରେ 11ଟି ଲକ୍ଷ୍ୟ ଆଧାରିତ କ୍ଷେତ୍ର ଉତ୍ପାଦର ନିର୍ମାଣ ସାମିଲ ରହିଛି। ଏସବୁ ସାମଗ୍ରୀ ମୋବାଇଲ୍ ଉତ୍ପାଦନ, ଦୂରସଞ୍ଚାର, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ରଣନୀତିକ ଇଲେକ୍ଟ୍ରୋନିକ୍ସ, ଅଟୋମୋଟିଭ୍ ଏବଂ ଆଇଟି ହାର୍ଡୱେର୍ ଉତ୍ପାଦ ବିଭିନ୍ନ କ୍ଷେତ୍ରରେ ପ୍ରୟାସ କରାଯିବ। ଏସବୁ 11ଟି ଉତ୍ପାଦଗୁଡ଼ିକ ହେଲା: ପିସିବି, କାପାସିଟର, କନେକ୍ଟର, ଏନକ୍ଲୋଜର୍‌ ଏବଂ ଲି-ଆୟନ ସେଲ ଭଳି 5ଟି ଉପାଦାନ। କ୍ୟାମେରା ମଡ୍ୟୁଲ, ଡିସପ୍ଲେ ମଡ୍ୟୁଲ ଏବଂ ଅପ୍ଟିକାଲ ଟ୍ରାନ୍ସିଭର ଭଳି 3ଟି ସବ୍‌ ଆସେମ୍ବ୍ଲି, ଆଲୁମିନିୟମ ଏକ୍ସଟର୍ସନ, ଆନୋଡ୍‌ ମ୍ୟାଟେରିଆଲ ଏବଂ ଲାମିନେଟ୍‌ (କପର୍‌ କ୍ଲାଡ୍‌) ଭଳି 3ଟି ସପ୍ଲାଇ୍‌ ଚେନ୍‌।

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ପ୍ରତିଷ୍ଠା ହେବାକୁ ଥିବା ଏହି ୟୁନିଟଗୁଡ଼ିକ ଆନ୍ଧ୍ରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପ୍ରତିଷ୍ଠା କରାଯିବ।  ଭୌଗଳିକ ଭାବେ ସନ୍ତୁଳିତ ଶିଳ୍ପ ବିକାଶ ଏବଂ ସାରା ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ବିସ୍ତାର ପ୍ରତି ଧ୍ୟାନ ଦେଇ ସରକାର ରାଜ୍ୟଗୁଡ଼ିକୁ ଚୟନ କରିଛନ୍ତି। ସଦ୍ୟତମ ପର୍ଯ୍ୟାୟ ଅନୁମୋଦନ ସହିତ ବର୍ତ୍ତମାନ ସୁଦ୍ଧା 11ଟି ରାଜ୍ୟରେ ଇସିଏମଏସ ଯୋଜନା ଅଧୀନରେ 46ଟି ଆବେଦନକୁ ମଞ୍ଜୁରି ମିଳିସାରିଛି। ଏହାଦ୍ୱାରା 54,567 କୋଟି ଟଙ୍କା ନିବେଶ ସହିତ 51,000 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି କାର୍ଯ୍ୟକ୍ରମ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିଛି । ଫଳରେ ଘରୋଇ ଚାହିଦାର ଏକ ବଡ଼ ଅଂଶ ସ୍ୱଦେଶୀ ଭାବରେ ପୂରଣ ହୋଇପାରିବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ବିଷୟରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଥିଲେ, 2047 ବେଳକୁ ଭାରତରେ ଏକ ଯୁବ ଜନସଂଖ୍ୟା ରହିଥିବ। ଅନ୍ୟପଟେ ଅନେକ ଅନ୍ୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ବନ୍ଦ ହୋଇଯାଇଥିବ। ସେ ଆହୁରି ମଧ୍ୟ କହିଥିଲେ, ଭାରତ ଏକମାତ୍ର ଅର୍ଥବ୍ୟବସ୍ଥା ହେବ ଯାହା 2100 ପର୍ଯ୍ୟନ୍ତ ଅଭିବୃଦ୍ଧି ଜାରି ରଖିବ ଏବଂ ତେଣୁ ସମସ୍ତ ଢାଞ୍ଚାଗତ ଭିତ୍ତିଭୂମି ସ୍ଥାପନ କରିବା ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ଵାରା ଅଭିବୃଦ୍ଧି ଜାରି ରହିବ।

ଏହି ଅନୁମୋଦନଗୁଡ଼ିକ ଘରୋଇ ଯୋଗାଣ ଶୃଙ୍ଖଳାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ ​​କରିବ। ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ଉପାଦାନ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ଏବଂ ଭାରତରେ ଉଚ୍ଚ-ମୂଲ୍ୟର ଉତ୍ପାଦନ କ୍ଷମତାର ଅଭିବୃଦ୍ଧିକୁ ସମର୍ଥନ କରିବ।

ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା ଅଧୀନରେ ଏହି ଅନୁମୋଦନଗୁଡ଼ିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଯାତ୍ରାରେ ଏକ ସାହସିକ, ଭବିଷ୍ୟତମୁଖୀ ପଦକ୍ଷେପକୁ ପ୍ରତିଫଳିତ କରେ, ଯାହା ଭାରତକୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତ ଘନିଷ୍ଠ ଭାବରେ ସମନ୍ୱିତ।

ଅଶ୍ୱିନୀ ବୈଷ୍ଣବ ଇସିଏମଏସ ଯୋଜନା ତୃତୀୟ ପର୍ଯ୍ୟାୟ ସରକାରଙ୍କ ମଞ୍ଜୁରି
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.