Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସକ୍ରିୟ ଏବଂ ପ୍ରଯୁକ୍ତି ଆଧାରିତ ପ୍ରଶାସନକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିଛି ‘ପ୍ରଗତି’
ଜାତୀୟ ଖବର

ସକ୍ରିୟ ଏବଂ ପ୍ରଯୁକ୍ତି ଆଧାରିତ ପ୍ରଶାସନକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିଛି ‘ପ୍ରଗତି’

January 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସକ୍ରିୟ ଏବଂ ପ୍ରଯୁକ୍ତି ଆଧାରିତ ପ୍ରଶାସନକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିଛି ‘ପ୍ରଗତି’
ସକ୍ରିୟ ଏବଂ ପ୍ରଯୁକ୍ତି ଆଧାରିତ ପ୍ରଶାସନକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିଛି ‘ପ୍ରଗତି’

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ସଚିବ ଏବଂ ଅନ୍ୟ ବିଭାଗୀୟ ସଚିବମାନେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତି ବ୍ୟବସ୍ଥା (ପ୍ରୋ ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଏଣ୍ଡ ଟାଇମ୍ଲି ଇମ୍ପ୍ଲିମେଣ୍ଟେସନ୍ ବା ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା) ର ଫଳାଫଳ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାବିନେଟ୍ ସଚିବ କହିଥିଲେ ଯେ, ପ୍ରଗତି ଇକୋସିଷ୍ଟମ ଅଧୀନରେ ପ୍ରକଳ୍ପଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ଏହା ବିଭିନ୍ନ ପ୍ରସଙ୍ଗର ତ୍ୱରିତ ସମାଧାନ କରୁଥିବା ସେ କହିଥିଲେ। ପ୍ରଗତି ବ୍ୟବସ୍ଥା ବିଭିନ୍ନ ସ୍ତର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରସଙ୍ଗଗୁଡ଼ିକର ବ୍ୟବସ୍ଥିତ ତଦାରଖ ଏବଂ ସେଗୁଡ଼ିକର ସମାଧାନକୁ ସକ୍ଷମ କରିଥାଏ ବୋଲି ସେ କହିଥିଲେ।

କ୍ୟାବିନେଟ ସଚିବ କହିଥିଲେ, ପ୍ରାରମ୍ଭରେ ମନ୍ତ୍ରଣାଳୟ ସ୍ତରରେ ସମସ୍ୟାଗୁଡ଼ିକର ସମାଧାନ ହେଉଥିଲେ ମଧ୍ୟ ଉଚ୍ଚସ୍ତରୀୟ ସମୀକ୍ଷା ପାଇଁ ପ୍ରତିଷ୍ଠିତ ସଂସ୍ଥାଗତ ବ୍ୟବସ୍ଥା ମାଧ୍ୟମରେ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଆଗକୁ ବଢ଼ାଯାଏ। ସେଗୁଡ଼ିକ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଗତି ବୈଠକରେ ସମାଧାନ କରାଯାଏ।

ଏହି ପର୍ଯ୍ୟାୟକ୍ରମିକ ଅଗ୍ରଗତି ବ୍ୟବସ୍ଥା ଆନ୍ତଃମନ୍ତ୍ରଣାଳୟ ସମନ୍ୱୟ, ସମୟବଦ୍ଧ ନିଷ୍ପତ୍ତି ଗ୍ରହଣ ଏବଂ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରକଳ୍ପର କାର୍ଯ୍ୟକାରିତା ସହ ଜଡ଼ିତ ବାଧାଗୁଡ଼ିକର ସମାଧାନ ସୁନିଶ୍ଚିତ କରିଥାଏ। ‘ପ୍ରଗତି’ ଉଚ୍ଚତମ ସ୍ତରରେ ନିରନ୍ତର ତଦାରଖ ଏବଂ ସମୀକ୍ଷା ମାଧ୍ୟମରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିଥାଏ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାର ଗତି ବଢ଼ାଇବା ଲାଗି ଏକ ପ୍ରଭାବୀ ମଞ୍ଚ ରୂପରେ କାର୍ଯ୍ୟ କରିଥାଏ ବୋଲି କ୍ୟାବିନେଟ୍ ସଚିବ ଗୁରୁତ୍ୱାରୋପ କରି କହିଥିଲେ।

ପ୍ରଗତି
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.