Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ
ଜାତୀୟ ଖବର

ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

January 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ
ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିଓ୍ବାଇ) ଏବଂ କୃଷୋନ୍ନତି ଯୋଜନା (କେଓ୍ବାଇ) ସମେତ ବିଭିନ୍ନ କେନ୍ଦ୍ରୀୟ କୃଷି ଯୋଜନାର ଅଗ୍ରଗତି ଏବଂ ବଜେଟ୍ ଉପଯୋଗ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ସମୀକ୍ଷା ବୈଠକକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ, ଛୋଟ ଛୋଟ ସାଧାରଣ ପ୍ରଶାସନିକ ଏବଂ ପ୍ରକ୍ରିୟାଗତ ସମସ୍ୟା ଯୋଗୁଁ ଅନେକ ସମୟରେ ବଜେଟ୍ ଆବଣ୍ଟନ ପ୍ରାୟତଃ ବିଳମ୍ବ ହୁଏ, ଯାହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ପ୍ରଭାବିତ କରେ। ମାର୍ଚ୍ଚ ପୂର୍ବରୁ ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ବଜେଟ୍ ଉପଯୋଗ ସୁନିଶ୍ଚିତ କରିବାକୁ ସେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି ରାଜ୍ୟଗୁଡ଼ିକ ଧାର୍ଯ୍ୟ ସମୟସୀମାରେ ସେମାନଙ୍କର ବଜେଟ୍ ଖର୍ଚ୍ଚ କରିପାରୁନାହାଁନ୍ତି, ତେବେ ଏହା ଦ୍ବାରା ରାଜ୍ୟମାନଙ୍କର ହିଁ କ୍ଷତି ହୋଇଥାଏ। ରାଜ୍ୟଗୁଡ଼ିକ ପୂର୍ବ ଯୋଜନାବଦ୍ଧ ରଣନୀତି ସହିତ ବଜେଟ୍ ବ୍ୟବହାର କରିବା ଉଚିତ ଯାହା ଦ୍ୱାରା ଯୋଜନାର ଲାଭ ଚାଷୀମାନଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିପାରିବ ଏବଂ କେନ୍ଦ୍ରରୁ ପରବର୍ତ୍ତୀ କିସ୍ତି ଠିକ ସମୟରେ ପ୍ରଦାନ କରାଯାଇପାରିବ।

ବୈଠକରେ, କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ ଯୋଗ୍ୟ ଚାଷୀଙ୍କ ଶୀଘ୍ର ଯାଞ୍ଚ, ଫସଲ ବୀମା ଯୋଜନାରେ ସର୍ବାଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ସମୟସୀମା ମଧ୍ୟରେ ଦାବିର ସମାଧାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ବିହନ ତଥା ସାରର ଉପଲବ୍ଧତା, ସନ୍ତୁଳିତ ବ୍ୟବହାର ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ବୈଠକରେ ଉତ୍ତର ପ୍ରଦେଶର କୃଷିମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ, ମହାରାଷ୍ଟ୍ରର କୃଷିମନ୍ତ୍ରୀ ଦତ୍ତାତ୍ରେୟ ଭରଣେ, ରାଜସ୍ଥାନର କୃଷିମନ୍ତ୍ରୀ ଡକ୍ଟର କିଶୋରୀ ଲାଲ ମୀନା, ଉତ୍ତରାଖଣ୍ଡର କୃଷିମନ୍ତ୍ରୀ ଗଣେଶ ଜୋଶୀ ଏବଂ ମିଜୋରାମର କୃଷିମନ୍ତ୍ରୀ ଉପସ୍ଥିତ ଥିଲେ। କୃଷି ମନ୍ତ୍ରଣାଳୟର ସଚିବ ଦେବେଶ ଚତୁର୍ବେଦୀଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ଚୌହାନ ରାଜ୍ୟଗୁଡ଼ିକୁ ଆଶ୍ୱାସନା ଦେଇଥିଲେ ଯେ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଚାଷୀମାନଙ୍କୁ ଲାଭ ଦେବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଜାରି ରଖିବେ।

କୃଷି ଯୋଜନା କେନ୍ଦ୍ର କୃଷିମନ୍ତ୍ରୀ ପିଏମ-ଆରକେଭିଓ୍ବାଇ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

U-19 ଏସିଆ କପ୍ ଫାଇନାଲରେ ଭାରତ: ପାକିସ୍ତାନ ସହ ମୁକାବିଲା

November 12, 2026

“ଆତଙ୍କବାଦ ଛାଡ଼, ଆଲୋଚନାର ରାସ୍ତାକୁ ଆସ”: ପାକିସ୍ତାନକୁ ଫାରୁକ୍ ଅବଦୁଲ୍ଲାଙ୍କ ବଡ଼ ବୟାନ

November 12, 2026

ଗଞ୍ଜାମ ବନ୍ୟା ପରିଚାଳନା: ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ

November 12, 2026

ଉତ୍ତର ପ୍ରଦେଶରେ ବଦଳିଯିବ ଭୋଟ୍ ଗଣିତ?: ଆସିଗଲା ଥାର୍ଡ ଫ୍ରଣ୍ଟ

November 12, 2026
Latest News

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ

November 12, 2026

U-19 ଏସିଆ କପ୍ ଫାଇନାଲରେ ଭାରତ: ପାକିସ୍ତାନ ସହ ମୁକାବିଲା

November 12, 2026

ପୂର୍ବତଟ ରେଳପଥର ୧୦ଟି ସ୍ଥାନରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ

November 12, 2026

ବାଣପୁରରେ ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମ ମୁକ୍ତ ସଚେତନତା ଅଭିଯାନ!: ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

November 12, 2026

“ଆତଙ୍କବାଦ ଛାଡ଼, ଆଲୋଚନାର ରାସ୍ତାକୁ ଆସ”: ପାକିସ୍ତାନକୁ ଫାରୁକ୍ ଅବଦୁଲ୍ଲାଙ୍କ ବଡ଼ ବୟାନ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.