ନୂଆଦିଲ୍ଲୀ: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି କେନ୍ଦ୍ର ରାଜପଥ ଓ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଓଡିଶାର କେତେକ ପ୍ରକଳ୍ପ ପାଇଁ ସେ ଆଲୋଚନା କରିବା ସହିତ ଅନୁମୋଦନ ମଧ୍ୟ କରାଇଛନ୍ତି।
ଏହି ପ୍ରକଳ୍ପ ମଧ୍ୟରେ ରହିଛି ଜାତୀୟ ରାଜପଥ 57 ବ୍ରହ୍ମଗିରିଠାରେ ଏକ ଅଣ୍ଡର ପାସ ନିର୍ମାଣ, ବେଗୁନିଆ, ସୁନାଖଳା ଏବଂ ପୁବୁସାହିରେ ତିନୋଟି ବାଇପାସ, ଖୋର୍ଦ୍ଧା ନୟାଗଡ ଜାତୀୟ ରାଜପଥକୁ ଚାରି ଲେନ ବିଶିଷ୍ଠ କରିବା ପାଇଁ ଆଲୋଚନା କରିଛନ୍ତି। ଏସବୁ କାର୍ଯ୍ୟ କରିବା ପାଇଁ କେନ୍ଦ୍ରମନ୍ତ୍ରୀ 111 କୋଟି ଟଙ୍କା ଅନୁମୋଦନ କରାଇଛନ୍ତି ବୋଲି ନିଜ ସାମାଜିକ ଗଣମାଧ୍ୟମରେ ସାଂସଦ କହିଛନ୍ତି।
ପୂର୍ବରୁ ସେ ନୀତିନ ଗଡକରିଙ୍କୁ ସାକ୍ଷାତ କରି ଭୁବନେଶ୍ବର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟର ଅନୁମୋଦନ କରାଇଥିଲେ।


