କଲିକତା: ଆଜି କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୋଲକାତାରେ ରାଜନୈତିକ ପରାମର୍ଶଦାତା ସଂସ୍ଥା IPAC ର କାର୍ଯ୍ୟାଳୟରେ ଚଢାଉ କରିଛି। IPAC ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। କୋଇଲା ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଛି। ଏହି ସମୟରେ,= ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ IPAC କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ମମତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ପାଇଁ IPAC କାମ କରେ। ମମତା ବାନାର୍ଜୀ IPAC କାର୍ଯ୍ୟାଳୟରୁ ଏକ ଫାଇଲ୍ ନେଇ ବାହାରି ଆସିଥିଲେ। ସେ କହିଥିଲେ ଯେ, “ଏହା ସବୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି। ମୋ ଦଳ ବିଷୟରେ ସୂଚନା ସଂଗ୍ରହ କରାଯାଉଛି।”
ବିଜେପି ମମତାଙ୍କ ଉପରେ ବର୍ଷିଛି:
ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ବିରୋଧରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କେନ୍ଦ୍ରୀୟ ଏଜେନ୍ସିର କାମରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, “ମମତା ବାନାର୍ଜୀ ସମ୍ବିଧାନର ଉଲ୍ଲଂଘନ କରୁଛନ୍ତି। ସେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କାମରେ ହସ୍ତକ୍ଷେପ କରୁଛନ୍ତି।”


