Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ
ଜାତୀୟ ଖବର

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ
ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

ନୂଆଦିଲ୍ଲୀ: ଭାରତର କୃଷି କ୍ଷେତ୍ର ଜାତୀୟ ଆୟରେ 19.73% ଯୋଗଦାନ ଦେଉଛି। ଏଥିରେ ଦେଶର ମୋଟ୍‌ ଶ୍ରମଶକ୍ତିର 46% ଶ୍ରମିକ ନିୟୋଜିତ ରହିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ 64% ମହିଳା। ସମାବେଶୀ ବିକାଶ ସୁନିଶ୍ଚିତ କରିବା ଏବଂ ସବକା ବିକାଶର ଲକ୍ଷ୍ୟକୁ ସାକାର କରିବାରେ କୃଷି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଫେସର ରମେଶ ଚନ୍ଦଙ୍କ ଦ୍ୱାରା ଲିଖିତ ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ କୁହାଯାଇଛି। ଦେଶବାସୀଙ୍କ ଆକାଂକ୍ଷାକୁ ପୂରଣ କରିବା ଏବଂ ଆର୍ଥିକ ମହାଶକ୍ତିରେ ପରିଣତ ହେବା ସହିତ ଦେଶ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି।

ନୀତି ଆୟୋଗର ରିପୋର୍ଟ ମୁତାବକ 2014–15 ମସିହା ପରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଜିଭିଏ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । 2015–16 ରୁ 2024–25 ମଧ୍ୟରେ କୃଷି କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ଐତିହାସିକ ସର୍ବୋଚ୍ଚ ସ୍ତର 4.45 ପ୍ରତିଶତ ରହିଛି । ଏହା ପ୍ରମୁଖ କୃଷି ପ୍ରାଧାନ୍ୟ ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ। ଭାରତର କୃଷି ଅଭିବୃଦ୍ଧି 2015–2024 ମଧ୍ୟରେ 4.42% ରହିଛି ଯାହା ଚୀନର 4.10 ପ୍ରତିଶତକୁ ଅତିକ୍ରମ କରିଛି। 2015–16 ରୁ 2024–25 ମଧ୍ୟରେ କୌଣସି ଗୋଟିଏ ବର୍ଷ କୃଷି ଆୟ ନକାରାତ୍ମକ ସ୍ତରକୁ ଯାଇନାହିଁ। ଏପରିକି କୋଭିଡ୍‌ ମହାମାରୀ କୃଷି କ୍ଷେତ୍ରକୁ ପ୍ରଭାବିତ କରିପାରିନାହିଁ।

ଫସଲ କ୍ଷେତ୍ର ତୁଳନାରେ ପ୍ରାଣୀସମ୍ପଦ ଏବଂ ମତ୍ସ୍ୟପାଳନ କ୍ଷେତ୍ରରେ ସର୍ବୋଚ୍ଚ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ମତ୍ସ୍ୟପାଳନ କ୍ଷେତ୍ରରେ 9% ଅଭିବୃଦ୍ଧି ଦେଖିବାକୁ ମିଳିଛି ଯାହା ଫସଲ କ୍ଷେତ୍ର ତୁଳନାରେ ତିନି ଗୁଣ ଅଧିକ। ବନୀକରଣ କ୍ଷେତ୍ରରେ 2014-15 ପରେ 4% ବିକାଶ ଦେଖିବାକୁ ମିଳିଛି । ଫସଲ ମଧ୍ୟରେ, ଗୋଖାଦ୍ୟ ଓ ଘାସ 7.39 ପ୍ରତିଶତ, ମସଲା 6.72 ପ୍ରତିଶତ, ଫଳ 3.68 ପ୍ରତିଶତ, ଡାଲି 3.55 ପ୍ରତିଶତ, ତୈଳବୀଜ 2.47 ପ୍ରତିଶତ ଏବଂ ଶସ୍ୟ 2.36 ପ୍ରତିଶତ ବୃଦ୍ଧି ପାଇଛି।

କୃଷି କ୍ଷେତ୍ରରେ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । 2014–15ରୁ 2023–24 ମଧ୍ୟରେ ମୋଟ୍‌ କୃଷି ଉତ୍ପାଦନରେ ଫସଲର ଅନୁପାତ 63.75%ରୁ  54.33କୁ ହ୍ରାସ ପାଇଛି । ପ୍ରାଣୀସମ୍ପଦର ଅଂଶ 7.91% ଅଙ୍କ ବୃଦ୍ଧି ପାଇଥିବା ବେଳେ ମତ୍ସ୍ୟପାଳନ ଏବଂ ଜଳଜ ଜୀବ ପାଳନ 2.26%କୁ ବୃଦ୍ଧି ପାଇଛି। ସେହିପରି ଫସଲ କ୍ଷେତ୍ର ମଧ୍ୟରେ ଫଳର ଭାଗ 16.09%ରୁ 19.24%କୁ ବୃଦ୍ଧି ପାଇଛି। ମସଲାର ଭାଗ ମଧ୍ୟ 3.71%ରୁ 7.83%କୁ ଅର୍ଥାତ୍‌ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି।

2014-15ରୁ 2023-24 ମଧ୍ୟରେ କୃଷି ଉତ୍ପାଦକଙ୍କ ଆୟରେ ବାର୍ଷିକ 10.11% ବୃଦ୍ଧି ଦେଖିବାକୁ ମିଳିଛି, ଏହା ଉତ୍ପାଦନ ଏବଂ ମୋଟ୍‌ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିଠାରୁ ଅଧିକ। ଚାଷୀଙ୍କ ଆୟ ଦଶ ବର୍ଷ ମଧ୍ୟରେ 126 ପ୍ରତିଶତ ବୃଦ୍ଧି ପାଇଛି । 2015-16ରୁ 2022-23 ମଧ୍ୟରେ ଉତ୍ପାଦକଙ୍କ ଆୟ 108 ପ୍ରତିଶତ ବଢ଼ିଛି। 2008-09ରୁ 2020-21 ମଧ୍ୟରେ କୃଷି ପାଇଁ ବାଣିଜ୍ୟ ସର୍ତ୍ତାବଳୀରେ 41.3 ପ୍ରତିଶତ ପଏଣ୍ଟ ସୁଧାର ହୋଇଛି। ସେହିପରି 2011–12 ରୁ 2024–25 କୃଷି କ୍ଷେତ୍ରରେ ପାଇକାରୀ ମୂଲ୍ୟ ସୂଚକାଙ୍କ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି। ପାଇକାରୀ କୃଷି ମୂଲ୍ୟ 13 ବର୍ଷ ମଧ୍ୟରେ ବାର୍ଷିକ 2.4% ବୃଦ୍ଧି ହାସଲ କରିଛି।

କୃଷି କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି। ମୋଟ୍‌ ଜଳସେଚିତ କ୍ଷେତ୍ର 98 ନିୟୁତ ହେକ୍ଟରକୁ ବୃଦ୍ଧି ପାଇଛି । 2024-25 ସୁଦ୍ଧା 4.1 କୋଟି ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ପାଇଛନ୍ତି । 2024 ସୁଦ୍ଧା 7.75 କୋଟି ଚାଷୀଙ୍କ ପାଖରେ କିଷାନ କ୍ରେଡିଟ୍‌ କାର୍ଡ ପହଞ୍ଚିଛି । କୃଷି କ୍ଷେତ୍ରକୁ ପାଣ୍ଠି ଯୋଗାଣ 2023-24 ସୁଦ୍ଧା 41.7 ପ୍ରତିଶତକୁ ବୃଦ୍ଧି ପାଇଛି । 2025 ମଧ୍ୟଭାଗ ସୁଦ୍ଧା ଇ-ନାମରେ 1,522ଟି ମଣ୍ଡିକୁ ସାମିଲ କରାଯାଇଛି। ଦୁଗ୍ଧ ଉତ୍ପାଦନ 2014-15ରେ 146 ନିୟୁତ ଟନରୁ 2023-24ରେ 239 ନିୟୁତ ଟନକୁ ବୃଦ୍ଧି ପାଇଛି । ଫଳ ଏବଂ ପରିବା ଉତ୍ପାଦନ 2013-14ରେ 280.7 ନିୟୁତ ଟନରୁ 2023-24ରେ 367.72 ନିୟୁତ ଟନକୁ ବୃଦ୍ଧି ପାଇଛି । ଭାରତ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଛି।

2017–18 ରୁ 2023–24 ମଧ୍ୟରେ ମୋଟ ଶ୍ରମଶକ୍ତି ବାର୍ଷିକ 4.95%କୁ ବୃଦ୍ଧି ପାଇଛି । ମହିଳା ଶ୍ରମ ଶକ୍ତିଙ୍କ ସଂଖ୍ୟା ବାର୍ଷିକ 12.26 ପ୍ରତିଶତ ହାରରେ ବଢ଼ିଛି । ନିଯୁକ୍ତିରେ କୃଷିର ଅଂଶ 44.1 ପ୍ରତିଶତରୁ 46.1 ପ୍ରତିଶତକୁ ବୃଦ୍ଧି ପାଇଛି।  ମହିଳାମାନେ ବର୍ତ୍ତମାନ କୃଷି ଶ୍ରମଶକ୍ତିର 48.7 ପ୍ରତିଶତ ଏବଂ ମୋଟ ଶ୍ରମଶକ୍ତିର 35 ପ୍ରତିଶତ ରହିଛନ୍ତି। ପାରିବାରିକ ଚିନି ଉପଯୋଗ 7.4% ହ୍ରାସ ପାଇଥିବା ବେଳେ ଫଳ ଓ ପନିପରିବା ସେବନ 64.4% ବଢ଼ିଛି। ଡ୍ରାଏ ଫ୍ରୁଟ୍ସ ଉପଯୋଗ 242.9%, ଅଣ୍ଡା 200%, ମାଂସ 133.3% ବଢ଼ିଛି। ଖାଦ୍ୟ ଚାହିଦା ବାର୍ଷିକ 2.8ରୁ 3% ହାରରେ ବଢ଼ୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ 2035 ସୁଦ୍ଧା ଭାରତ ପାଖରେ 20% ଖାଦ୍ୟସାମଗ୍ରୀ ବଳକା ରହିଛି। 2014–15 ରୁ 2024–25 ପର୍ଯ୍ୟନ୍ତ ସମୟ ଭାରତର କୃଷି ଇତିହାସର ସର୍ବୋଚ୍ଚ ଅଭିବୃଦ୍ଧି ପର୍ଯ୍ୟାୟକୁ ପ୍ରତିନିଧିତ୍ୱ କରିଥାଏ। ଏହା କୃଷି କ୍ଷେତ୍ରର ଦୃଢ଼ ଏବଂ ନିରନ୍ତର ପ୍ରସାରକୁ ଦର୍ଶାଉଛି। କୃଷି କ୍ଷେତ୍ରରେ ନିରନ୍ତର ପ୍ରଗତି ବିକଶିତ ଭାରତ 2047’ର ଜାତୀୟ ଦୃଷ୍ଟିକୋଣକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

କୃଷି କ୍ଷେତ୍ର ବିକାଶଶୀଳ ଭାରତ ସର୍ବବୃହତ ଚାଉଳ ରପ୍ତାନିକାରୀ ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.