Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ
ଜାତୀୟ ଖବର

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Sisira Sarasa in Bhubaneswar
Sisira Sarasa in Bhubaneswar: ଧିରେ ଧିରେ ଲୋକଙ୍କ କିଣାବିକା କରିବାରେ ବଢୁଛି ଆଗ୍ରହ

Sisira Sarasa in Bhubaneswar: ଶିଶିର ସରସ ମେଳାରେ ଗ୍ରାମୀଣ କଳା, ମହିଳା ସଶକ୍ତିକରଣ ଓ ସ୍ୱଦେଶୀ ଉତ୍ପାଦର ଝଲକ ଦେଖିବାକୁ ମିଳୁଛି। ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର କରିବାର ଏହା ଏକ ଅନନ୍ୟ ପ୍ରଚେଷ୍ଟା ।

ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି – ଓରମାସ ପକ୍ଷରୁ ଆୟୋଜିତ ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ନିଜର ସାମଗ୍ରୀ ବିକ୍ରୟ କରିଛନ୍ତି । ଭଳିକି ଭଳି ଡିଜାଇନର ହସ୍ତତନ୍ତ, ହସ୍ତଶିଳ୍ପ, ଅଳଙ୍କାର, ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ ସହ ବିଭିନ୍ନ ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଗ୍ରାମାଞ୍ଚଳର କାରିଗର, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏହି ମେଳାରେ ନିଜର ଉତ୍ପାଦ ଜିନିଷ ସହଜରେ ବିକ୍ରି କରି ଆର୍ଥିକ ଭାବେ ସଶକ୍ତ ହେଉଛନ୍ତି ।

ଶିଶିର ସରସ ମେଳାରେ ଓଡ଼ିଶାର ସବୁ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରୋତ୍ସାହନରେ କାରିଗରମାନେ ସ୍ୱଦେଶୀ ସାମଗ୍ରୀର ବିକ୍ରିବଟା କରୁଛନ୍ତି । ସବୁ ଜିନିଷ ଗୋଟିଏ ଜାଗାରେ ମିଳୁଥିବାରୁ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି ।

ଶୀତୁଆ ପରିବେଶରେ ସାଙ୍ଗ ସାଥି, ପରିବାର ସହ ବୁଲିବାର ମଜା ନେଉଛନ୍ତି ଜନସାଧାରଣ । ଏହା ସହ ସେଲ୍ଫି ପଏଣ୍ଟ ଓ ଛୋଟ ପିଲାଙ୍କ ପାଇଁ ପ୍ଲେ ଜୋନ୍‌ ମେଳାର ମୁଖ୍ୟ ଆକର୍ଷଣ ସାଜିଛି । ତା ସହ ସନ୍ଧ୍ୟା ହେଲେ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜିତ ମେଳା ଦେଖଣାହାରିଙ୍କ ମନ ମୋହୁଛି । ବିଭିନ୍ନ ରକମର ଖାଦ୍ୟ ସାଙ୍ଗକୁ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ବେଶ୍ ଉପଭୋଗ କରୁଛନ୍ତି ।

bhubaneswar Sisira Sarasa Sisira Sarasa in Bhubaneswar ଶିଶିର ସରସ ଶିଶିର ସରସ ମେଳା ୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.