ନୂଆଦିଲ୍ଲୀ: ଦିଲ୍ଲୀରୁ ବାଗଡୋଗ୍ରା ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ଆତଙ୍କ ସୃଷ୍ଟି କରିଛି। ଆଜି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ନମ୍ବର ୬ଇ୬୬୫୦ ଦିଲ୍ଲୀରୁ ବାଗଡୋଗ୍ରା ଯାଉଥିବା ସମୟରେ ଏକ ବୋମା ଧମକ ମିଳିଥିଲା। ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।
ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ସୁରକ୍ଷା କର୍ମୀମାନେ ବିମାନକୁ ଘେରାବନ୍ଦୀ କରିଥିଲେ। ବମ୍ ସ୍କ୍ୱାଡ୍ ଏବଂ CISF ଦଳ ତଦନ୍ତ ଆରମ୍ଭ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ସ୍କାନ୍ କରାଯାଇ ଖାଲି କରାଯାଇଥିଲା।


