Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
ଜାତୀୟ ଖବର

ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

January 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ
ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

ନୂଆଦିଲ୍ଲୀ: 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ। ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
କାର୍ଯ୍ୟକାରିତା ରଣନୀତି:

2030-31 ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ ଏବଂ ଏଥିପାଇଁ ସରକାର ନିମ୍ନ ସହାୟତା ଯୋଗାଇ ଦେବେ:

I. ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚାଇବା ଲାଗି ପ୍ରଚାରପ୍ରସାର ଏବଂ ବିକାଶ କାର୍ଯ୍ୟକଳାପ କରାଯିବ। ଏଥିରେ ସଚେତନତା ଏବଂ କ୍ଷମତା ନିର୍ମାଣ ସାମିଲ ରହିବ।

II. ଯୋଜନାର ବ୍ୟବହାରିକ ଆବଶ୍ୟକତା ପୂରଣ କରିବା ଏବଂ ଏହାକୁ ନିରନ୍ତର ଭାବେ ଜାରି ରଖିବା ଲାଗି ନିଅଣ୍ଟ ଭରଣା ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ।

ପ୍ରମୁଖ ପ୍ରଭାବ:

● କମ୍ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ସୁନିଶ୍ଚିତ ହେବ।

● ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ମିଳିବା ସହିତ ଭାରତ ଏକ ପେନସନ ଆଧାରିତ ସମାଜ ରୂପେ ପରିଣତ ହୋଇପାରିବ।

● କ୍ରମାଗତ ସାମାଜିକ ସୁରକ୍ଷା ଯୋଗାଇ ଦେଇ ବିକଶିତ ଭାରତ 2047ର ସଂକଳ୍ପକୁ ଏହି ଯୋଜନା ମଜବୁତ କରିବ।
ପୃଷ୍ଠଭୂମି

● ଶୁଭାରମ୍ଭ: 9 ମଇ 2015ରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏପିୱାଇର ଶୁଭାରମ୍ଭ କରାଯାଇଥିଲା।

● ଯୋଜନାର ବୈଶିଷ୍ଟ୍ୟ: ଆର୍ଥିକ ଯୋଗଦାନକୁ ଆଧାର କରି ଏପିୱାଇ 60 ବର୍ଷ ବୟସରୁ ପ୍ରତି ମାସରେ 1,000 ରୁ 5,000 ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାଏ।

● ଅଗ୍ରଗତି: 19 ଜାନୁଆରୀ, 2026 ସୁଦ୍ଧା, 8.66 କୋଟିରୁ ଅଧିକ ଉପଭୋକ୍ତା ପଞ୍ଜୀକରଣ କରିଛନ୍ତି, ଯାହା ଏପିୱାଇକୁ ଭାରତର ସମାବେଶୀ ସାମାଜିକ ସୁରକ୍ଷା ଢାଞ୍ଚାର ଏକ ଆଧାର ରୂପେ ପରିଣତ କରିଛି।

● ସମ୍ପ୍ରସାରଣ ଆବଶ୍ୟକତା: ଯୋଜନାର ସ୍ଥାୟିତ୍ୱ ସୁନିଶ୍ଚିତ କରିବା ପାଇଁ ନିରନ୍ତର ସଚେତନତା, କ୍ଷମତା ନିର୍ମାଣ ଏବଂ ବ୍ୟବହାରିକ ଆବଶ୍ୟକତା ପୂରଣ ଲାଗି ନିରନ୍ତର ସରକାରୀ ସମର୍ଥନ ଅତ୍ୟନ୍ତ ଜରୁରୀ।

ଅଟଳ ପେନସନ ଯୋଜନା ଅବଧି ବୃଦ୍ଧି ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି
Share. Facebook Twitter LinkedIn Email WhatsApp Copy Link

Related Posts

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026
Latest News

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.