ନୂଆଦିଲ୍ଲୀ: ତୃତୀୟ ଟି-୨୦ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପାଇଁ ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଉଭୟେ ବିସ୍ଫୋରକ ପାଳି ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଭିଷେକ ଶର୍ମା ମାତ୍ର ୨୦ ବଲରେ ୭ ଚୌକା ଏବଂ ୫ ଛକା ସହାୟତାରେ ୬୮* ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୬ ବଲରେ ୬ ଟି ଚୌକା ଏବଂ ୩ ଟି ଛକା ସହାୟତାରେ ୫୬* ରନ କରିଥିଲେ। ସେହିଭଳି ଇଶାନ କିଶାନ ମଧ୍ୟ ୧୩ ଟି ବଲରେ ୩ ଚୌକା ଓ ୨ ଟି ଛକା ସହାୟତାରେ ୨୮ ରନ କରିଥିଲେ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୫୩ ରନ କରିଥିଲା। ଜବାବରେ ଭାରତୀୟ ଦଳ ୧୦ ଓଭର ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଅବଶିଷ୍ଟ ୨ ଟି ମ୍ୟାଚ ପୂର୍ବରୁ ୩-୦ ରେ କବଜା କରିଛି।


