ନୂଆଦିଲ୍ଲୀ: ପଥୁମ୍ ନିସାଙ୍କାଙ୍କ ଚମତ୍କାର ଶତକ ଶ୍ରୀଲଙ୍କାକୁ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ରେ ପ୍ରବେଶ କରାଇଛି। ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ୩୦ତମ ଲିଗ୍ ମ୍ୟାଚ୍ ୮ ୱିକେଟରେ ଜିତିଛି। ନିସାଙ୍କା ୫୨ ବଲ୍ ରେ ୧୦୦* ରନ୍ କରି ଦଳକୁ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ୧୦ ଚୌକା ଏବଂ ୫ ଛକା ସାମିଲ ଥିଲା। କୁସାଲ ମେଣ୍ଡିସ୍ ମଧ୍ୟ ୫୧ ରନ୍ କରିଥିଲେ।
ଏହି ପରାଜୟ ସହିତ ଅଷ୍ଟ୍ରେଲିଆର ସୁପର ୮ରେ ପହଞ୍ଚିବା ସମ୍ଭାବନା କ୍ରମଶଃ କଷ୍ଟକର ହୋଇପଡୁଛି। ପୂର୍ବ ମ୍ୟାଚ୍ରେ ଜିମ୍ବାୱେ ଅଷ୍ଟ୍ରେଲିଆକୁ ୨୩ ରନ୍ରେ ପରାସ୍ତ କରିଥିଲା। ଏବେ ଅଷ୍ଟ୍ରେଲିଆକୁ ସୁପର ୮ରେ ପହଞ୍ଚିବା ପାଇଁ ଅନ୍ୟ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ମ୍ୟାଚ୍ ପରେ ଗ୍ରୁପ୍ ବିରେ ଥିବା ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ୍ ପରେ କେବଳ ଗୋଟିଏ ବିଜୟ ସହିତ ଟେବୁଲରେ ତୃତୀୟ ସ୍ଥାନରେ ଅଛି।
ଅଷ୍ଟ୍ରେଲିଆ ଫେବୃଆରୀ ୨୦ ତାରିଖରେ ଓମାନ ବିପକ୍ଷରେ ତା’ର ଶେଷ ଲିଗ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଜିତିବା ସହିତ ଅଷ୍ଟ୍ରେଲିଆକୁ ଅନ୍ୟ ମ୍ୟାଚ୍ର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ। ଦ୍ୱିତୀୟ ସ୍ଥାନରେ ଥିବା ଜିମ୍ବାୱେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଜିତିଛି। ଜିମ୍ବାୱେ ଏବେ ଆୟର୍ଲାଣ୍ଡ ବିପକ୍ଷରେ ନିଜର ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଯଦି ଜିମ୍ବାୱେ ନିଜର ଲିଗ୍ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରେ, ତେବେ ସେମାନେ ସୁପର ୮ ରେ ପହଞ୍ଚିବେ।


