Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…
ଜାତୀୟ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…

February 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସରୁ ଇସ୍ତଫା
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ...

ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କାରଣରେ ସେ ଯାହା କହିଛନ୍ତି ତାହା ହେଲା ସଂଗଠନ କାମରେ ସମୟ ଦେଇପାରୁ ନ ଥିବାରୁ ଇସ୍ତଫା ଦେଲି। ତେବେ ତାଙ୍କ ଇସ୍ତଫା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଜାରୀ ରହିଛି।

ଦକ୍ଷିଣ ଓଡିଶାର ରାଜନୀତିରେ ଜୟରାମ ପାଙ୍ଗୀ ହେଉଛନ୍ତି ଜଣେ ଟାଣୁଆ ନେତା। ସେ ଚାରିଥର ବିଧାୟକ ଏବ ଥରେ ସାଂସଦ ହୋଇଛନ୍ତି। ସେ ସେ ଗତ ୧୯୭୭ରେ ଜନତା ପାର୍ଟି ଟିକେଟ୍‌ରେ ପଟ୍ଟାଙ୍ଗୀ ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ଗତ ୨୦୦୦ ଏବଂ ୨୦୦୪ରେ ଜୟରାମ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୯ ମସିହାରେ ସେ ବିଜେଡି ଟିକେଟରୁ କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡି ତାଙ୍କୁ ଟିକେଟ ନ ଦେଇ ଝିନ୍ନ ହିକ୍କାକାଙ୍କୁ ଟିକେଟ ଦେଇଥିଲା। ସେ 2017 ମସିହାରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଏହାପରେ ସେ 2019 ଲୋକସଭାରେ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କଠାରୁ ହାରିଯାଇଥିଲେ।

ଏହାପରେ ସେ ବିଜେପି ଛାଡି ବିଆରଏସ ପରେ 2023 ମସିହାରେ କଂଗ୍ରେସରେ ଯୋଗଦେଇଥିଲେ। ହେଲେ କଂଗ୍ରେସରେ ସେ ଯେପରି ସକ୍ରିୟ ହେବା କଥା ତାହା ହୋଇପାରି ନ ଥିଲେ। ଫଳରେ ସେ ସେହି ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ଏହାପରେ ସେ କଣ କରିବେ ତାହା ସ୍ପଷ୍ଟ ହୋଇ ନାହିଁ।

Jayaram Pangi ଜୟରାମ ପାଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ହରିଦ୍ୱାର କୋର୍ଟକୁ ବୋମା ଧମକ: ସୁରକ୍ଷା ଏଜେନ୍ସିଗୁଡ଼ିକର ତଦନ୍ତ ଜାରି

February 18, 2026

ଆଇସିସି ରାଙ୍କିଙ୍ଗରେ ଶୀର୍ଷ ୧୦ରେ ପହଞ୍ଚିଲେ ଇଶାନ କିଶନ: ଜାଣନ୍ତୁ ଅଭିଷେକ ଶର୍ମାଙ୍କ ସ୍ଥାନ

February 18, 2026

ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

February 18, 2026

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026
Latest News

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…

February 18, 2026

ହରିଦ୍ୱାର କୋର୍ଟକୁ ବୋମା ଧମକ: ସୁରକ୍ଷା ଏଜେନ୍ସିଗୁଡ଼ିକର ତଦନ୍ତ ଜାରି

February 18, 2026

ଆଇସିସି ରାଙ୍କିଙ୍ଗରେ ଶୀର୍ଷ ୧୦ରେ ପହଞ୍ଚିଲେ ଇଶାନ କିଶନ: ଜାଣନ୍ତୁ ଅଭିଷେକ ଶର୍ମାଙ୍କ ସ୍ଥାନ

February 18, 2026

ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

February 18, 2026

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.