ମୁମ୍ବାଇ: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ଏବେ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ମଧ୍ୟ କଡା ଟକ୍କର ଦେଇଥିଲା। ଇଂଲଣ୍ଡ ୨୦ ଓଭରରେ ୨୪୬ ରନ୍ କରିଥିଲା। ଭାରତ ୭ ରନ୍ ରେ ସେମିଫାଇନାଲ ଜିତିଥିଲା।
ଇଂଲଣ୍ଡ ପାଇଁ ଜାକବ୍ ବେଥେଲ୍ ୪୮ ବଲ୍ରେ ୧୦୫ ରନ୍ କରିଥିଲେ, କିନ୍ତୁ ସେ ଇଂଲଣ୍ଡକୁ ବିଜୟୀ କରାଇପାରି ନଥିଲେ। ଇଂଲଣ୍ଡ ମ୍ୟାଚ୍ରେ ଦୃଢ଼ ଲଢ଼େଇ କରିଥିଲା, କିନ୍ତୁ ଜସପ୍ରିତ ବୁମରାହ ୧୬ତମ ଓଭରରେ ୮ ରନ୍ ଏବଂ ୧୮ତମ ଓଭରରେ ୬ ରନ୍ ଦେଇ ଭାରତର ବିଜୟ ପ୍ରାୟ ନିଶ୍ଚିତ କରିଥିଲେ।


