Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି
ଜାତୀୟ ଖବର

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
Lok Sabha
ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ସମ୍ବିଧାନ ଓ ସଂସଦର କାର୍ଯ୍ୟ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ନିୟମ ଓ ସ୍ଥାୟୀ ଆଦେଶ ଅଧୀନରେ ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ସୁନିଶ୍ଚିତ କରାଯାଇଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଜୋର୍‌ ଦେଇ କହିଛନ୍ତି। ସେ କହିଛନ୍ତି ଯେ ନିୟମ ଅଧୀନରେ ସଦନରେ ଭାଷଣ ଦେବା ସମୟରେ ସଦସ୍ୟମାନେ କିପରି ଆଚରଣ କରିବେ ସେ ବିଷୟରେ ବିସ୍ତୃତ ମାର୍ଗଦର୍ଶିକା ରହିଛି।

ସଂସଦରେ ବାକ୍ ସ୍ୱାଧୀନତା ସହ ଜଡିତ ସମ୍ବିଧାନର ଧାରା ୧୦୫କୁ ଉଲ୍ଲେଖ କରି ବାଚସ୍ପତି ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନ ଏହି ସ୍ୱାଧୀନତାକୁ ସଂସଦୀୟ ନିୟମର ପରିସର ମଧ୍ୟରେ ସ୍ଥାନିତ କରେ।

ତାଙ୍କୁ ପଦରୁ ହଟାଇବା ଲାଗି ଦାବି ପ୍ରସ୍ତାବ ଉପରେ ବିତର୍କ ସମାପ୍ତ ହେବାର ଗୋଟିଏ ଦିନ ପରେ ସଂସଦକୁ ସମ୍ବୋଧିତ କରି ବାଚସ୍ପତି କହିଛନ୍ତି, ଗତ ଦୁଇ ଦିନ ଧରି ଗୃହରେ ବାର ଘଣ୍ଟାରୁ ଅଧିକ ଆଲୋଚନା ହୋଇଛି, ଯେଉଁ ସମୟରେ ବିଭିନ୍ନ ଦଳର ସଦସ୍ୟମାନେ ସେମାନଙ୍କର ମତ, ଯୁକ୍ତି ଏବଂ ଚିନ୍ତା ପ୍ରକ କରିଛନ୍ତି।

ସେ କହିଛନ୍ତି, ‘‘ମୁଁ ପ୍ରତ୍ୟେକ ମାନ୍ୟବର ସଦସ୍ୟଙ୍କ କଥା ଧ୍ୟାନର ସହିତ ଶୁଣିଲି। ମୁଁ ଏହି ସଦନର ସମସ୍ତ ସଦସ୍ୟଙ୍କ ପ୍ରତି ମୋର ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି – ସେମାନେ ସମର୍ଥନରେ ସେମାନଙ୍କର ମତାମତ ପ୍ରକାଶ କରିଥା’ନ୍ତୁ କିମ୍ବା ସମାଲୋଚନା ମାଧ୍ୟମରେ ପରାମର୍ଶ ଦେଇଥା’ନ୍ତୁ। ଏହା ଗଣତନ୍ତ୍ରର ବିଶେଷତ୍ୱ। ଏଠି ପ୍ରତ୍ୟେକ ସ୍ୱର ଶୁଣାଯାଏ ଏବଂ ପ୍ରତ୍ୟେକ ଦୃଷ୍ଟିକୋଣ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।’’

ବିତର୍କ ସମୟରେ କହିବାର ସୁଯୋଗକୁ ନେଇ ବ୍ୟକ୍ତ କରାଯାଇଥିବା ଉଦବେଗର ଉତ୍ତରରେ ବାଚସ୍ପତି ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ସଦସ୍ୟଙ୍କୁ ଗୃହ ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ। ସେ କହିଛନ୍ତି, “କିଛି ସଦସ୍ୟ ବିଶ୍ୱାସ କରନ୍ତି ଯେ ବିରୋଧୀ ଦଳ ନେତାଙ୍କର ଯେକୌଣସି ସମୟରେ ତାଙ୍କ ପସନ୍ଦର ଯେକୌଣସି ବିଷୟରେ ଠିଆ ହୋଇ କହିବାର ବିଶେଷ ଅଧିକାର ଅଛି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ସଦନ ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ହିଁ ସଦନ କାର୍ଯ୍ୟ କରିଥାଏ। ଏହି ନିୟମଗୁଡ଼ିକ ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ।’’ ସେ ଜୋର ଦେଇ କହିଛନ୍ତି, ଏ ସଦନର କୌଣସି ମାନ୍ୟବର ସଦସ୍ୟ ଏହି ନିୟମ ପରିସର ବାହାରେ କହିବାର କୌଣସି ସୁବିଧା ପାଇନାହାନ୍ତି।

ବିରୋଧୀ ଦଳ ସଦସ୍ୟଙ୍କ ମାଇକ୍ରୋଫୋନ୍ ବନ୍ଦ କରାଯାଇଥିବା ଅଭିଯୋଗର ମଧ୍ୟ ଲୋକସଭା ବାଚସ୍ପତି ଉତ୍ତର ଦେଇଛନ୍ତି। ‘‘ମୁଁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବାଚସ୍ପତିଙ୍କ ପାଖରେ ମାଇକ୍ରୋଫୋନ୍ ଚାଲୁ କିମ୍ବା ବନ୍ଦ କରିବା ପାଇଁ କୌଣସି ବଟନ୍ ନାହିଁ। ସଦନ ବ୍ୟବସ୍ଥା କେବଳ ସେହି ସଦସ୍ୟଙ୍କ ପାଇଁ ମାଇକ୍ରୋଫୋନ୍ ଚାଲୁ କରେ ଯାହାକୁ କହିବାକୁ ଅନୁମତି ଦିଆଯାଇଛି,’’ ବୋଲି ଶ୍ରୀ ବିର୍ଲା କହିଛନ୍ତି।

ବାଚସ୍ପତି ଗୁରୁତ୍ୱାରୋପ କରି କହିଥିଲେ ଯେ ସଦନର ବାଚସ୍ପତି ପଦବୀ କୌଣସି ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ନୁହେଁ। ବାଚସ୍ପତି କହିଥିଲେ, “ଏହି ପଦବୀ କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ। ଏହା ଭାରତର ଗଣତାନ୍ତ୍ରିକ ପରମ୍ପରା, ସମ୍ବିଧାନର ଭାବନା ​​ଏବଂ ଏହି ମହାନ ଅନୁଷ୍ଠାନର ମର୍ଯ୍ୟାଦାର ପ୍ରତୀକ। ମୋ ପୂର୍ବରୁ ଥିବା ବାଚସ୍ପତିମାନେ ଏହି ଗୃହର ଗରିମା ଏବଂ ପରମ୍ପରାକୁ ସୁଦୃଢ଼ ​​କରିଛନ୍ତି। ତେଣୁ ସଦନର ପ୍ରତିଷ୍ଠା ବୃଦ୍ଧି କରିବାକୁ ମୁଁ ନିରନ୍ତର ପ୍ରୟାସ କରୁଛି।’’ ସେ ପୁଣି କହିଥିଲେ ଯେ, ସର୍ବଦା ଗୃହର କାର୍ଯ୍ୟକୁ ନିରପେକ୍ଷତା, ଶୃଙ୍ଖଳା ଏବଂ ସନ୍ତୁଳନ ସହିତ  ନିର୍ଦ୍ଧାରିତ ନିୟମ ଏବଂ ପ୍ରକ୍ରିୟା ଅନୁସାରେ ପରିଚାଳନା କରିବାକୁ ସେ ପ୍ରୟାସ କରିଛନ୍ତି।

ବାଚସ୍ପତି କହିଥିଲେ, ସଦନ ଭାରତର ୧୪୦ କୋଟି ଲୋକଙ୍କ ସାର୍ବଭୌମ ଇଚ୍ଛାକୁ ପ୍ରତିନିଧିତ୍ୱ କରେ ଏବଂ ପ୍ରତ୍ୟେକ ସଦସ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିଥା’ନ୍ତି। ସେ କହିଥିଲେ, ପ୍ରତ୍ୟେକ ସଦସ୍ୟ ଏଠାକୁ ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠାଇବା ଏବଂ ସେମାନଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବାର ଦାୟିତ୍ୱ ନେଇ ଆସିଥା’ନ୍ତି।

ମହିଳା ସାଂସଦଙ୍କ ସମ୍ମାନ ସମ୍ପର୍କରେ ବ୍ୟକ୍ତ କରାଯାଇଥିବା ଉଦବେଗ ସମ୍ପର୍କରେ ବାଚସ୍ପତି କହିଛନ୍ତି, ସମସ୍ତ ମହିଳା ସାଂସଦଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି । ସେ ସର୍ବଦା ସମସ୍ତ ମାନ୍ୟବର ମହିଳା ସାଂସଦଙ୍କୁ ସର୍ବୋଚ୍ଚ ସମ୍ମାନ ଦେଇଆସିଛି। ‘‘ମୋର ସର୍ବଦା ଚେଷ୍ଟା ରହିଛି ଯେ ପ୍ରତ୍ୟେକ ମହିଳା ସାଂସଦଙ୍କୁ ଏହି ଗୃହରେ କହିବାର ସୁଯୋଗ ମିଳୁ। ମୋ କାର୍ଯ୍ୟକାଳ ମଧ୍ୟରେ, ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ସାଂସଦଙ୍କ ସମେତ ପ୍ରତ୍ୟେକ ମହିଳା ସାଂସଦଙ୍କୁ ସେମାନଙ୍କର ମତାମତ ପ୍ରକାଶ କରିବାର ସୁଯୋଗ ମିଳିଛି,” ଶ୍ରୀ ଓମ୍‌ ବିର୍ଲା କହିଛନ୍ତି ।

ବିରୋଧୀ ସଦସ୍ୟଙ୍କୁ ବିତର୍କରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇନାହିଁ ବୋଲି ହେଉଥିବା ଦାବିକୁ ମଧ୍ୟ ବାଚସ୍ପତି ଖଣ୍ଡନ କରିଛନ୍ତି ।  ସଦ୍ୟ ଲୋକସଭା ଅଧିବେଶନର ସରକାରୀ ତଥ୍ୟକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ସଦସ୍ୟଙ୍କ ସଂଖ୍ୟା ଅନୁପାତରେ କହିବା ସମୟ ମାପ କରାଗଲେ ବିରୋଧୀ ସଦସ୍ୟମାନେ ପ୍ରାୟତଃ ପ୍ରମୁଖ ବିତର୍କ ସମୟରେ ନିର୍ଦ୍ଧାରିତ ସମୟ ଅପେକ୍ଷା ଅଧିକ ସମୟ ପାଇଛନ୍ତି। ଛୋଟ ଦଳ, ଏକକ ସଦସ୍ୟ ଦଳ ଏବଂ ସ୍ୱାଧୀନ ସଦସ୍ୟଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଇଛି। ପ୍ରାୟତଃ ବିତର୍କ ଏବଂ ଶୂନ୍ୟ କାଳ ପାଇଁ ଧାର୍ଯ୍ୟ ସମୟ ବୃଦ୍ଧି କରାଯାଇଛି ଯାହାଦ୍ୱାରା ଅଧିକ ସଦସ୍ୟ ସେମାନଙ୍କର ମତାମତ ପ୍ରକାଶ କରିପାରିବେ।

ବାଚସ୍ପତି ଗୃହରେ ବିଶୃଙ୍ଖଳିତ ଆଚରଣକୁ ଦୃଢ଼ ନିନ୍ଦା କରି କହିଥିଲେ ଯେ ସ୍ଲୋଗାନ ଦେବା, ପ୍ଲାକାର୍ଡ ପ୍ରଦର୍ଶନ କରିବା, କାଗଜ ଚିରିବା ଏବଂ ଗୃହର ମଧ୍ୟଭାଗକୁ ଚାଲି ଆସିବା ପୂର୍ବରୁ ପ୍ରତିଷ୍ଠିତ ସଂସଦୀୟ ପରମ୍ପରାର ବିରୋଧୀ। ଏହି କାର୍ଯ୍ୟଗୁଡ଼ିକ କେବଳ ସଦନର କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ ବରଂ ଏହାର ମର୍ଯ୍ୟାଦାକୁ ମଧ୍ୟ ହ୍ରାସ କରେ। ସେ ସାଂସଦମାନଙ୍କୁ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ପରମ୍ପରା ପାଳନ କରିବାକୁ ଅନୁରୋଧ କରିଥିଲେ।

ସ୍ଲୋଗାନ ଦେବା, ପ୍ଲାକାର୍ଡ ପ୍ରଦର୍ଶନ କରିବା, ଅନୁପଯୁକ୍ତ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା ଏବଂ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସମେତ ଏପରି ଆଚରଣ ବିଧାନପାଳିକା ପ୍ରତିଷ୍ଠାନର କାର୍ଯ୍ୟକାରିତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ୧୯୯୭ ଏବଂ ୨୦୦୧ ମସିହାରେ ବାଚସ୍ପତି ଏବଂ ସଂସଦୀୟ ନେତାଙ୍କ ସମ୍ମିଳନୀରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ହୋଇଥିଲା ବୋଲି ଶ୍ରୀ ବିର୍ଲା ମନେ ପକାଇ ଦେଇଥିଲେ । ସେ କହିଥିଲେ, ଗଣତନ୍ତ୍ରରେ ମତଭେଦ ଏବଂ ଉଷ୍ମ ବିତର୍କ ସ୍ୱାଭାବିକ, କିନ୍ତୁ ଗଣତାନ୍ତ୍ରିକ ଆଲୋଚନା ଏବଂ ଅବ୍ୟବସ୍ଥା ମଧ୍ୟରେ ଏକ ସ୍ପଷ୍ଟ ସୀମାରେଖା ଅଛି।

ସଂସଦର ଗରିମା ଓ ମର୍ଯ୍ୟାଦା ବଜାୟ ରଖିବା ସବୁ ସଦସ୍ୟଙ୍କ ସାମୂହିକ ଦାୟିତ୍ୱ ବୋଲି ବାଚସ୍ପତି ଗୁରୁତ୍ୱାରୋପ କରି କହିଥିଲେ। ସେ କହିଥିଲେ, ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ସ୍ଥାୟୀ ଏବଂ ଏକ ଦୃଢ଼ ଗଣତନ୍ତ୍ରର ମୂଳଦୁଆ। ଯଦି ଆମେ ନିଜେ ଆମର ପ୍ରତିଷ୍ଠାନ ଗୁଡ଼ିକର ମର୍ଯ୍ୟାଦାକୁ ଦୁର୍ବଳ କରୁ, ତେବେ ଏହା କୌଣସି ବ୍ୟକ୍ତି କିମ୍ବା ଦଳ ପାଇଁ ନୁହେଁ, ବରଂ ସମଗ୍ର ରାଷ୍ଟ୍ର ପାଇଁ କ୍ଷତିକାରକ ହେବ। ଯେତେବେଳେ ଗୃହରେ ବିଭ୍ରାଟ ଘଟେ, ସେତେବେଳେ ସଂସଦ ଗମ୍ଭୀରତା ଏବଂ ଦାୟିତ୍ୱର ସହିତ କାର୍ଯ୍ୟ କରିବା ଆଶା କରୁଥିବା ନାଗରିକମାନେ ନିରାଶ ହୋଇଥା’ନ୍ତି ବୋଲି ସେ କହିଥିଲେ।

ନିଜର ଅଭିଭାଷଣ ଶେଷରେ ଶ୍ରୀ ବିର୍ଲା ସବୁ ଦଳର ସଦସ୍ୟମାନଙ୍କୁ ସଂସଦକୁ ମଜବୁତ କରିବା ଏବଂ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଏକାଠି କାମ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ, “ମୁଁ ଶାସକ ଏବଂ ବିରୋଧୀ ଦଳ ଉଭୟଙ୍କୁ ଏହି ପ୍ରତିଷ୍ଠାନର ସହଭାଗୀ ରକ୍ଷକ ବୋଲି ବିବେଚନା କରେ। ପ୍ରଶଂସା ହେଉ କି ସମାଲୋଚନା, ମୋର ସଂକଳ୍ପ ଗୋଟିଏ – ଏହି ସଦନର ମର୍ଯ୍ୟାଦା ରକ୍ଷା କରିବା ଏବଂ ଏହାର ନିୟମ ପାଳନ କରିବା।’’

ଗହନ ବିତର୍କ ପରେ ସଦସ୍ୟମାନଙ୍କୁ ସକାରାତ୍ମକ ଭାବରେ ଆଗକୁ ବଢ଼ିବାକୁ ଆହ୍ୱାନ କରି ବାଚସ୍ପତି କହିଥିଲେ, ‘‘ଆସନ୍ତୁ ଆଜିଠାରୁ ଏକ ନୂତନ, ସକାରାତ୍ମକ ଏବଂ ଗଠନମୂଳକ ଅଧ୍ୟାୟ ଆରମ୍ଭ କରିବା। ଆସନ୍ତୁ ଆମେ ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣ ପଥରେ ଏକାଠି ଆଗକୁ ବଢ଼ିବା।’’

ଅଭିବ୍ୟକ୍ତିର ସ୍ୱାଧୀନତା ଓମ୍‌ ବିର୍ଲା ଲୋକସଭା ବାଚସ୍ପତି ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱ-ଗଣନା ସଂପୂର୍ଣ୍ଣ କଲେ ପ୍ରଧାନମନ୍ତ୍ରୀ: ଜନଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ କଲେ ନିବେଦନ

April 2, 2026

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026

ଆଜି ଏପ୍ରିଲ ୨ ତାରିଖ ଗୁରୁବାର ଦିନ କ’ଣ ରହିଛି ଆପଣଙ୍କ ରାଶିରେ, ପଢନ୍ତୁ ବିସ୍ତୃତ ରାଶିଫଳ

April 2, 2026

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026
Latest News

ଦୃଢ଼ ସଂକଳ୍ପ ଆଗରେ ହାର ମାନିଲା ପ୍ରତିବନ୍ଧକ: ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ

April 2, 2026

ଓଡ଼ିଶା ବିଧାନସଭା ବୁଲିଲେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ

April 2, 2026

ସ୍ୱ-ଗଣନା ସଂପୂର୍ଣ୍ଣ କଲେ ପ୍ରଧାନମନ୍ତ୍ରୀ: ଜନଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ କଲେ ନିବେଦନ

April 2, 2026

ସ୍ୱ-ଗଣନା ପୋର୍ଟାଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ନିଜସ୍ଵ ତଥ୍ୟ ପ୍ରଦାନ

April 2, 2026

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.