Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ
ଜାତୀୟ ଖବର

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହର୍ମୁଜ୍ ପ୍ରଣାଳୀ
ଭାରତ ପାଇଁ ଖୁସି ଖବର!: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଆସୁଛି ଆଉ ଏକ ବଡ଼ ତେଲ ଟ୍ୟାଙ୍କର

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସଂଘର୍ଷ ସ୍ଥିତି କାରଣରୁ ବିଶ୍ୱରେ ଇନ୍ଧନ ମୂଲ୍ୟ ଆକାଶ ଛୁଆଁ ହୋଇଛି। ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍‌ ପିଛା ୧୨୦ ଡଲାରରେ ପହଞ୍ଚିଛି। ତେବେ ହୋର୍ମୁଜ୍‌ ପ୍ରଣାଳୀ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଯୁଦ୍ଧ କାରଣରୁ ଇନ୍ଧନ ପରିବହନ ଲାଗି ଉଦ୍ଦିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗ ଦେଇ ବିଶ୍ୱର ମାତ୍ର ଏକ ପଞ୍ଚମାଂଶ ଅଶୋଧିତ ତୈଳ ଆସିପାରୁଛି। ହୋର୍ମୁଜ୍‌ ପ୍ରଣାଳୀ ଭାରତର ଇନ୍ଧନ ଆମଦାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ବର୍ତ୍ତମାନ ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗତ ୧୧ ବର୍ଷ ମଧ୍ୟରେ ଭାରତ ସକ୍ରିୟ ଭାବେ ନିଜର ଇନ୍ଧନ ଆମଦାନୀ ଉତ୍ସକୁ ବିବିଧ କରିବା ସହିତ ଘରୋଇ ଅକ୍ଷୟ ଶକ୍ତି କ୍ଷମତାକୁ ବ୍ୟାପକ ପ୍ରୋତ୍ସାହନ ଦେବା ଫଳରେ ସାମ୍ପ୍ରତିକ ସଂକଟ ମୁକାବିଲାରେ ସକ୍ଷମ ହୋଇପାରିଛି।

ଏକ ଦଶନ୍ଧି ପୂର୍ବରୁ ଏପରି ସଂକଟ ଉପୁଜିଥିଲେ ସ୍ଥିତି ଭିନ୍ନ ହୋଇଥା’ନ୍ତା। କାରଣ ସେତେବେଳେ ଏହି ସଂକଟଗ୍ରସ୍ତ ମାର୍ଗକୁ ବାଦ୍‌ ଦେଲେ ଇନ୍ଧନ ଆମଦାନୀର ଅନ୍ୟ କୌଣସି ମାର୍ଗ ପ୍ରାୟ ନଥିଲା। ସୁତରାଂ, ଭାରତରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଆକାଶଛୁଆଁ ବୃଦ୍ଧି ପାଇଥା’ନ୍ତା। ହେଲେ ବର୍ତ୍ତମାନ ଅନ୍ୟ ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି। ଜାପାନ ଏବେ ଉଚ୍ଚ ଋଣ କାରଣରୁ ଚାପଗ୍ରସ୍ତ ରହିଛି। ଗ୍ୟାସ ଉପରେ ଅତ୍ୟଧିକ ନିର୍ଭରଶୀଳ ବ୍ରିଟେନରେ ଦରଦାମ ବୃଦ୍ଧି ପାଇଛି। ଇଜିପ୍ଟ ଓ ତୁର୍କୀ ମଧ୍ୟ ଦରବୃଦ୍ଧି ସମସ୍ୟାରେ ପଡ଼ିଛନ୍ତି। ସିଙ୍ଗାପୁରରେ ବିଦ୍ୟୁତ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଘଟିଛି। ଦକ୍ଷିଣ କୋରିଆ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଆର୍ଥିକ ସ୍ଥିରତା ବଜାୟ ରଖିବା ଲାଗି ଇନ୍ଧନ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗତ ଏକ ଦଶନ୍ଧି ମଧ୍ୟରେ ଇନ୍ଧନ ଉତ୍ସକୁ ବିବିଧ କରିବା ସହିତ ଘରୋଇ କ୍ଷମତାକୁ ବଢ଼ାଇବା ଲାଗି ନିରନ୍ତର ପ୍ରୟାସ କରି ଆସୁଛନ୍ତି। ବହୁପକ୍ଷୀୟ କୂଟନୀତି ମାଧ୍ୟମରେ ଭାରତ ନିଜର ଅଶୋଧିତ ତୈଳ ଆମଦାନୀ ଉତ୍ସର ନେଟୱାର୍କକୁ ୨୭ଟି ଦେଶରୁ ବଢ଼ାଇ ୪୦ରେ ପହଞ୍ଚାଇଛି। ଫଳରେ ଗୋଟିଏ କ୍ଷେତ୍ର ଉପରେ ନିର୍ଭରଶୀଳତା ହ୍ରାସ ପାଇଛି। ଏହାଦ୍ୱାରା ଭାରତ ଭଲ ସ୍ଥିତିରେ ରହିଛି। ଏହାବ୍ୟତୀତ ଭାରତ ନିଜର ଘରୋଇ ଶକ୍ତି କ୍ଷମତାକୁ ମଧ୍ୟ ବଢ଼ାଇଛି। ଗତ ୧୧ ବର୍ଷ ମଧ୍ୟରେ ଦେଶର ମୋଟ୍‌ ବିଦ୍ୟୁତ କ୍ଷମତା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୫୨୦ ଗିଗାୱାଟରେ ପହଞ୍ଚିଛି। ଅଣଜୀବାଶ୍ମ ଉତ୍ସରୁ ବିଦ୍ୟୁତ ଉତ୍ପାଦନ ମଧ୍ୟ ବଢ଼ିଛି। ପିଏମ୍‌ ସୂର୍ଯ୍ୟ ଘର ମୁଫତ୍‌ ବିଜଲି ଯୋଜନାରେ ଏକ କୋଟି ପରିବାରକୁ ଛାତ ଉପରେ ସୌର ଶକ୍ତି ପ୍ୟାନେଲ୍‌ ସ୍ଥାପନ ପାଇଁ ସହାୟତା ଯୋଗାଇ ଦିଆଯାଉଛି। ଏହା ଲୋକଙ୍କ ବିଦ୍ୟୁତ ବିଲ୍‌ ସଞ୍ଚୟ କରିବା ସହିତ ଆର୍ଥିକ ଏବଂ ପରିବେଶଗତ ଲାଭ ମଧ୍ୟ ପହଞ୍ଚାଉଛି। ଏହି ଯୋଜନା ସରକାରଙ୍କର ବାର୍ଷିକ ପ୍ରାୟ ୭୫ ହଜାର କୋଟି ଟଙ୍କା ସଞ୍ଚୟ କରିବ ବୋଲି ଆଶା କରାଯାଉଛି। ସୌର ଶକ୍ତିର ସମ୍ପ୍ରସାରଣ ଏତେ ବିକେନ୍ଦ୍ରିକୃତ ହୋଇନଥିଲେ ଅଣଜୀବାଶ୍ମ ଇନ୍ଧନ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦେଶକୁ ବିଶ୍ୱ ଇନ୍ଧନ ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥା’ନ୍ତା। ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ ମିଳୁଥିବାରୁ ପରିବାରଗୁଡ଼ିକ ଏବେ ରୋଷେଇ ପାଇଁ ଏଲପିଜି ଗ୍ୟାସ ପରିବର୍ତ୍ତେ ବିଦ୍ୟୁତ ସରଞ୍ଜାମ ଉପଯୋଗ କରିପାରୁଛନ୍ତି।

ବିଦ୍ୟୁତଚାଳିତ ଗାଡ଼ି ସଂଖ୍ୟା ବଢ଼ିବା ଫଳରେ ପରିବହନ କ୍ଷେତ୍ରରେ ପେଟ୍ରୋଲ ଓ ଡିଜେଲ୍‌ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି। ୨୦୧୪ରେ ଦେଶରେ ମାତ୍ର ୨୬ଶହ ବିଦ୍ୟୁତ ଚାଳିତ ଯାନ ଥିଲା। ୨୦୨୫ରେ ଇଭି ବିକ୍ରି ୧୬.୭୧ ଲକ୍ଷକୁ ବୃଦ୍ଧି ପାଇଛି। ଏହି ପରିବର୍ତ୍ତନ ପାଇଁ ସରକାରଙ୍କ ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ୨୦୧୫ରେ ଫେମ୍‌-୧ ଯୋଜନା ୨.୭୮ ଲକ୍ଷ ଇଭି କ୍ରୟକୁ ସମର୍ଥନ କରିଛି ଯାହା ପ୍ରାୟ ୫ କୋଟି ଲିଟର ଇନ୍ଧନ ସଞ୍ଚୟ କରିଛି । ସମୟ ଗଡ଼ିବା ସହିତ, ବୈଦ୍ୟୁତିକ ପରିବହନର ଗ୍ରହଣୀୟତା ବୃଦ୍ଧି ପାଇଲେ ଆମଦାନୀ ତୈଳ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ ପାଇବ ଯାହାଫଳରେ ଦେଶ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ବିଶ୍ୱ ସଂକଟ ଭଳି ପରିସ୍ଥିତିରେ ସୁରକ୍ଷିତ ରହିପାରିବ।

ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଭୂରାଜନୈତିକ ସଙ୍କଟ ସମୟରେ ଯୋଗାଣ ପ୍ରତିବନ୍ଧକର ସାମ୍ନା କରିବାକୁ ସକ୍ଷମ ହେବା ପାଇଁ ଏହାର ରଣନୀତିକ ପେଟ୍ରୋଲିୟମ୍ ରିଜର୍ଭ (ଏସପିଆର) କ୍ଷମତାକୁ ମଧ୍ୟ ସୁଦୃଢ଼ ​​କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ, ଭାରତ ବିଶାଖାପାଟଣା, ମାଙ୍ଗାଲୁରୁ ଏବଂ ପାଦୁରରେ ରଣନୀତିକ ରିଜର୍ଭ ସହିତ ଏହାର ଜରୁରୀକାଳୀନ ତୈଳ ସଂରକ୍ଷଣ ଭିତ୍ତିଭୂମିକୁ ବିସ୍ତାର କରିଛି। ଓଡ଼ିଶାର ଚଣ୍ଡିଖୋଲ ଏବଂ ପାଦୁର ପର୍ଯ୍ୟାୟ-୨ରେ ଅତିରିକ୍ତ ସୁବିଧା ଆରମ୍ଭ କରିଛି। ଫଳସ୍ୱରୂପ, ଆଜି ଭାରତରେ ଯଥେଷ୍ଟ ପରିମାଣରେ ତୈଳ ସଂରକ୍ଷିତ ରହିଛି । ବାଣିଜ୍ୟିକ ଇନଭେଣ୍ଟରୀ ସହିତ ରଣନୀତିକ ରିଜର୍ଭକୁ ମିଶାଇଲେ ପ୍ରାୟ ୭୪ ଦିନ ପାଇଁ ଦେଶରେ ତୈଳ ଗଚ୍ଛିତ ରହିଛି । କିନ୍ତୁ, ଏକ ଦଶନ୍ଧି ପୂର୍ବେ, ଭାରତର ଜରୁରୀକାଳୀନ ଅଶୋଧିତ ଭଣ୍ଡାର କେବଳ ୧୩ ଦିନର ଚାହିଦା ପୂରଣ କରିବା ଭଳି ସ୍ଥିତିରେ ଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଗତ ଏକ ଦଶନ୍ଧି ଧରି ଶକ୍ତି ବିବିଧତା ପାଇଁ ପ୍ରୟାସ କରୁଛି, ଯେଉଁଥିରେ ଆମଦାନୀ ଉତ୍ସ ଓ ମାର୍ଗଗୁଡ଼ିକର ବିବିଧତା, ଦୃଢ଼ ଦୀର୍ଘକାଳୀନ ବିଶ୍ୱ ସହଭାଗୀତା ନିର୍ମାଣ, ଘରୋଇ ଭିତ୍ତିଭୂମିରେ ବିପୁଳ ନିବେଶ ଏବଂ ଅକ୍ଷୟ ଶକ୍ତି ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏବେ ଏହାର ମୂଲ୍ୟ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି। ହର୍ମୁଜ୍ ସଙ୍କଟ ସାରା ବିଶ୍ୱର ଦୁର୍ବଳତା ପ୍ରକାଶ କରୁଥିବା ବେଳେ ଭାରତର ପ୍ରସ୍ତୁତି ଅନ୍ୟ ରାଷ୍ଟ୍ର ତୁଳନାରେ ପ୍ରଭାବକୁ ଯଥେଷ୍ଟ କମ କରିଛି।

ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପୂର୍ବାପେକ୍ଷା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ବର୍ତ୍ତମାନର ପରିସ୍ଥିତରେ ଅଧିକ ସ୍ପଷ୍ଟ ହୋଇଛି। ଅନିଶ୍ଚିତ ବିଶ୍ୱରେ ଭବିଷ୍ୟବାଦୀ ଚିନ୍ତାଧାରା ଓ ରଣନୀତି ଭାରତ ପାଇଁ ଆର୍ଥିକ ଧକ୍କା ବିରୋଧରେ ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ପାଲଟିଛି।

ଅଶୋଧିତ ତୈଳ ଇନ୍ଧନ ମୂଲ୍ୟ ଆକାଶ ଛୁଆଁ ଇନ୍ଧନ ରଣନୀତି ପଶ୍ଚିମ ଏସିଆ ହୋର୍ମୁଜ୍‌ ପ୍ରଣାଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026
Latest News

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.