ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାର ୫୪ ପ୍ରକୋଷ୍ଠରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ଏଥିରେ ଚାରିଟି ଖାଲିଥିବା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନ ପାଇଁ ପାଞ୍ଚଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ତିନୋଟି ଆସନରେ ବିଜେପି ଓ ବିଜେଡି ପ୍ରାର୍ଥୀ ଜିତୁଥିବା ବେଳେ ଚତୁର୍ଥ ଆସନ କାହାର ହେବ ସେ ନେଇ ଚାଲିଛି ଛକାପଞ୍ଚା।
ବର୍ତ୍ତମାନ ବିଧାନସଭାରେ ଉପସ୍ଥିତ ଅଛନ୍ତି ମୁକ୍ୟମନ୍ତ୍ରୀ ମୋହନ ମାଝୀ। ସେହିପରି ବିଜେପିର ବିଧାୟକମାନେ ପାରାଦ୍ବୀପରୁ ଏକାଠି ଆସି ବିଧାନସଭାରେ ପହଞ୍ଚି ସାରିଲେଣି। କଂଗ୍ରେସର ବିଧାୟକମାନେ ମଧ୍ୟ ବାଙ୍ଗାଲୁରୁ ଆସି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ସେମାନେ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି। କଂଗ୍ରେସ ସଭାପତି ଭକ୍ତ ଦାସ ମତଦାନ ପକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ସେ ମଧ୍ୟ ଉପସ୍ଥିତ ଅଛନ୍ତି।
ସେହିପରି ବିଜେଡି ବିଧାୟକମାନେ ସମସ୍ତେ ନବୀନ ନିବାସରେ ଏକାଠି ହୋଇଥିଲେ। ସେମାନେ ମଧ୍ୟ ନବୀନ ନିବାସରୁ ଆସି ବିଧାନସଭା ପରିସରରେ ପହଞ୍ଚି ସାରିଛନ୍ତି। ଏହି ଭୋଟଦାନ ପକ୍ରିୟା ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିବ। ଏହା ଶେଷ ହେବା ପରେ ଅପରାହ୍ନ 5 ଟାରେ ଭୋଟ ଗଣତି ହେବ।


