Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
sujata sharma
ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଘଟଣାକ୍ରମକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଆଉ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଏବଂ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ପରିବର୍ତ୍ତିତ ପରିସ୍ଥିତି, ଇନ୍ଧନ ଯୋଗାଣ ସ୍ଥିତି, ଜାହାଜ ଚଳାଚଳ, ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ସହାୟତା ଉପାୟ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା।

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ହୋର୍ମୁଜ୍‌ ପ୍ରଣାଳୀରେ ବାଧା ସୃଷ୍ଟି ହେବା ପରେ ଇନ୍ଧନ ଯୋଗାଣକୁ ବାଧାମୁକ୍ତ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲା। ଦେଶରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି। ସ୍ୱଦେଶୀ ଏଲପିଜି ଉତ୍ପାଦନ ବୃଦ୍ଧି ପାଇଛି।

ବିଶୋଧନାଗାରଗୁଡ଼ିକ ସର୍ବୋଚ୍ଚ କ୍ଷମତାରେ କାମ କରୁଥିବା ମନ୍ତ୍ରଣାଳୟର ଅଧିକାରୀ କହିଥିଲେ। କୌଣସି ଖୁଚୁରା ବିକ୍ରୟ କେନ୍ଦ୍ରରେ ଇନ୍ଧନ ଅଭାବ ସମ୍ପର୍କରେ ସୂଚନା ମିଳିନାହିଁ। ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ୍‌ ମହଜୁଦ ଥିବାରୁ ଭୟଭୀତ ହୋଇ କିଣାକିଣି ନକରିବାକୁ କୁହାଯାଇଥିଲା। ଘରୋଇ ପିଏନଜି ଓ ସିଏନଜି ସମେତ ପ୍ରାଥମିକତା କ୍ଷେତ୍ରରେ ନିୟମିତ ଯୋଗାଣ ଜାରି ରହିଛି। ଶିଳ୍ପ ଓ ବ୍ୟବସାୟିକ ଉପଭୋକ୍ତାଙ୍କ ପାଇଁ ୮୦ ପ୍ରତିଶତ ଗ୍ୟାସ ଯୋଗାଣ ନିୟନ୍ତ୍ରଣ କରାଯାଉଛି। ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହ ନିୟମିତ ଯୋଗାଯୋଗ ରଖି ସୁଲଭ ଯୋଗାଣ ସୁନିଶ୍ଚିତ କରୁଛନ୍ତି। ମାର୍ଚ୍ଚ ୨୦୨୬ର ପ୍ରଥମ ତିନି ସପ୍ତାହରେ ସିଟି ଗ୍ୟାସ ବିତରଣ ସଂସ୍ଥାଗୁଡ଼ିକ ଦ୍ୱାରା ସାଢ଼େ ୩ ଲକ୍ଷରୁ ଅଧିକ ଘରୋଇ ଓ ବ୍ୟବସାୟିକ ପିଏନଜି ସଂଯୋଗ ଦିଆଯାଇଛି।

ଅନ୍ୟପଟେ ଭୟଭୀତ ହୋଇ ଗ୍ୟାସ ସିଲିଣ୍ଡର ବୁକିଂ ମାମଲା ଯଥେଷ୍ଟ ହ୍ରାସ ପାଇଛି। ଘରୋଇ ସିଲିଣ୍ଡର ଯୋଗାଣ ସ୍ୱାଭାବିକ ରହିଛି। କଳାବଜାର ଓ ମହଜୁଦକୁ ରୋକିବା ଲାଗି ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀମାନଙ୍କୁ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟରେ ୨୪ଶହରୁ ଅଧିକ ଚଢ଼ାଉ କରାଯାଇ ୮୦୦ରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୫୦ ଏତଲା ହୋଇଛି ଏବଂ ୧୫୦ ଜଣ ଗିରଫ ହୋଇଛନ୍ତି। ଗୁଜବକୁ ବିଶ୍ୱାସ ନକରିବା ଏବଂ ସରକାରୀ ସୂଚନାକୁ ଭରସା କରିବାକୁ ସରକାର ନାଗରିକମାନଙ୍କୁ ଅପିଲ କରିଛନ୍ତି।

ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଅଧିକାରୀ ଏହି ସାମ୍ବାଦିକ ସମ୍ମିଳନୀରେ ଜାହାଜ ଚଳାଚଳ ଏବଂ ସାମୁଦ୍ରିକ ସୁରକ୍ଷା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଯୁଦ୍ଧ ପ୍ରଭାବିତ କ୍ଷେତ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଭାରତୀୟ ଜାହାଜ ସହିତ ଅଘଟଣ ଘଟିନାହିଁ। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଜାହାଜର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ଉପସାଗରୀୟ କ୍ଷେତ୍ରରେ ୬୦୦ ନାବିକଙ୍କ ସହିତ ୨୨ଟି ଭାରତୀୟ ଜାହାଜ ରହିଛି। ୧୧ ଜଣ ଭାରତୀୟ ନାବିକ ନିଜର ସେବା ସମାପ୍ତ କରି ସ୍ୱଦେଶ ଫେରି ଆସିଛନ୍ତି। ୫୪୭ ରୁ ଅଧିକ ଭାରତୀୟ ନାବିକ ଏବେ ସୁଦ୍ଧା ଫେରିଛନ୍ତି। ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରି ବିଭିନ୍ନ ଅଂଶୀଦାରଙ୍କ ସହ ଯୋଗାଯୋଗ ରକ୍ଷା କରୁଛି। ଭାରତର ସାମୁଦ୍ରିକ କ୍ଷେତ୍ର ସୁଚାରୂ ରୂପେ ଚାଲିଛି। ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଆଦି ସ୍ଥାନରୁ ମିଳିଥିବା ରିପୋର୍ଟ ଅନୁସାରେ, ବନ୍ଦରଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛନ୍ତି ଏବଂ କୌଣସିସ୍ଥାନରେ ଭିଡ଼ ନାହିଁ। ଜାହାଜଗୁଡ଼ିକର ଯାତାୟାତ ଏବଂ ମାଲ ପରିଚାଳନା ଉପରେ କଡ଼ା ନଜର ରଖାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପଶ୍ଚିମ ଏସିଆର ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ବିଶ୍ୱ ନେତାଙ୍କ ସହ ଆଲୋଚନା କରିଥିବା ମନ୍ତ୍ରଣାଳୟର ଅଧିକାରୀ କହିଥିଲେ। ଶନିବାର ଶ୍ରୀ ମୋଦୀ ଇରାନ ରାଷ୍ଟ୍ରପତି ଡା. ମସୁଦ୍‌ ପେଜେଶକିୟାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ସେ ପଶ୍ଚିମ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣକୁ କଡ଼ା ନିନ୍ଦା କରିଥିଲେ।  ଅନ୍ୟପକ୍ଷରେ ବିଦେଶ ମନ୍ତ୍ରଣାଳୟ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ସହିତ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ନିୟମିତ ଭାବେ କାର୍ଯ୍ୟ କରୁଛି।

ପ୍ରବାସୀମାନଙ୍କୁ ଦୂତାବାସ ସେବା ଏବଂ ସ୍ୱତନ୍ତ୍ର ବିମାନ ସେବା ଜରିଆରେ ଭାରତ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ୨୮ ଫେବୃଆରୀ ଠାରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ୭୫ ହଜାର ଯାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇରାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଆର୍ମେନିଆ ଏବଂ ଆଜରବାଇଜାନ ଦେଇ ଫେରିବାରେ ସହାୟତା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭୦୭ ଛାତ୍ରଛାତ୍ରୀ ଏବଂ ୩୨୪ ନାଗରିକଙ୍କ ସମେତ ୧,୦୩୧ ଭାରତୀୟ ସୀମା ପାର କରିସାରିଛନ୍ତି। ତେହରାନ, ଇସଫାହାନ ଏବଂ ଶିରାଜରେ ଥିବା ଭାରତୀୟ ଛାତ୍ରମାନଙ୍କୁ ଇରାନ ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଜୋର୍ଡାନ ଦେଇ ଭାରତ ଯାତ୍ରା କରିବାକୁ ସୁବିଧା ଦିଆଯାଉଛି।S

ଆନ୍ତଃମନ୍ତ୍ରଣାଳୟ ଏଲପିଜି ଯୋଗାଣ ପଶ୍ଚିମ ଏସିଆ ଘଟଣାକ୍ରମ ପିଏନଜି ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026
Latest News

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.