Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା
ଜାତୀୟ ଖବର

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026No Comments7 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬
ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

ହରଦୀପ ପୁରୀ

ପ୍ରାଚୀନ ଭାରତର ମହାନ ବ୍ୟାକରଣବିଦ୍ ପାଣିନୀ ଯେତେବେଳେ କଥିତ ଭାଷାର ଅବ୍ୟବସ୍ଥାକୁ ଏକ ସଂକ୍ଷିପ୍ତ, ସଂରଚିତ ଏବଂ ଗଣନାସଂଗତ ବ୍ୟାକରଣରେ ପରିଣତ କରିଥିଲେ, ସେ ଏକ ଶାଶ୍ୱତ ସତ୍ୟକୁ ପ୍ରମାଣିତ କରିଥିଲେ, ବୁଦ୍ଧିମତ୍ତା ସବୁଠାରୁ ପ୍ରଭାବଶାଳୀ ହୁଏ ଯେତେବେଳେ ତାହାକୁ ସଂରଚନାତ୍ମକ ଭାବରେ ପ୍ରକାଶ କରାଯାଏ। ଜ୍ଞାନକୁ ବ୍ୟବସ୍ଥିତ କରିବାର ଏହି ପ୍ରବୃତ୍ତି ପରବର୍ତ୍ତୀ କାଳରେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଆନୁଷ୍ଠାନିକ ରୂପ ନେଇଥିଲା, ଯେଉଁଠାରେ ଜ୍ଞାନକୁ ସୀମାତୀତ କରି ବିତର୍କ, ସଂରକ୍ଷଣ ଏବଂ ପ୍ରସାରଣ ପାଇଁ ଏକ ସୁଦୃଢ଼ ଢାଞ୍ଚା ଗଠିତ ହୋଇଥିଲା।

ଭାରତ କୃତ୍ରିମ ପ୍ରଜ୍ଞା (ଏ.ଆଇ.) ପ୍ରଭାବ ସମ୍ମିଳନୀ ୨୦୨୬ ଆୟୋଜନ କରିବାର ସିଦ୍ଧାନ୍ତ ସମାନ ଧରଣର ସଭ୍ୟତାଗତ ଚିନ୍ତାଧାରାରୁ ହିଁ ଆସିଥିଲା। କାରଣ ପ୍ରଯୁକ୍ତି ବିଦ୍ୟାରେ ପରବର୍ତ୍ତୀ ଯେଉଁ ବିରାଟ ପ୍ରଗତି ଘଟିବାକୁ ଯାଉଛି ତାହା ଏହିଭଳି ବ୍ୟବସ୍ଥା ବିଷୟରେ ଯାହା ଶିକ୍ଷାଲାଭ କରାଯାଇ ପାରିବ, ଯୁକ୍ତି କରାଯାଇ ପାରିବ ଏବଂ ମାତ୍ରାରେ କାର୍ଯ୍ୟ କରିପାରିବ ଏବଂ ବିଶ୍ୱ ଏପରି ଭବିଷ୍ୟତ ନିମନ୍ତେ ଯୋଗ୍ୟ କି ନୁହେଁ, ଯେଉଁଥିରେ କେବଳ କିଛି ରାଷ୍ଟ୍ରର ପ୍ରାଣକେନ୍ଦ୍ର (ରାଜଧାନୀ) କେବଳ ନିଷ୍ପତ୍ତି ନେବେ ଯେ ସେହି ବ୍ୟବସ୍ଥାଗୁଡ଼ିକ କିପରି ଗଠିତ ହେବ।

ଗତ ସପ୍ତାହରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ରାଷ୍ଟ୍ରମାନଙ୍କ ଦ୍ୱାରା ଆୟୋଜିତ ପ୍ରଥମ ବୈଶ୍ୱିକ  ସମ୍ମିଳନୀ ଥିଲା। ଏହାର ପୂର୍ବବର୍ତ୍ତୀ ସଂସ୍କରଣରେ ଏହି ମାତ୍ରାର ଅଂଶଗ୍ରହଣ କଦାପି ଆକର୍ଷିତ ହୋଇ ପାରିନଥିଲା। ଚଳିତ ଶିଖର ସମ୍ମିଳନୀରେ ପୃଥିବୀର ୧୦୦ଟି ରାଷ୍ଟ୍ରରୁ ୨୦ ଜଣ ରାଷ୍ଟ୍ରମୁଖ୍ୟ, ୬୦ଟି ରାଷ୍ଟ୍ରର ମନ୍ତ୍ରୀ, ୫୦୦ରୁ ଅଧିକ ଏ.ଆଇ. ନେତା ଏବଂ ପାଭିଲିଅନରେ ଦଶଗୋଟି ବିଷୟ ଉପରେ ୩୦୦ ପ୍ରଦର୍ଶନକାରୀ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ନିଜର ଏଭଳି ବ୍ୟାପକ ମାତ୍ରାର କାର୍ଯ୍ୟକ୍ରମ ଆୟୋଜନ ଚିନ୍ତାଧାରାକୁ ସାକାର କରି ଆଗକୁ ଆଗେଇ ଚାଲିଛି। ଏଥିରେ ତଥ୍ୟ ସମ୍ପର୍କୀତ ସାର୍ବଭୌମତ୍ୱ, ଡିଜାଇନ ଦ୍ୱାରା ଅନ୍ତର୍ଭୁକ୍ତିକରଣ, ପୂର୍ବ ନିର୍ଦ୍ଧାରିତ ଭାବରେ ଉତ୍ତର ଦାୟିତ୍ୱକୁ ସୁନିଶ୍ଚିତ କରିବାର ପ୍ରାବଧାନ ରହିଛି। ଏହିସବୁ ସର୍ତ୍ତ ଅନୁସାରେ ବିଭିନ୍ନ ବୈଶ୍ୱିକ ନେତୃବର୍ଗଙ୍କୁ ଭାରତରେ ସେମାନଙ୍କର ଉତ୍ପାଦ ନିର୍ମାଣ ନିମନ୍ତେ ଆମନ୍ତ୍ରଣ କରାଯାଉଛି।

ଏଭଳି ଚିନ୍ତାଧାରା ପ୍ରଧାନମନ୍ତ୍ରୀଙ୍କ ଏମ.ଏ.ଏନ.ଏ.ଭି ପରିକଳ୍ପନାରେ ତୀବ୍ର ଭାବରେ ପ୍ରତିଫଳିତ ହୋଇଛି: ଏହା ପଛରେ ରହିଛି ନୈତିକ ସୁରକ୍ଷା ବ୍ୟବସ୍ଥା, ଦାୟିତ୍ୱପୂର୍ଣ୍ଣ ଶାସନ ତଥା ଉତ୍ତରଦାୟିତ୍ୱ, ତଥ୍ୟ ଉପରେ ସାର୍ବଭୌମତ୍ୱ ଅଧିକାର ଯାହା ଦ୍ୱାର କୃତ୍ରିମ ବୁଦ୍ଧିମତ୍ତାର କଞ୍ଚାମାଲକୁ ଯେପରି ପୂର୍ବରୁ ଅନ୍ୟାନ୍ୟ ସାମଗ୍ରୀ କ୍ଷେତ୍ରରେ ଆହରଣ କରାଯାଉଥିବା, ସେପରି ଆହରଣ କରାଯାଇ ନପାରିବ। ବ୍ୟାପକ ଉପଲବ୍ଧତା ଫଳରେ ଯେପରି ଏହାର ସୁଫଳ ମଧ୍ୟପ୍ରଦେଶର କୃଷକମାନଙ୍କ ନିକଟରେ ପହଞ୍ଚି ପାରିବ ଯାହାକି ବେଙ୍ଗାଲୁରୁର ଜଣେ ଇଞ୍ଜିନିୟରଙ୍କ ପାଖରେ ପହଞ୍ଚି ପାରୁଛି ଏବଂ ଏହାର ଆଇନଗତ ବୈଧତା ମଧ୍ୟ ରହିବ ଯାହା ଫଳରେ ପ୍ରତ୍ୟେକ ନିୟୋଜିତ ବ୍ୟବସ୍ଥା ଗଣତାନ୍ତ୍ରିକ ଯାଞ୍ଚ ନିମନ୍ତେ ଉତ୍ତରଦାୟୀ ରହିପାରିବ। କୃତ୍ରିମ ପ୍ରଜ୍ଞା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାଟି ହେଲା ଏହା ମଣିଷ ହାତରେ କମାଣ୍ଡ ରଖିବା ସହିତ କୃତ୍ରିମ ପ୍ରଜ୍ଞାକୁ ଏକ ମୁକ୍ତ ଆକାଶ ଯୋଗାଇ ଦିଆଯିବ। ଏହାରି ଉପରେ ତାଙ୍କର ଢାଞ୍ଚା ରେଖାଙ୍କିତ କରେ ଯାହାକି ବିଶ୍ୱର ଅନେକ ଧନୀକ ରାଷ୍ଟ୍ର ଗ୍ରହଣ କରିବାକୁ ନାରାଜ।

ସେହି ନୀତିଗୁଡ଼ିକ ସମ୍ପ୍ରତି ଦିଲ୍ଲୀ ଘୋଷଣାନାମା ଜରିଆରେ ବହୁପକ୍ଷୀୟ ମହତ୍ତ୍ୱ ବହନ କରୁଛି। ଏ.ଆଇ. ପ୍ରଭାବ  ସମ୍ମିଳନୀରେ ଗୃହୀତ ଏବଂ ଏହା ପୂର୍ବରୁ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ପ୍ରଥମ ପ୍ରମୁଖ କୃତ୍ରିମ ପ୍ରଜ୍ଞା ନିୟନ୍ତ୍ରିତ ବ୍ଲୁପ୍ରିଣ୍ଟ କୁହାଯାଉଥିବା, ଏକ ବିକାଶମୁଖୀ ଦୃଷ୍ଟିକୋଣ ଆହରଣ କରି, ଏକ ପ୍ରଯୁକ୍ତିଭିତ୍ତିକ ତଥା ଆଇନସିଦ୍ଧ ପଦ୍ଧତି ଜରିଆରେ ଅନୁବନ୍ଧିତ କଠୋର ଅନୁପାଳନ ଉପରେ ନମନୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ ଭାବରେ ସମର୍ଥନ ଯୋଗାଏ।

ଏହି ତିନିଗୋଟି ପ୍ରମୁଖ ସ୍ତମ୍ଭ ଚତୁଃପାର୍ଶ୍ବରେ ବିଶ୍ୱସ୍ତରୀୟ ସହଯୋଗକୁ ମଧ୍ୟ ସଂଗଠିତ କରେ। ତାହା ହେଲା: ମାନବ ସମାଜ, ପୃଥିବୀ ଏବଂ ପ୍ରଗତି। ୨୨ଗୋଟି ଭାରତୀୟ ଭାଷାକୁ ସମର୍ଥନ କରୁଥିବା ଭାରତଜେନ୍ ଭଳି ଜନସଂଖ୍ୟା ପର୍ଯ୍ୟାୟର ସମାଧାନ, ବିଶ୍ୱର ଅଧିକତର ରାଷ୍ଟ୍ର ଇଂରାଜୀ ଭାଷା ମାଧ୍ୟମରେ କାର୍ଯ୍ୟ କରାନ୍ତି ନାହିଁ ବୋଲି ରହିଥିବା ବାସ୍ତବତାର ସମସ୍ୟାକୁ ସମାଧାନ କରେ। ଭାରତର ନିଜସ୍ଵ ସବସିଡଯୁକ୍ତ ଜି.ପି.ୟୁ. ବର୍ତ୍ତମାନ ଘଣ୍ଟାକୁ ୬୫ ଟଙ୍କା ମୂଲ୍ୟର ପ୍ରବେଶ ଉପରେ ପ୍ରତିବନ୍ଧିତ ଏକ ପ୍ରସ୍ତାବିତ ବିଶ୍ୱ  କମ୍ପ୍ୟୁଟ ବ୍ୟାଙ୍କ୍। ଏହା ସର୍ବତ୍ର ଉପଲବ୍ଧ ପ୍ରତିବନ୍ଧକକୁ ହ୍ରାସ କରେ। ଏହା ବ୍ୟତୀତ  ଡାଟାର ସାର୍ବଭୌମତ୍ୱ ଉପରେ ଘୋଷଣାନାମାର ଗୁରୁତ୍ୱକୁ ସିଧାସଳଖ କୃତ୍ରିମ ପ୍ରଜ୍ଞା ଅତିରିକ୍ତ ସକ୍ରିୟତାକୁ ମଧ୍ୟ ଚାଲେଞ୍ଜ କରେ। ଏହି ଧାରା ଅନୁସାରେ ବିକାଶଶୀଳ ରାଷ୍ଟ୍ରମାନଙ୍କର ତଥ୍ୟ ସଂଗୃହୀତ ହୋଇଥାଏ ଏବଂ ମଡେଲଗୁଡ଼ିକୁ ତାଲିମ ପ୍ରଦାନ କରିବା ସକାଶେ ସେମାନଙ୍କୁ ବ୍ୟବହାର କରିବା ଲାଗି ଦେୟ ଦେବାକୁ ପଡ଼େ।

ଏହି ଢାଞ୍ଚାକୁ ଯାହା ଯାହା ବିଶ୍ୱସନୀୟତା ପ୍ରଦାନ କରେ ତାହା ହେଲା ଦୀର୍ଘ ଦଶନ୍ଧି ଧରି ଏହାକୁ ରୂପାୟନ କରାଯାଇ ସେଥିରୁ ଉପଲବ୍ଧ ଅନୁଭୂତି। କାରଣ ସରକାର ଏକ ଶ୍ୱେତପତ୍ର ଜରିଆରେ କୃତ୍ରିମ ପ୍ରଜ୍ଞା ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ବରଂ ସବୁଠାରୁ ମହତ୍ତ୍ୱାକାଂକ୍ଷୀ ଏକ ଡିଜିଟାଲ ଜନ ସଂସାଧନ କାର୍ଯ୍ୟକ୍ରମ ମାଧ୍ୟମରେ ତାହା ହାସଲ କରାଯାଇଛି ଯାହାକି ବିଶ୍ୱର ଯେକୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରାୟତଃ ଆପଣାଇ ଥାଆନ୍ତି। ୟୁ.ପି.ଆଇ. ବ୍ୟବସ୍ଥା କେବଳ ୨୦୨୫ ମସିହାରେ ୨୨୮ ବିଲିୟନ ଟଙ୍କାର କାରବାର କରିଛି ଯାହାକି ଆମେରିକୀୟ ଡଲାର ହିସାବରେ ୩-୪ ଟ୍ରିଲିୟନ ଡଲାର। ଏହା ବିଶ୍ୱର ରିଅଲ ଟାଇମ ଡିଜିଟାଲ ପେମେଣ୍ଟ ମାତ୍ରାର ପ୍ରାୟ ଅର୍ଦ୍ଧେକ ଏବଂ ତାହା ସାରା ବିଶ୍ୱର ଭିସା ପ୍ରକ୍ରିୟା ଠାରୁ ମଧ୍ୟ ଅଧିକ। “ଜାମ” ତ୍ରୟୀ ୨୦୧୫ ମସିହା ଠାରୁ ଏବେ ସୁଦ୍ଧା ୩.୪୮ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। କୌଣସି ଗୋଟିଏ ନୀତି ପ୍ରବନ୍ଧନ ଜରିଆରେ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ପରିଚୟ, ପେମେଣ୍ଟ ଏବଂ ପ୍ରାପ୍ୟ ଯୋଗ୍ୟ ଡେଲିଭରୀକୁ ଏତେ ମାତ୍ରାରେ ସାକାର କରିନାହିଁ ଏବଂ ଏହା ହିଁ ହେଉଛି ମୂଳଦୁଆ ଯାହା ଉପରେ ଭାରତର କୃତ୍ରିମ ପ୍ରଜ୍ଞାର ସ୍ୱରୂପ ଦଣ୍ଡାୟମାନ।

ଯଦି ଡିଜିଟାଲ ସାର୍ବଜନୀନ ସଂସାଧନର ଉଦ୍ଦେଶ୍ୟ  ହେଉଛି ପ୍ରତ୍ୟେକ ନାଗରିକଙ୍କୁ ରାଷ୍ଟ୍ର ସହିତ ଯୋଡ଼ିବା, ତେବେ କୃତ୍ରିମ ପ୍ରଜ୍ଞା ସଂସାଧନର ଆଭିମୁଖ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ପ୍ରଯୁକ୍ତିର ଦକ୍ଷତା ସହି ସଂଯୋଗ କରିବା ଏବଂ ଏଠାରେ ସଂଖ୍ୟା ଏକ ଉଲ୍ଲେଖନୀୟ ବୈଷମ୍ୟ ପ୍ରଦର୍ଶନ କରେ। ଭାରତ ବିଶ୍ୱର ୨୦ ପ୍ରତିଶତ ଡାଟା ସୃଜନ କରୁଥିବାବେଳେ ଏହା ହାରାହାରି ୩ ପ୍ରତିଶତ ବୈଶ୍ୱିକ ଡାଟା ସେଣ୍ଟରର ଦକ୍ଷତାକୁ ଉପଯୋଗ କରେ। ଏହି ବୈଷମ୍ୟ ବର୍ତ୍ତମାନ  ୟୁ.ପି.ଆଇ. ବ୍ୟବସ୍ଥା ଗଠନ ହୋଇଥିବା ଉଦ୍ଦେଶ୍ୟ ଭଳି ଏପରି ବୈଷମ୍ୟକୁ ଦୂର କରିଚାଲିଛି- ଦ୍ରୁତତର ଭାବରେ, ଅଧିକ ମାତ୍ରାରେ ଏବଂ ଏକ ସାର୍ବଭୌମ ଡିଜାଇନ ଜରିଆରେ।

ଭାରତ ମଣ୍ଡପମଠାରେ ଆୟୋଜିତ ଗୋଟିଏ ସପ୍ତାହର ଏହି ସମ୍ମିଳନୀ ଅବସରରେ କ’ଣ ସବୁ ଘୋଷଣା କରାଯାଇଥିଲା ତାହା ଉପରେ ବିଚାର କରିବା ଏକାନ୍ତ ଜରୁରୀ। ମାଇକ୍ରୋସଫ୍ଟ ୨୦୩୦ ମସିହା ସୁଦ୍ଧା ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ ୫୦ ବିଲିୟନ ଡଲାର, ଭାରତ ପାଇଁ ୧୭.୫ ନିଲିୟନ ଡଲାର ପୂର୍ବରୁ ସୁନିଶ୍ଚିତ କରିଛି। ଗୁଗଲ: ଆମେରିକା- ଭାରତ ସଂଯୋଗୀକରଣ ଉପକ୍ରମ, ଯାହାକି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୫ ବିଲିୟନ ଡଲାର ସୃଜନ କରିବାକୁ ସଂକଳ୍ପବଦ୍ଧ। ଆମାଜନ ୱେବ ସର୍ଭିସେସ: ମହାରାଷ୍ଟ୍ରରେ ୮.୪ ବିଲିୟନ ଡଲାର ନିବେଶ କରିବ। ଆଦାନୀ ଗୋଷ୍ଠୀ  ୨୦୩୫ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଚାଳିତ କୃତ୍ରିମ ପ୍ରଜ୍ଞା ଡାଟା କେନ୍ଦ୍ର ପାଇଁ ୧୦୦ ବିଲିୟନ ଡଲାର ନିବେଶ କରିବ।

ୟୋଟା ଡାଟା ସର୍ଭିସେସ: ଏନଭିଡିଆ ବ୍ଲାକୱେଲ ଅଲ୍ଟ୍ରା ଚିପ୍ସ ବ୍ୟବହାର କରି ଏସିଆର ସର୍ବବୃହତ୍ କୃତ୍ରିମ ପ୍ରଜ୍ଞା କମ୍ପ୍ୟୁଟିଂ ହବ ମଧ୍ୟରୁ ଗୋଟିଏ ହେବା ନିମନ୍ତେ ୨ ବିଲିୟନର ଡଲାରରୁ ଅଧିକ ପୁଞ୍ଜି ନିବେଶ କରିବ। ଲାର୍ସନ ଏଣ୍ଡ ଟୁବ୍ରୋ: ଏନଭିଡିଆ ସହିତ ଭାରତର ସର୍ବବୃହତ ଗିଗାୱାଟ ସ୍କେଲ କୃତ୍ରିମ ପ୍ରଜ୍ଞା କାରଖାନା ନିର୍ମାଣ ନିମନ୍ତେ ଏକ ପ୍ରସ୍ତାବିତ ଉପକ୍ରମ। ଇଣ୍ଡିଆ ଏ.ଆଇ ମିଶନର ଜାତୀୟ କମ୍ପ୍ୟୁଟ କ୍ଲଷ୍ଟର ୩୮,୦୦୦ ଜି.ପି.ୟୁ. ଅତିକ୍ରମ କରିଛି ଏବଂ ୫୮,୦୦୦କୁ ଛୁଇଁବା ଦିଗରେ ଆଗକୁ ଅଗ୍ରସର ହେଉଛି, ଯାହା ବିଶ୍ୱ ମୂଲ୍ୟର ପ୍ରାୟ ଏକ ତୃତୀୟାଂଶରେ ଷ୍ଟାର୍ଟ ଅପ୍ ନିମନ୍ତେ ବର୍ତ୍ତମାନ ଉପଲବ୍ଧ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଦେଶରେ ୨୦୦ ବିଲିୟନ ଡଲାର ମୂଲ୍ୟର କୃତ୍ରିମ ପ୍ରଜ୍ଞା ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି ଯାହାକି କେବଳ ସରକାରଙ୍କର ଆକାଂକ୍ଷା ନୁହେଁ, ବରଂ ପୂର୍ବରୁ ସରକାର କରିଥିବା ଘୋଷଣା ଏବଂ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବାରେ ଏହା ସହାୟକ ହେବ।

ଏହି ନିବେଶକୁ ଦୀର୍ଘକାଳୀନ ଢାଞ୍ଚାଗତ ଲାଭରେ ପରିଣତ କରିବାକୁ ସୁନିଶ୍ଚିତ କରିବା ହେଉଛି ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ରୀୟ ବଜେଟର ଉଦ୍ଦେଶ୍ୟ, ଯାହା ବିଶ୍ୱସ୍ତରୀୟ କ୍ଲାଉଡ଼ ସେବା ନିମନ୍ତେ ଭାରତୀୟ ଡାଟା ସେଣ୍ଟରଗୁଡ଼ିକ ବ୍ୟବହାର କରୁଥିବା ବିଦେଶୀ କମ୍ପାନୀମାନଙ୍କ ପାଇଁ ୨୦୪୭ ମସିହା ପର୍ଯ୍ୟନ୍ତ ଟିକସ ଛାଡ଼କୁ ବୃଦ୍ଧି କରେ ଏବଂ କୃତ୍ରିମ ପ୍ରଜ୍ଞା ଏବଂ ଉନ୍ନତ ଉତ୍ପାଦନ ଷ୍ଟାର୍ଟ ଅପ୍ ନିମନ୍ତେ ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠିକୁ ୧.୧ ବିଲିୟନ ଆମେରିକୀୟ ଡଲାର ନିବେଶର ପ୍ରତିଶ୍ରୁତି ପ୍ରଦାନ କରେ। ସେହିଭଳି ୩୪,୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜାତୀୟ କ୍ରିଟିକାଲ ମିନେରାଲ ମିଶନ  ଲିଥିୟମ, କୋବାଲ୍ଟ ଏବଂ ବିରଳ ମୃତ୍ତିକାକୁ ସୁରକ୍ଷିତ କରେ ଯାହା ଉପରେ କୃତ୍ରିମ ପ୍ରଜ୍ଞା ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ।

ତଥାପି କୁହାଯାଇପାରେ ଯେ ଲୋକମାନଙ୍କ ନିକଟରେ ଯଦି ଏସବୁ ସାଧନ ନପହଞ୍ଚେ ତେବେ ଏହାର କୌଣସି ମୂଲ୍ୟ ନାହିଁ। ଏ. ଆଇ. ସମ୍ମିଳନୀର ପ୍ରଥମ ଦିନରେ ହିଁ ୨.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦାୟିତ୍ୱସମ୍ପନ୍ନ ଭାବରେ ନବାଚାର ନିମନ୍ତେ କୃତ୍ରିମ ପ୍ରଜ୍ଞାକୁ ଉପଯୋଗ କରିବା ସକାଶେ ସଂକଳ୍ପ ଗ୍ରହଣ କରିଥିଲେ, ଯାହା ଗିନିଜ ୱାର୍ଲ୍ଡ ରେକଡସର ସ୍ୱୀକୃତି ନିମନ୍ତେ ଦାଖଲ କରାଯାଇଛି। ତିରିଶଗୋଟି ଡାଟା ଏବଂ କୃତ୍ରିମ ପ୍ରଜ୍ଞା ଲାବ୍ ଦେଶର ଟିୟର-୨ ଏବଂ ଟିୟର-୩ ସହରରେ କାର୍ଯ୍ୟକ୍ଷମ କରିବା, ଯୋଜନାବଦ୍ଧ ଭାବରେ ଏକ ୫୭୦ ଲାବ୍ ନେଟୱାର୍କର ପ୍ରଥମ ଲହର ସୃଷ୍ଟି କରିବା ସହିତ ଏ.ଆଇ.କୋଷ ୭,୫୦୦ରୁ ଅଧିକ ଡାଟାବେସ୍ ଏବଂ ୨୭୩ ଗୋଟି ମଡେଲ ସେୟାର ସାର୍ବଜନୀନ ଭିତ୍ତିଭୂମି ଭାବରେ ପ୍ରଦାନ କରେ। ବର୍ତ୍ତମାନର ସରକାର କେନ୍ଦ୍ରରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ଭାରତରେ ୧୬ଗୋଟି ଆଇ.ଆଇ.ଟି.ଥିଲା, ଯାହାକି ଆଜି ୨୩ରେ ପହଞ୍ଚିଛି। ଓପନ ଏ.ଆଇ.ର ସି.ଇ.ଓ. ସୂଚନା ଦେଇଛନ୍ତି ଯେ ଭାରତ ଚାଟ୍  ଜି.ପି.ଟିର ଦ୍ୱିତୀୟ ସର୍ବବୃହତ୍ ବଜାରରେ ପରିଣତ ହୋଇସାରିଛି, ଯାହାର ସାପ୍ତାହିକ ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା ୧୦୦ ନିୟୁତ ଅଟେ। ଏଠାରେ ବ୍ୟବହାର ରହିଛି ଏବଂ ଉତ୍ପାଦନର କ୍ଷମତା ବୃଦ୍ଧି ପାଇ ଚାଲିଛି।

ଶିଖର ସମ୍ମିଳନୀ ଅବସରରେ ତିନିଗୋଟି ସାର୍ବଭୌମ ଏ.ଆଇ. ମଡେଲ ଉନ୍ମୋଚିତ ହୋଇଛି, ଯେଉଁଥିରେ ସର୍ବମ୍ ଏ.ଆଇ.ର ୧୦୫ ବିଲିୟନ ପାରାମିଟର ଏକ ବିରାଟ ଭାଷା ମଡ଼େଲ ତାଲିମପ୍ରାପ୍ତ ବ୍ୟବସ୍ଥା ଯାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ କମ୍ପ୍ୟୁଟରେ ତାଲିମପ୍ରାପ୍ତ ଏବଂ ଭାରତଜେନର ପରମ୨, ଏକ ୧୭ ବିଲିୟନ ପାରାମିଟରଯୁକ୍ତ ବହୁଭାଷୀ ମଡେଲ ଏବଂ ଏହା ଦେଶର ସମସ୍ତ ୨୨ଗୋଟି ସମ୍ବିଧାନ ଅନୁସୂଚିତ ଭାଷାକୁ ସମର୍ଥନ କରେ। ଏଗୁଡ଼ିକ ବିଦେଶୀ ମଡେଲର ସୁନିଶ୍ଚିତ ଅନୁକୂଳନ ନୁହେଁ, ଏଗୁଡ଼ିକ ସାର୍ବଭୌମ ଭିତ୍ତିଭୂମି ଉପରେ ସ୍ୱଳ୍ପ ନିବେଶରୁ ହିଁ ନିର୍ମିତ।

ସମାନ୍ତରାଳ ଭାବରେ କହିବାକୁ ଗଲେ ବର୍ତ୍ତମାନ ସହଭାଗୀତା କିପରି ସଂରଚିତ ହୋଇଛି, କାରଣ ଏଗୁଡ଼ିକ ଆଉ ବିଦେଶୀ ପ୍ରଯୁକ୍ତିବିଦ୍ୟାକୁ ଲାଇସେନ୍ସ ପ୍ରଦାନ କରିବା ପ୍ରସଙ୍ଗରେ ନୁହେଁ, ବରଂ ସାର୍ବଭୌମ କ୍ଷମତା ସହ ନିର୍ମାଣ କରିବା ପ୍ରସଙ୍ଗରେ। ଷ୍ଟାରଗେଟ୍ ପଦକ୍ଷେପ ଅଧୀନରେ ୧୦୦ ମେଗାୱାଟ ଏ.ଆଇ. ପ୍ରସ୍ତୁତ ଡାଟା ସେଣ୍ଟର କ୍ଷମତା ସହିତ ଆରମ୍ଭ କରି ଏବଂ ଏକ ଗିଗାୱାଟ ପର୍ଯ୍ୟନ୍ତ ସ୍କେଲିଂ କରିବା, ଏହା ସଂକେତ ପ୍ରଦାନ କରେ ଯେ ଭାରତୀୟ ଶିଳ୍ପ ଚାହିଦା ଦିଗରୁ ବିଶ୍ୱ ବୁଦ୍ଧିମତ୍ତାର ଯୋଗାଣ ଦିଗକୁ ଗତି କରୁଛି।

ଏହି ଶିଖର ସମ୍ମିଳନୀ ଅପସରରେ ଭାରତ ଆନୁଷ୍ଠାନିକ ଭାବରେ ପ୍ୟାକ୍ସ ସିଲିକା ଘୋଷଣାପତ୍ର ସ୍ୱାକ୍ଷର କରିବା ଦ୍ୱାରା ଏହା ଜାପାନ, ଦକ୍ଷିଣ କୋରିଆ, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ସହିତ କୃତ୍ରିମ ପ୍ରଜ୍ଞା, ସେମିକଣ୍ଡକ୍ଟର ଏବଂ ଗୁରୁତ୍ୱପୂର୍ଣ୍ଣ ଖରିଜ ପଦାର୍ଥ ନିମନ୍ତେ ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରୁଥିବା ଆମେରିକା ନେତୃତ୍ୱାଧୀନ ମେଣ୍ଟରେ ସ୍ଥାନୀତ ହୋଇଛି। ଦ୍ୱିପାକ୍ଷିକ ଭାରତ- ଆମେରିକା କୃତ୍ରିମ ପ୍ରଜ୍ଞା ସୁଯୋଗ ସହଭାଗିତା, ଉଭୟ ରାଷ୍ଟ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଉପରେ ନବାଚାର ସମର୍ଥକ ଆଭିମୁଖ୍ୟ ପ୍ରତି ପ୍ରତିବଦ୍ଧ କରାଇଥାଏ, ଯଦ୍ୟପି ୨୦୨୬ ମସିହାରେ ଭାରତ- ଫ୍ରାନ୍ସ ନବାଚାର ବର୍ଷକୁ ମିଳିତ ଦକ୍ଷତା ଏବଂ ଆକଳନଯୋଗ୍ୟ ଫଳାଫଳ ଉପରେ ସଂଗଠିତ ଆଉ ଗୋଟିଏ ନୂଆ ଅଖ ସଂଯୋଗ କରିଥାଏ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ୱ ଏ.ଆଇ. ଇମ୍ପାକ୍ଟ ସମ୍ମିଳନୀ ଶୃଙ୍ଖଳାର ଆୟୋଜନ କରିବାରେ ଭାରତ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ପ୍ରଥମ ରାଷ୍ଟ୍ର ଭାବରେ କେବଳ ଏହାକୁ ଆଲୋଚନା ମଧ୍ୟରେ ସୀମିତ ରଖି ନଥିଲା ବରଂ ପ୍ରତିଯୋଗିତା ନିମନ୍ତେ ଆଗ୍ରହୀ ସର୍ତ୍ତାବଳୀ ମଧ୍ୟ ନିର୍ଦ୍ଧାରଣ କରିଥିଲା। ତାହା ଦିଲ୍ଲୀ ଘୋଷଣାନାମା ନାମରେ ପରିଚିତ ଯାହା କୃତ୍ରିମ ପ୍ରଜ୍ଞାର ପ୍ରଶାସନର ନିୟମାବଳୀଗୁଡିକୁ ପୁନଃର୍ଲିଖନ କରିଛି। ଶହ ଶହ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି, ସ୍କ୍ରାଚରୁ ନିର୍ମିତ ସାର୍ବଭୌମ ମଡେଲ ଏବଂ ଏ.ଆଇ. ଯୁଗର ଯୋଗାଣ ଶୃଙ୍ଖଳ ସହିତ ଏକ ମଜଭୁତ ସୁରକ୍ଷା ସୌଧରେ ପ୍ରବେଶ କରିଛି। ପାଣିନୀଙ୍କ ବିଦ୍ୟା କଦାପି ଜଟିଳ ନଥିଲା। ଗଢ଼ଣ ହିଁ ବୁଦ୍ଧିମତ୍ତା। ଭାରତ ବର୍ତ୍ତମାନ ସେହିଭଳି ଗଢ଼ଣ ନିର୍ମାଣ ଦିଗରେ ଆଗକୁ ଅଗ୍ରସର ହେଉଛି।

ଏଆଇ ଏଆଇ ମଞ୍ଚ ଜାତୀୟ କ୍ଷମତା ଦିଲ୍ଲୀ ପାଣିନୀ ହରଦୀପ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026
Latest News

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.