Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  
ଜାତୀୟ ଖବର

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନକ୍ସଲ
ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

ନୂଆଦିଲ୍ଲୀ: ଭାରତ ୩୧ ମାର୍ଚ୍ଚ ୨୦୨୬ରେ ନକ୍ସଲବାଦମୁକ୍ତ ହେଉଥିବାରୁ ଗତ ୫୬ ବର୍ଷ ଧରି ଚାଲିଥିବା ସଶସ୍ତ୍ର ସଂଘର୍ଷର ଅନ୍ତ ଘଟିଛି। ୨୦୧୪ରେ ୧୨୬ ଥିବା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୨୬ ସୁଦ୍ଧା କମି ୨ରେ ପହଞ୍ଚିଛି। ଏପରିକି ଗୁରୁତର ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୩୫ରୁ ହ୍ରାସ ପାଇ ଶୂନ ହୋଇଯାଇଛି। ନକ୍ସଲ ସଂଗଠନର ସମସ୍ତ ୨୧  କେନ୍ଦ୍ରୀୟ କମିଟି ଓ ପଲିଟ୍‌ବ୍ୟୁରୋ ସଦସ୍ୟମାନେ ନିହତ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ସେହିସହିତ ସହରୀ ନକ୍ସଲମାନଙ୍କ ବିରୋଧରେ ସରକାର ଶୂନ ସହନଶୀଳତା ନୀତି ଅନୁସରଣ କରି ସେମାନଙ୍କ ଛାମୁଆ ସଂଗଠନ ଓ ସହାୟକ ନେଟୱାର୍କକୁ ସମ୍ପୂର୍ଣ୍ଣରୁପେ ଧ୍ୱଂସ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।

ଦିନ ଥିଲା ଯେତେବେଳେ ଦେଶର ୧୨ଟି ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଭୂଭାଗ ନକ୍ସଲବାଦର କରାଳ ଛାୟାରେ ଥିଲା, ଯାହା ପ୍ରାୟ ୨୦ କୋଟି ନାଗରିକଙ୍କୁ ପ୍ରଭାବିତ କରିଥିଲା। ସାଧାରଣରେ ଧାରଣା ଥିଲା ଯେ ଦାରିଦ୍ର୍ୟ ହିଁ ନକ୍ସଲବାଦର ମୁଖ୍ୟ କାରଣ, କିନ୍ତୁ ୧୯୬୦ ଦଶକର ତଥ୍ୟ ଏହି ଭ୍ରାନ୍ତ ଧାରଣାକୁ ଭୁଲ ପ୍ରମାଣିତ କରିଛି । ତଥ୍ୟ ଅନୁସାରେ, ସେତେବେଳେ ନକ୍ସଲବାଡ଼ି ଅଞ୍ଚଳର ମୁଣ୍ଡପିଛା ଆୟ ସହର୍ଶା ପରି ଅଣ-ପ୍ରଭାବିତ ଅଞ୍ଚଳ ତୁଳନାରେ ଅଧିକ ଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ, ଏହି ଆନ୍ଦୋଳନ ପଛରେ ଦାରିଦ୍ର୍ୟ ନୁହେଁ, ବରଂ ଏକ ନିର୍ଦ୍ଦିଷ୍ଟ ବିଚାରଧାରା କାର୍ଯ୍ୟ କରୁଥିଲା। ଦେଶରେ ନକ୍ସଲବାଦ ୨୦ ହଜାରରୁ ଅଧିକ ଜୀବନ ନେଇଛି, ସେମାନଙ୍କ ମଧ୍ୟରୁ ୫୦୦୦ରୁ ଅଧିକ ସୁରକ୍ଷାକର୍ମୀ ଅନ୍ତର୍ଭୁକ୍ତ। ସାଧାରଣ ଜନତାଙ୍କଠାରୁ ନକ୍ସଲମାନେ ବର୍ଷକୁ ୨୪୦ କୋଟିର ତଥାକଥିତ ଟିକସ ଆଦାୟ କରୁଥିଲେ। ସେହିପରି ନକ୍ସଲମାନେ ବ୍ୟବହାର କରୁଥିବା ପ୍ରାୟ ୯୨ ପ୍ରତିଶତ ଅସ୍ତ୍ରଶସ୍ତ୍ର ଥାନା ଓ ଅସ୍ତ୍ରାଗାରରୁ ଲୁଟ ହୋଇଥିଲା। ୨୦୦୫ରେ ନକ୍ସଲମାନେ ଜାହାନାବାଦ ଜେଲ ଓ ସିଆରପିଏଫ ଶିବିର ଉପରେ ଆକ୍ରମଣ କରିବା ୩୮୯ ଜଣ ବନ୍ଦୀଙ୍କୁ ଛାଡ଼ିଦେଇଥିଲେ। ନକ୍ସଲମାନେ କେବଳ ଜଙ୍ଗଲରେ ରହି ଲଢୁନଥିଲେ, ବରଂ ହର୍ଷ ମନ୍ଦର, ବିନାୟକ ସେନଙ୍କ ପରି ସହରୀ ନକ୍ସଲଙ୍କ ଦ୍ବାରା ସେମାନଙ୍କୁ ବୌଦ୍ଧିକ ଓ ନୀତିଗତ ସହାୟତା ପ୍ରଦାନ କରାଯାଉଥିଲା।

ଦେଶକୁ ନକ୍ସଲମୁକ୍ତ କରିବା ପଛରେ ସୁରକ୍ଷାବାହିନୀର ବଡ଼ ହାତ ରହିଛି। ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାବାହିନୀ ପକ୍ଷରୁ କରାଯାଇଥିବା କେତେକ ଉଲ୍ଲେଖନୀୟ ଅପରେସନ ହେଲା ବିହାରରେ ଅପରେସନ ଅକ୍ଟୋପସ୍‌, ଝାଡ଼ଖଣ୍ଡରେ ଅପରେସନ ଥଣ୍ଡରଷ୍ଟର୍ମ ଓ ଅପରେସନ ଡବଲବୁଲ୍‌, ଛତିଶଗଡ଼ରେ ଅପରେସନ ବ୍ଲାକ୍‌ ଫରେଷ୍ଟ୍‌। ଏସବୁ ଅପରେସନରେ ସୁରକ୍ଷା ବାହିନୀକୁ ସହାୟତା କରିବାକୁ ଅତ୍ୟାଧୁନିକ ଉପକରଣ ସମେତ ଡ୍ରୋନ, ସାଟେଲାଇଟ୍‌ ଚିତ୍ର, ଏଆଇ ଭିତ୍ତିକ ତଥ୍ୟ ଅନୁଶୀଳନ ପରି ଜ୍ଞାନକୌଶଳର ବ୍ୟବହାର କରାଯାଇଥିଲା।

କେବଳ ନକ୍ସଲମାନଙ୍କ ବିରୋଧରେ ବଳପ୍ରୟୋଗ ନୁହେଁ, ବରଂ ସେମାନଙ୍କ ପାଇଁ ସରକାର ଏକ ଆକର୍ଷଣୀୟ ଆତ୍ମସମର୍ପଣ ନୀତି ଲାଗୁ କରିଛନ୍ତି। ଏହା ମାଧ୍ୟମରେ ଜଣେ ନକ୍ସଲ ଆତ୍ମସମର୍ପଣ କଲେ ତୁରନ୍ତ ୫୦ ହଜାର ଟଙ୍କାର ନଗଦ ସହାୟତା ସହ ୩୬ ମାସ ପାଇଁ ମାସିକ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଣର ବ୍ୟବସ୍ଥା ରହିଛି। ସେହିପରି ସେମାନଙ୍କ ସନ୍ତାନମାନଙ୍କୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ନକ୍ସଲମୁକ୍ତ ଗାଁକୁ ୧ କୋଟିର ଆର୍ଥିକ ଅନୁଦାନ ଦିଆଯାଉଛି।

ଦେଶର ଆଦିବାସୀ ଅଧ୍ୟୁଷିତ ମାଓ ଅଞ୍ଚଳରେ ବିକାଶ ପାଇଁ ସରକାର ୧୨ ହଜାର କିଲୋମିଟର ସଡ଼କ ଓ ୫୦୦୦ ମୋବାଇଲ ଟାଓ୍ବାର ବସାଇଛନ୍ତି। ଏସବୁ ଅଞ୍ଚଳରେ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ସରକାର ୨୦,୮୧୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିପରି ଅତିରିକ୍ତ ୮୦୦୦ ଟାଓ୍ବାର ବସାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଗତ ୧୨ ବର୍ଷରେ ୧୮୦୪ ବ୍ୟାଙ୍କ ଶାଖା, ୧୩୨୧ଟି ଏଟିଏମ ଓ ୬୦୦୦ରୁ ଅଧିକ ଡାକଘର ଖୋଲାଯାଇଛି। ଆତ୍ମନିଯୁକ୍ତି ପାଇଁ ମହିଳାମାନଙ୍କୁ ୨ ଲକ୍ଷ ଓ ପୁରୁଷ ମାନଙ୍କୁ ୫ ଲକ୍ଷ ଋଣ ଯୋଗାଇ ଦିଆଯାଉଛି। ଶିକ୍ଷାର ସୁବିଧା ପାଇଁ ୨୫୯ ଏକଲବ୍ୟ ସ୍କୁଲ ଓ ମଡେଲ ଆଇଟିଆଇ, ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯାଇଛି। ଏସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ଜଗଦଲପୁରରେ ୨୪୦ ଶଯ୍ୟା ହସ୍ପିଟାଲ ଖୋଲାଯାଇଛି।

ଏ ଅଞ୍ଚଳରେ କ୍ରୀଡ଼ା ଓ ସଂସ୍କୃତିର ବିକାଶ ଉପରେ ବି ଗୁରୁତ୍ବ ଦିଆଯାଉଛି। ବସ୍ତର ଅଲମ୍ପିକ୍ସରେ ୫.୫ ଲକ୍ଷ ଓ ବସ୍ତର ପାଣ୍ଡମରେ ୧.୨ ଲକ୍ଷ ଜନଜାତି ଜନତା ସାମିଲ ହୋଇଥିଲେ।  ଗୁଳିର ଜବାବ ଗୁଳି ଓ ସମସ୍ତଙ୍କ ଲାଗି ବିକାଶ ଆଭିମୁଖ୍ୟ ମାଧ୍ୟମରେ ଏ ଅଞ୍ଚଳରେ ଆଇନର ଶାସନ ସୁନିଶ୍ଚିତ କରାଯାଇଛି।

ନକ୍ସଲମୁକ୍ତ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026
Latest News

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.