Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର
ଜାତୀୟ ଖବର

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତିରାଜ
ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୫ ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କ ଲାଗି  ଆଠଟି ରାଜ୍ୟକୁ ପଞ୍ଚଦଶ ଅର୍ଥ ଆୟୋଗ ବନ୍ଧିତ ଓ ଅଣବନ୍ଧିତ ଅନୁଦାନ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲେ ଓଡ଼ିଶା, ଅରୁଣାଚଳପ୍ରଦେଶ, ଗୁଜରାଟ, ଗୋଆ, ରାଜସ୍ଥାନ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡ। ଏହି ପାଣ୍ଠିରେ ନିୟମିତ ଅନୁଦାନ ସମେତ ଅନ୍ୟ ଆର୍ଥିକ ବର୍ଷରେ ଅଟକି ରହିଥିବା କିସ୍ତିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ରାଜ୍ୟରେ ଗ୍ରାମୀଣ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ସୁଦୃଢ କରିବା ଲକ୍ଷ୍ୟରେ ମୋଟ ୧୫୩୬.୧୪ କୋଟି ଟଙ୍କା ଜାରି କରାଯାଇଛି। ଏହି ରାଶି ମଧ୍ୟରୁ ଓଡ଼ିଶା ବନ୍ଧିତ ଅନୁଦାନଭାବେ ୫୩ କୋଟି ୧୩ ଲକ୍ଷ ଟଙ୍କା ପାଇବ। ଏହା ମଧ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅଟକି ରହିଥିବା ପ୍ରଥମ ଓ ଦ୍ବିତୀୟ କିସ୍ତି ଅନ୍ତର୍ଭୁକ୍ତ। ରାଜ୍ୟର ୧୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ, ୧୭ଟି ଯୋଗ୍ୟ ବ୍ଲକ ପଞ୍ଚାୟତ, ୪୦ଟି ଯୋଗ୍ୟ ଗ୍ରାମ ପଞ୍ଚାୟତ (ଉଭୟ କିସ୍ତି) ଓ ୧୫ଟି ଯୋଗ୍ୟ ଗ୍ରାମ ପଞ୍ଚାୟତ (୨ୟ କିସ୍ତି) କୁ ଏହି ରାଶି ମିଳିବ।

ଓଡ଼ିଶାକୁ ମିଳିବାକୁ ଥିବା ରାଶି ବନ୍ଧିତ ଅନୁଦାନ ହୋଇଥିବାରୁ ତାହା କେବଳ (କ) ପରିମଳ ଏବଂ ଘରୋଇ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପ୍ରକ୍ରିୟାକରଣ ସମେତ ଓଡିଏଫ୍ ସ୍ଥିତିର ରକ୍ଷଣାବେକ୍ଷଣ, ଏବଂ ବିଶେଷକରି ମାନବ ମଳ ଏବଂ ବର୍ଜ୍ୟ ପରିଚାଳନା; ଏବଂ (ଖ) ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ଜଳ ପୁନଃଚକ୍ରଣ ପାଇଁ ବ୍ୟବହାର ହେବ।

ଅନ୍ୟପକ୍ଷରେ ବେତନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଖର୍ଚ୍ଚ ବ୍ୟତୀତ, ସମ୍ବିଧାନର ଏକାଦଶ ଅନୁସୂଚୀରେ ଅନ୍ତର୍ଭୁକ୍ତ ୨୯ ବିଷୟ ଅଧୀନରେ ଅଞ୍ଚଳଭିତ୍ତିକ ଆବଶ୍ୟକତା ପାଇଁ ପଞ୍ଚାୟତିରାଜ ପ୍ରତିଷ୍ଠାନ/ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ଦ୍ୱାରା ଅଣବନ୍ଧିତ ଅନୁଦାନ ବ୍ୟବହାର କରାଯାଏ।

ପଞ୍ଚଦଶ ଅର୍ଥ ଆୟୋଗ ପଞ୍ଚାୟତିରାଜ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026
Latest News

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.