Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା
ଜାତୀୟ ଖବର

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

ଡାକ୍ତର ସୁରେନ୍ଦ୍ର ନାଥ ଦାସ

ନିତ୍ୟ ପରିବର୍ତ୍ତନଶୀଳ ସମାଜରେ ସାଂପ୍ରତିକ ସ୍ୱାସ୍ଥ୍ୟ ସଂପଦର ସୁରକ୍ଷା, ସଚେତନତା ଏବଂ କ୍ରମବର୍ଦ୍ଧିଷ୍ଣ ଦୂରାରୋଗ୍ୟ ବ୍ୟାଧିଗୁଡିକର ଚିକିତ୍ସା ଓ ନିରାକରଣ ବାସ୍ତବିକ ଆଜି ଦିବସର ବୟୋବୃଦ୍ଧ ଏବଂ ଯୁବସମାଜ ପାଇଁ ଏକ ଆହ୍ୱାନ। ସମଗ୍ର ବିଶ୍ୱ ଆଜିର ସମୟରେ ପ୍ରଦୂଷଣର ଏକ ବଳୟ ଭିତରେ ରହିଥିବା ବେଳେ ଏଥିମଧ୍ୟରେ ରହୁଥିବା ପ୍ରତିଟି ପ୍ରାଣୀ, ଉଦ୍ଭିଦ, ଜଳ,ବାୟୁ ଏବଂ ମୃତ୍ତିକା ଏକ ନିରାମୟ ଜୀବନ ବିତେଇବା ପାଇଁ ସଂଘର୍ଷ କରିବା ଏକ ପରିତାପର ବିଷୟ ଯାହା ଭବିଷ୍ୟତ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ବିଭିନ୍ନ ସରଳ ତଥା ଦୂରାରୋଗ୍ୟ ବ୍ୟାଧିର ଜାତୀୟ ତଥା ଆନ୍ତର୍ଜାତିକ ମୃତ୍ୟୁହାର ଅନୁଶୀଳନ କଲେ ଏହା ପ୍ରତୀୟମାନ ହୁଏ ଯେ ସାମଗ୍ରିକ ଭାବରେ ଆମେ ଆମ ନିଜ ଭିତରେ ଥିବା ରୋଗ-ବ୍ୟାଧି ସଂପର୍କରେ ଜ୍ଞାତସାରରେ ହେଉ ବା ଅଜ୍ଞାତରେ ହେଉ ସାଧାରଣ ସଚେତନ ନୋହୁ – ଯାହା ଚିନ୍ତାଜନକ ଏବଂ ନୈରାଶ୍ୟଜନକ। ଆହୁରି ମଧ୍ୟ ଉଦବେଗଜନକ ଏହିଯେ ବାର୍ଦ୍ଧକ୍ୟ ଜନିତ ବ୍ୟାଧି ଯଥା-କର୍କଟ, ମଧୁମେହ, ଉଚ୍ଚରକ୍ତଚାପ, ହୃଦଘାତ, ମସ୍ତିସ୍କଘାତ, ପକ୍ଷାଘାତ ଯାହା ଯୁବବୟସର ଆଶା ଓ ସଂଭାବନା ଭିତରେ ଘଟିବା ଅସମ୍ଭବ- ତାହା ସଂଭାବନା ଅତିକ୍ରମ କରି ସମ୍ଭବରେ ପରିଲକ୍ଷିତ ହେବାର ବହୁଳ ତଥ୍ୟ ହସ୍ତଗତ ହେଉଛି- ଯାହା ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା ନିମନ୍ତେ ଏକ ଚିନ୍ତାର କାରଣ।

ଆଜି ଏବଂ ଆଗାମୀ କାଲିର ସ୍ୱାସ୍ଥ୍ୟ ଅନୁଚିନ୍ତାକୁ ସମୀକ୍ଷା କଲେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ଯାଉଅଛେ ଯେ, ଜୀବନର ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦୃଢ ଇଚ୍ଛାଶକ୍ତି, ଆତ୍ମ ସଚେତନତା ଓ ପ୍ରତିବଦ୍ଧତା ମାଧ୍ୟମରେ ଆମେ କେବଳ ଏହାକୁ ପ୍ରତିରୋଧ କରିବାରେ କିଛି ମାତ୍ରାରେ ସଫଳ ହୋଇପାରିବା। ମାନବ ଜୀବନ ଏକ ଅମୂଲ୍ୟ ସଂପଦ ଯାହା ସାମାଜିକ ଶକ୍ତିର ଏକ ଅନନ୍ୟ ଉତ୍ସ। ଉକ୍ତ ସଂପଦର ଅବକ୍ଷୟ ଘଟିଲେ ସମାଜର ସାମାଜିକ ସ୍ଥିତିରେ ଉଦବେଳନ ଘଟିଥାଏ। ସୁତରାଂ ମାନବ ସଂପଦର ସୁରକ୍ଷା, ଜଟିଳ ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା- ନିରାକରଣ ଆଜିର ଦିନରେ ଆମ ସଭିଙ୍କର ଧେୟ ହେବା ଉଚିତ।

ଏ ପରିପ୍ରେକ୍ଷୀରେ କେତୋଟି ସାଂପ୍ରତିକ ବ୍ୟାଧିର ଜାତୀୟ, ତଥା ଆନ୍ତର୍ଜାତିକ ମୃତ୍ୟୁହାର ସଂପର୍କରେ ଏକ ସାର୍ବଜନୀନ ତଥ୍ୟ ରଖିବାକୁ ମୁଁ ଏକ କ୍ଷୁଦ୍ର ପ୍ରୟାସ କରୁଛି ମାତ୍ର। ଅଧୁନା ସମାଜରେ ଅହେତୁକ ଚିନ୍ତାଜନକ ଏବଂ ଭୟସୃଷ୍ଟି କରୁଥିବା ବ୍ୟାଧି ଭାବରେ କର୍କଟ ବ୍ୟାଧି ସର୍ବାଗ୍ରେ ତାର ସ୍ଥାନ କଜାୟ ରଖିଛି। ନିର୍ଦ୍ଦିଷ୍ଟ କାରଣ ନଥିବା ଉକ୍ତ ବ୍ୟାଧିର ଅନେକ କାରଣ ଓ ଉପସର୍ଗ ଅନୁଭୁତ ହେଉଥିବା ବେଳେ ବିଭିନ୍ନ ବୟସ ଏବଂ ବର୍ଗ ଏଥିରେ ଆକ୍ରାନ୍ତ ହେବା ପରିଲକ୍ଷିତ ହୁଏ- ଯାହା ଆଜିର ଦିନରେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ବଡ ଆହ୍ୱାନ ସୃଷ୍ଟି କରେ।

ରଞ୍ଜନ ରଶ୍ମି ତଥା ଅନ୍ୟାନ୍ୟ ବିଷାକ୍ତ ରଶ୍ମିର ପ୍ରଭାବ, ତମାଖୁ ସେବନ, ମଦ୍ୟପାନ, ଧୂମ୍ରପାନ, ଆଫ୍ଲାଟକ୍ସିନ୍ ମିଶ୍ରିତ ଖାଦ୍ୟ, ଆରସେନିକ ମିଶ୍ରିତ ପାନୀୟ, କେତେକ ଭୂତାଣୁ-ଜୀବାଣୁ ଯଥା-ହେଲିକୋବ୍ୟାକ୍ଟର ପାଇଲୋରି, ହ୍ୟୁମାନ ପାପିଲୋମା ଭାଇରସ୍, ହେପାଟାଇଟିସ୍-ସି- ଭାଇରସ, ହେପାଟାଇଟିସ୍-ବି- ଭାଇରସ ଏପଷ୍ଟେଇନ୍-ବାର୍ ଭାଇରସ ଇତ୍ୟାଦିର ପ୍ରଭାବରେ ଆମେ କର୍କଟ ଆକ୍ରାନ୍ତ ହୋଇଥାଉ। ଆମ ମୁଖଗହ୍ୱର, ସ୍ତନ, ଫୁସଫୁସ୍, ଖାଦ୍ୟନଳୀ, ନାରୀ ପ୍ରଯଜନ କେନ୍ଦ୍ର, ପୁରୁଷ ପ୍ରଯଜନ କେନ୍ଦ୍ର, ମଳଦ୍ୱାର, ଯକୃତ ଇତ୍ୟାଦି ମୁଖ୍ୟତଃ ପ୍ରଭାବିତ ହୋଇଥାନ୍ତି। ଆନ୍ତର୍ଜାତିକ ମୃତ୍ୟୁହାରର ପରିସଂଖ୍ୟାନ ଅନୁଶୀଳନ କଲେ ଏକଲକ୍ଷ ପ୍ରଭାବିତ ବ୍ୟକ୍ତିଙ୍କ ମଧ୍ୟରୁ ୧୦୦.୭ ମୃତ୍ୟୁର ଶୀକାର ହେବାର ପ୍ରମାଣ ଉପଲବ୍ଧ ହୁଏ।  ଆମ ଜାତୀୟ ପରିସଂଖ୍ୟାନ ଅନୁଯାୟୀ ଏହି ମୃତ୍ୟୁହାର ଏକଲକ୍ଷରେ ୬୩.୧ରେ ସୀମିତ ଥିବାର ପ୍ରମାଣ ମିଳେ।

ଅଧୁନା ସମାଜରେ ବହୁଳ ଅନୁଭୂତ ମରଣାନ୍ତକ ବ୍ୟାଧି ହେଉଛି ହୃଦଘାତ, ଯାହା ସମସ୍ତ ମୃତ୍ୟୁର ୩୨ ଶତକଡା ଭାରତରେ ଘଟୁଥିବା ବେଳେ ବିଶ୍ୱ ସୂଚକାଙ୍କରେ ଏହା ୨୭ ଶତକଡା। ଏହା ଯେ କେବଳ ହୃଦରୋଗ ଜନିତ ନୁହେଁ ବରଂ ଏହାର ବହୁଧା କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଥାନ୍ତି। ସେଗୁଡିକ ମଧ୍ୟରୁ ଉଚ୍ଚରକ୍ତଚାପ, ଧୂମ୍ରପାନ, ମେଦବହୁଳତା,ରକ୍ତ ପ୍ରବାହରେ ଚର୍ବିଜାତୀୟ ଉପାଦାନର ଅହେତୁକ ବୃଦ୍ଧି,ମାନସିକ ଅସନ୍ତଳନ ଏବଂ ବାୟୁ ପ୍ରଦୂଷଣ ମୁଖ୍ୟ କାରଣ ଭାବେ ପରିଗଣିତ ହୁଏ। ଭୌଗୋଳିକ ପରିସଂଖ୍ୟାନରେ ଉପରୋକ୍ତ କାରଣ ଗୁଡିକରେ ସାମାନ୍ୟ ବ୍ୟତିକ୍ରମ ହେଉଥିବା ବେଳେ ବୟସ ପରି ସଂଖ୍ୟାନରେ ଯୁବବର୍ଗ କ୍ରମେ ଅଧିକ ମାତ୍ରାରେ ପ୍ରବାବିତ ହେବା ଲକ୍ଷ୍ୟ କରାଯାଏ।

ଉଚ୍ଚ ରକ୍ତଚାପ ଜନିତ ମୃତ୍ୟୁହାର ଅନୁଶୀଳନ କଲେ ଏହା ପ୍ରମାଣିତ ହୁଏ ଯେ ଆଧୁନିକ ଜୀବନଶୈଳୀ, ମାନସିକ ଅବସାଦ, ମେଦବହୁଳତା, ମଦ୍ୟପାନ, ଶାରୀରିକ ବ୍ୟାୟାମର ଅଭାବ, ଖାଦ୍ୟପେୟର ଘୋର ଅସଂଯମତା କାରଣରୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ମୃତ୍ୟୁହାରରେ ବୃଦ୍ଧିଘଟି ୧୨.୮ ଶତକଡାରୁ ୧୩.୫ ଶତକଡାରେ ପହଞ୍ଚିଲାଣି ଯାହା ଅତ୍ୟନ୍ତ ଉଦବେଗଜନକ।

ମଧୁମେହ ବ୍ୟାଧିର ଜାତୀୟ ମୃତ୍ୟୁହାର ୩.୧ ଶତକଡା ଥିବାବେଳେ ଆନ୍ତର୍ଜାତିକ ସ୍ତରରେ ଏହା ଏକ ଲକ୍ଷ ଅନୁପାତରେ ୩୧ ଆକଳନ ହୋଇଅଛି ଏବଂ ଯୁବବର୍ଗ ମଧ୍ୟରେ ଏହାର ବୃଦ୍ଧି ପରିଲିକ୍ଷିତ ହେଉଅଛି।

ଯକୃତଜନିତ ବ୍ୟାଧିକୁ ଅନୁଶୀଳନ କଲେ ଏହା ସୂଚିତ ହୁଏ ଯେ ୩.୧ ରୁ ୪ ଶତକଡା ମୃତ୍ୟୁହାର ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ସଂଘଟିତ ହେଉଅଛି। ଯକୃତ ସଂକ୍ରମଣ, ମଦ୍ୟପାନ, କାମଳ, ଆଧୁନିକ ଜୀବନଚର୍ଯ୍ୟା, ଜଳଉଦୁରି, ଫାଷ୍ଟଫୁଡ୍ ଭଳି ଖାଦ୍ୟର ବହୁଳ ବ୍ୟବହାର, ବିଭିନ୍ନ ଔଷଧିୟ ପାର୍ଶ୍ୱ ପ୍ରତିକ୍ରିୟା ଇତ୍ୟାଦି ପ୍ରମୁଖ କାରଣରୁ ଏହି ମୃତ୍ୟୁହାର କ୍ରମେ ବୃଦ୍ଧି ପାଇବାର ପରିଲିକ୍ଷିତ ହେଉଅଛି। ଅଧୁନା ସମାଜରେ ମଧୁମେହ ଏବଂ ଉଚ୍ଚରକ୍ତଚାପର ମାତ୍ରା ବୃଦ୍ଧି ପରିଲିକ୍ଷିତ ହେଉଥିବାବେଳେ ଏହାର ପ୍ରଭାବ ବୃକକ ଜନିତ ବ୍ୟାଧି ବୃଦ୍ଧି ଘଟାଇବାରେ ସହାୟକ ହେଉଅଛି।

ତଥ୍ୟ ଅନୁଯାୟୀ ପ୍ରତି ଆଠ ମିନିଟରେ ଭାରତରେ ଗୋଟିଏ ବୃକକ ରୋଗୀ ଚିହ୍ନଟ ହେଉଛନ୍ତି। ଆହୁରି ମଧ୍ୟ ତଥ୍ୟ ଅଛି ଯେ, ୨୦୧୮-୨୦୨୩ ମସିହା ସୁଦ୍ଧା ଭାରତରେ ୧୬ ଶତକଡା ବୃକକ ରୋଗୀ ପଞ୍ଜିକରଣ ହୋଇଛନ୍ତି ଯାହା ଏକ ନୀରବ ଘାତକ ଭାବରେ ପରିଚୟ ରଖୁଛି। ମୃତ୍ୟୁହାର ତଥ୍ୟ ତର୍ଜମା କଲେ ପ୍ରମାଣିତ ହୁଏ ଯେ, ଏକ ଲକ୍ଷ ବୃକକ ରୋଗୀଙ୍କ ମଧ୍ୟରେ ୧୨.୪ ଶତକଡା ବୃକକ ଘାତରେ ମୃତ୍ୟୁବରଣ କରୁଛନ୍ତି। ମଧୁମେହ ଏବଂ ଉଚ୍ଚରକ୍ତଚାପ ରୋଗର ସଠିକ ନିରାକରଣ କରାନଗଲେ ଏହି ମୃତ୍ୟୁହାର ଆଗାମୀ ଦିନରେ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଅଧୁନା ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ବାୟୁପ୍ରଦୂଷଣର ମାତ୍ରାରେ ଅହେତୁକ ବୃଦ୍ଧି ଯୋଗୁ ଫୁସଫୁସ୍ ଜନିତ ବ୍ୟାଧିର ସର୍ବକାଳିନ ବୃଦ୍ଧି ପରିଲିକ୍ଷିତ ହେଉଛି ଯାହା ଅତ୍ୟନ୍ତ ଉଦବେଗଜନକ। ଭାରତର ସାମଗ୍ରିକ ମୃତ୍ୟୁହାରକୁ ତୁଳନା କଲେ ଏହା ଜଣାଯାଏ ଯେ ୧୦.୯ ଶତକଡା କେବଳ ଫୁସଫୁସ ଜନିତ ରୋଗରୁ ସଂଘଟିତ ହୋଇଥାଏ, ଯାହା ଦ୍ୱିତୀୟ ଘାତକ ବ୍ୟାଧିର ସ୍ଥାନ ବଜାୟ ରଖେ। କଳକାରଖାନା ବୃଦ୍ଧି, ଯାନବାହନର ଅହେତୁକ ବୃଦ୍ଧି, ଜଗତୀକରଣର ପ୍ରତିଦ୍ୱନ୍ଦିତା, ପରମାଣୁ ପରୀକ୍ଷଣ ତଥା ଆଧୁନିକ ଯୁଦ୍ଧାସ୍ତ୍ରର ବହୁଳ ଅପବ୍ୟବହାର, ବ୍ୟାପକ ସବୁଜ ବଣ୍ୟସଂପଦର ଉଚ୍ଛେଦ ଆଜି ସମଗ୍ର ବିଶ୍ୱରେ ଏକ ସଂକଟମୟ ପରିସ୍ଥିତି ସୃଷ୍ଟି କରିଚାଲିଛି ଯାହା ଆଜିକାର ମାନବ ସମ୍ବଳ ଉପରେ ପ୍ରତ୍ୟକ୍ଷ ଅବା ପରୋକ୍ଷରେ କୁଠାରଘାତ ସାବସ୍ତ୍ୟ ହେଉଅଛି। ବାୟୁମଣ୍ଡଳରେ ନିମ୍ନଗାମୀ ଅମ୍ଲଜାନ ସ୍ତର, ଘାତକ ବାୟୁର ପ୍ରବେଶ, ଅଙ୍ଗାରକ,ପାଉଁସ, ଧୂଳିକଣା ଇତ୍ୟାଦିର ମାତ୍ରାଧିକ ବୃଦ୍ଧି ଶ୍ୱାସଜନିତ ସଂକ୍ରମଣର ପ୍ରମୁଖ କାରଣ ରୂପେ ବିବେଚନା କରାଯାଉଥିବାରୁ ଏହାର ନିରାକରଣ ନିମନ୍ତେ ସବୁସ୍ତରରୁ ଉଦ୍ୟମ କରାଯିବାର ଏବଂ ଯତ୍ନବାନ ହେବାର ଆବଶ୍ୟକତା ଅନୁଭୂତ ହେଉଅଛି। ବିଶ୍ୱର କିଛି ଅଂଶରେ ଘଟୁଥିବା ଅମ୍ଲବୃଷ୍ଟି ଆମ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ବ୍ୟାପକ ଭାବେ ବ୍ୟାଘାତ ସୃଷ୍ଟି କରିବାର ନଜିର ପରିଲକ୍ଷିତ ହେଉଛି।

ସୁତରାଂ ଏକ ପ୍ରଦୂଷଣମୁକ୍ତ ଶାନ୍ତ ସବୁଜ ପୃଥିବୀର ସ୍ୱପ୍ନ ଦେଖୁଥିବା ପ୍ରତିଟି ମଣିଷ, ସଂସ୍ଥା, ସଂଗଠନ, ସରକାରୀ ତଥା ବେସରକାରୀ ଅନୁଷ୍ଠାନ “ ସର୍ବେ ଭବନ୍ତୁ ସୁଖିନଃ” ନିତୀବାଣିକୁ ଅଙ୍ଗିକାର କରି “ ସର୍ବେ ସନ୍ତ ନିରାମୟା” ମନ୍ତ୍ରକୁ ଜୀବନର ଧେୟ କରିବା ବିଧେୟ।

ଡାକ୍ତର ସୁରେନ୍ଦ୍ର ନାଥ ଦାସ ସ୍ୱାସ୍ଥ୍ୟ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି

April 7, 2026

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 7, 2026

ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 7, 2026

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026
Latest News

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026

ଗୁଳିମାଡ଼ରେ ଯୁବକ ମୃତ

April 7, 2026

୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି

April 7, 2026

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 7, 2026

ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.