ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି, ଏବଂ ପ୍ରଥମ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ କଡା ଟକ୍କର ଚାଲିଛି।
ଉଭୟ ଦଳ ଶହେ ଲେଖାଏଁ ଆସନରେ ଆଗୁଆ ଅଛନ୍ତି। ବିଜେପି ୧୨୧ ଆସନରେ ଆଗରେ ଥିବା ବେଳେ ଟିଏମସି ୧୦୬ ଆସନରେ ଆଗରେ ଚାଲିଛି।


