ନୂଆଦିଲ୍ଲୀ : LPG ଓ PNG ସେବା ଯୋଗାଣ ନିୟମକୁ କୋହଳ କଲେ କେନ୍ଦ୍ର ସରକାର। ଜଣେ LPG ଉପଭୋକ୍ତା PNG ସଂଯୋଗ ପାଇଁ ୩୦ ଦିନ ମହଲତ ପାଇବ। ସେହିପରି PNGରୁ LPGକୁ ପରିବର୍ତ୍ତନ ପାଇଁ ମଧ୍ୟ ୩୦ ଦିନ ମିଳିବ। PNG ସଂଯୋଗ ନ ଥିବା ଅଞ୍ଚଳକୁ ଗଲେ ସମସ୍ୟା ହେଉଥିବାରୁ ନିୟମ କୋହଳ କରାଯାଇଛି। ବିଶେଷକରି ଭଡ଼ାଟିଆ, ଶ୍ରମିକ, ଶିକ୍ଷାର୍ଥୀ, ବଦଳି ହେଉଥିବା କର୍ମଚାରୀ ଉପକୃତ ହେବେ।


