ନୂଆଦିଲ୍ଲୀ : ବଢିଲା ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ୧୯ କିଲୋଗ୍ରାମର ମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୨ ଟଙ୍କା ବୃଦ୍ଧି ପାଇଛି । ଏହା ଫଳରେ ଦିଲ୍ଲୀରେ ଏହାର ମୂଲ୍ୟ ୩୦୧୩.୫୦ ଟଙ୍କାକୁ ବୃଦ୍ଧି ହୋଇଛି । କୋଲକାତାରେ ଏହା ୫୩ଟଙ୍କା ୫୦ ପଇସା ବୃଦ୍ଧି ପାଇ ୩୨୫୫ଟଙ୍କା ୫୦ରେ ପହଞ୍ଚିଛି।
ସେହିପରି ୫ କେଜି ଏଫଟିଏଲ୍ ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧ ଟଙ୍କା ବୃଦ୍ଧି କରାଯାଇଛି। ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି ।


