ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ସହ ଜଡିତ ସମସ୍ୟା ସମ୍ପର୍କରେ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। CBSE ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି କରାଯାଇଛି। CBSE ର “ଅନ୍-ସ୍କ୍ରିନ୍ ମାର୍କିଂ” (OSM) ସିଷ୍ଟମରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। CBSE ଅନ-ସ୍କ୍ରିନ୍ ମାର୍କିଂ ପ୍ରକ୍ରିୟାରେ ଅନିୟମିତତାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛି। ଏହି କମିଟି ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।


