Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା
ଜାତୀୟ ଖବର

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମବଂଗ ଦିଘା
ପଶ୍ଚିମବଂଗ ଦିଘା ରୁ 'ଧାମ' ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ପୁରୀ: ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭବ୍ୟ ଗଣସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

‘ଶ୍ରୀ ଜଗନ୍ନାଥ ଭକ୍ତ ସେବା ସଂସ୍ଥାନ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସାଧୁ-ସନ୍ଥ, ଶ୍ରୀମନ୍ଦିରର ସେବାୟତ ମଣ୍ଡଳୀ ଏବଂ ହଜାର ହଜାର ଜଗନ୍ନାଥପ୍ରେମୀ ଭକ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସାଦର ସମ୍ବର୍ଦ୍ଧିତ କରିଥିଲେ ।

ପଶ୍ଚିମବଙ୍ଗର ଦିଘା ଜଗନ୍ନାଥ ମନ୍ଦିର ନାମରୁ “ଧାମ” ଶବ୍ଦ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ସଫଳ ଓ ଐତିହାସିକ ହସ୍ତକ୍ଷେପ ପାଇଁ ସଂସ୍ଥାନ ପକ୍ଷରୁ ତାଙ୍କୁ ଗଭୀର କୃତଜ୍ଞତା ପ୍ରକାଶ କରାଯାଇ ଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି କହିଥିଲେ ଯେ, ସନାତନ ସଂସ୍କୃତି ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ସମଗ୍ର ବିଶ୍ଵରେ କେବଳ ‘ପୁରୀ’ ହିଁ ଏକମାତ୍ର ଶ୍ରୀଜଗନ୍ନାଥ ଧାମ।

ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ରତା ରହିଛି। ଆମ ସରକାର ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର, ଏବଂ ଶ୍ରୀ ମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂରକ୍ଷଣ ପାଇଁ ରାଜ୍ୟ ସରକାର ସତର୍କ ପ୍ରହରୀ ସଦୃଶ ଜଗିକି ରହିବେ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱସ୍ତ କରିଥିଲେ।

ସୂଚନା ଯୋଗ୍ୟଯେ ପଶ୍ଚିମବଙ୍ଗର ଦିଘାଠାରେ ନିର୍ମିତ ମନ୍ଦିର ପାଇଁ “ଧାମ” ଶବ୍ଦର ବ୍ୟବହାର ଓଡ଼ିଆ ଜାତିର ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଇଥିଲା। ଏହି ସଂବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ସରକାର ଦୃଢ଼ ହସ୍ତକ୍ଷେପ କରିବା ସହ ସାଂସଦ ଶ୍ରୀ ସମ୍ବିତ ପାତ୍ରଙ୍କ ମାଧ୍ୟମରେ ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାର ସକାରାତ୍ମକ ପ୍ରଭାବ ସ୍ଵରୂପ ପଶ୍ଚିମବଙ୍ଗ ସରକାର ଦିଘା ଜଗନ୍ନାଥ ମନ୍ଦିର ନାମରୁ “ଧାମ” ଶବ୍ଦକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ମହାପ୍ରଭୁଙ୍କୁ ନେଇ ରାଜନୀତି କିମ୍ବା ଅହଂକାର କରିଛନ୍ତି, ସେମାନେ ନିର୍ବାଚନରେ ତାର ଫଳ ଭୋଗିଛନ୍ତି, କାରଣ କାଳିଆ ସାଆନ୍ତଙ୍କ ପାଖରେ ଅହଂକାରର କୌଣସି ସ୍ଥାନ ନାହିଁ।

ଏହି ଅବସରରେ ‘ଓଡ଼ିଆ ଅସ୍ମିତା’ର ସରକାର ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ସରକାର ଗଠନର ପ୍ରଥମ ଦିନରୁ ଶ୍ରୀମନ୍ଦିରର ଚାରିଦ୍ଵାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରିବା ଏବଂ ପବିତ୍ର ରତ୍ନଭଣ୍ଡାରର ଗଣତି ମଣତି ପାଇଁ ପଦକ୍ଷେପ ନେବା ସରକାରଙ୍କ ଆନ୍ତରିକତାକୁ ଦର୍ଶାଏ ବୋଲି ସେ ପ୍ରକାଶ କରିଛନ୍ତି।

ଏହା ସହିତ ଗରିବ ଓ ବରିଷ୍ଠ ନାଗରିକମାନଙ୍କୁ ନିଶୁଳ୍କ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରାଇବା ପାଇଁ ଆରମ୍ଭ ହୋଇଥିବା “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା” ମାଧ୍ୟମରେ ଅନେକ ଭକ୍ତ ଉପକୃତ ହୋଇସାରିଥିବା ସେ ସୂଚନା ଦେଇଛନ୍ତି।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶାସକ ନୁହେଁ, ବରଂ ସ୍ୱୟଂ ମହାପ୍ରଭୁ ହିଁ ପ୍ରକୃତ ରାଜା ଏବଂ ମୁଖ୍ୟମନ୍ତ୍ରୀ ଆସନ କ୍ଷମତାର ପ୍ରତୀକ ନୁହେଁ ବରଂ ଜନସେବାର ଏକ ମାଧ୍ୟମ ବୋଲି ସେ ଭାବବିହ୍ୱଳ ହୋଇ କହିଛନ୍ତି।

ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଓଡ଼ିଶାବାସୀ ଓ ଶ୍ରୀମନ୍ଦିର ସେବାୟତଙ୍କ ଭାବନାକୁ ସମ୍ମାନ ଜଣାଇ ତୁରନ୍ତ “ଧାମ” ଶବ୍ଦ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଦୁଇ ପଡ଼ୋଶୀ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଓ ସକାରାତ୍ମକ ପଦକ୍ଷେପ ଯୋଗୁଁ ଆଜି ଜଗନ୍ନାଥ ସଂସ୍କୃତିର ପ୍ରାଚୀନ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ସହ ଆନ୍ତଃ-ରାଜ୍ୟ ସାଂସ୍କୃତିକ ସମନ୍ୱୟର ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି ହୋଇଛି।

ସଂସ୍ଥାନର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ ଏବଂ ସେବାୟତମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରସାର ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ସାଂସଦ ସମ୍ବିତ ପାତ୍ରଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେଲା ପରେ, ସେ ବ୍ୟକ୍ତିଗତ ଭାବେ ସାଂସଦ ଶ୍ରୀ ପାତ୍ରଙ୍କ ମାଧ୍ୟମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖକୁ ଏକ ସ୍ପଷ୍ଟ ପତ୍ର ପ୍ରେରଣ କରିଥିଲେ। ସାଂସଦ ଶ୍ରୀ ପାତ୍ର ଓଡ଼ିଶାବାସୀ ଓ ସେବାୟତଙ୍କ ଭାବନାକୁ ପଶ୍ଚିମବଙ୍ଗ ସରକାରଙ୍କ ନିକଟରେ ଅତି ଯୁକ୍ତିଯୁକ୍ତ ଓ ଶାସ୍ତ୍ରସମ୍ମତ ଭାବେ ଉପସ୍ଥାପନ କରି ଏକ ସାଂସ୍କୃତିକ ସେତୁ ଭାବେ କାର୍ଯ୍ୟ କରିଥିଲେ।

Mohan Majhi ଦିଘା ଜଗନ୍ନାଥ ମନ୍ଦିର ପଶ୍ଚିମବଂଗ ଦିଘା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026
Latest News

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.