Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ
ଜାତୀୟ ଖବର

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତିଙ୍କ ଗାଁ ପାହାଡପୁର
ରାଷ୍ଟ୍ରପତିଙ୍କ ଗାଁ ପାହାଡପୁର ହେବ ସୂର୍ଯ୍ୟ ଗ୍ରାମ, ସ୍ଥାପନ ହେବ ନବଦୋୟ ବିଦ୍ୟାଳୟ, ମୋଦିଙ୍କ ଘୋଷଣା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡପୁର ହେବ ସୂର୍ଯ୍ୟ ଗ୍ରାମ। ଏହି ଗ୍ରାମର ପ୍ରତ୍ୟେକ ଘର ସୂର୍ଯ୍ୟ ଘର ହେବ। ସୌର ଶକ୍ତି ଦ୍ବାରା ଏହି ଗାଁରେ ମାଗଣା ବିଜୁଳି ମିଳିବ। ଏହିପରି ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ଜନ୍ମଦିନରେ ତାଙ୍କ ଗାଁ କୁ ଭ୍ରମଣରେ ଆସିଥିବା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ପାହାଡପୁରରେ ଆଉ ଏକ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହା ରାଷ୍ଟ୍ରପତିଙ୍କୁ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟି।

ରାଇରଙ୍ଗପୁରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧୀତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅଞ୍ଚଳର ଜଣେ ଝିଅ ଆଜି ସାରା ଦେଶରେ ନାଁ କରିଛନ୍ତି। ଆଜି ତାଙ୍କର ଜନ୍ମଦିନ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ବହୁତ ଶୁଭେଚ୍ଛା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଦୀର୍ଘଜୀବି ହୋଇ ଦେଶ ସେବା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ। ରାଷ୍ଟ୍ରପତିଙ୍କ ସ୍ବାଭବ, ପରିଶ୍ରମ ଏବଂ ଦେଶସେବା ପାଇଁ ସମର୍ପଣ କେବଳ ମୟୁଭଂଜ ପାଇଁ ନାହିଁ ସାରା ଦେଶ ପାଇଁ ସେ ଆଦର୍ଶ ପାଲଟିଯାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଜୟ ଜଗନ୍ନାଥ ରୁ ଆରମ୍ଭ କରିଥିଲେ। ସେହିପରି ସେ ଓଡିଆରେ ଏଠାରେ ଉପସ୍ଥିତ ଭାଇ ଭଉଣୀ ଓ ମା ମାନଙ୍କୁ ମୋର ନମସ୍କାର ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟରେ ବିକାଶ ଦ୍ରୁତ ଗତିରେ ଚାଲିଛି ବୋଲି କହିଥିଲେ। ପୂର୍ବ ଭାରତର ବିକାଶ ଭାରତର ବିକାଶ, ସେଥିପାଇଁ ଓଡିଶାର ବିକାଶ ଦେଶର ବିକାଶରେ ବଡ ଭାଗିଦାରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ଓଡିଶାର ରାସ୍ତାର ବିକାଶ ଓ ସଂପ୍ରସାରଣ, ରେଳ ପ୍ରକଳ୍ପର ବିକାଶ, ଓଡିଶାରେ ଆୟୁଶାନ ଭାରତ ଲାଗୁ କରିବା ଦ୍ବାରା ଓଡିଶାବାସୀ ବେଶ ଉପକୃତ ହେବାରେ ଲାଗିଛନ୍ତି। ସେହିପରି ଜନଜାତିର ବିକାଶ ପାଇଁ କେନ୍ଦ୍ର ସରକାର ନୂଆନୂଆ ସୁବିଧା ଲାଗୁ କରିବାରେ ଲାଗିଛନ୍ତି। ଓଡିଶାରେ ବିଜେପି ସରକାର ଆସିବା ପରେ ସୁଭଦ୍ର ଯୋଜନା, ଧାନକିଣା ସବସିଡ, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଇରଂଗପୁରରେ ପାଇଁ ରାଇରଂଗପୁର ସ୍ପୋର୍ଟ୍ସ କଂପ୍ଲେକ୍ସ, ରାଇରଂଗପୁର ଜନଜାତି ଗବେଷଣା କେନ୍ଦ୍ର, ଇନ୍ଦିରାଗାନ୍ଧି ମୁକ୍ତ ବିଶ୍ବବିଦ୍ୟାଳୟର ଆଞ୍ଚଳିକ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଥିଲେ।

ଆସନ୍ତା 2036 ମସିହାରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଶହେ ବର୍ଷ ପୁରଣ କରିବ। ସେହିପରି ଭାରତ ମଧ୍ୟ 2047 ମସିହାରେ ସ୍ବାଧନତାର ଶହେ ବର୍ଷ ପୁରଣ କରିବଷ ସେଥିପାଇଁ ବିକଶିତ ଭାରତ ଯୋଜନା ସେହି ସବୁ ବିକାଶକୁ ଦ୍ରୁତଗତିରେ ଆଗକୁ ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡିଶାର 47 ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

PM Modi in Odisha' ଓଡିଶାରେ ପ୍ରଧାନମନ୍ତ୍ରୀ ଜନ୍ମମାଟିରେ ଦ୍ରୌପଦୀ ମୁର୍ମୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

July 11, 2026

ଆଜି ଜୁଲାଇ ୧୧ ତାରିଖ ଶନିବାରରେ ଏହି ରାଶିଗୁଡିକର ଖୋଲିବ ଭାଗ୍ୟ

July 11, 2026

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026
Latest News

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

July 11, 2026

ଆଜି ଜୁଲାଇ ୧୧ ତାରିଖ ଶନିବାରରେ ଏହି ରାଶିଗୁଡିକର ଖୋଲିବ ଭାଗ୍ୟ

July 11, 2026

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.