Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 
ଜାତୀୟ ଖବର

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଦିତ୍ୟ ବିର୍ଲା ଗ୍ରୁପ୍‌
ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ଭାରତର ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ସାଂସ୍କୃତିକ ପ୍ରତିଷ୍ଠାନକୁ ଏକ ନୂଆ ରୂପ ଏବଂ ନବୀକୃତ ଉଦ୍ଦେଶ୍ୟ ପ୍ରଦାନ କରି ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍ ଏକାଡେମୀ ଶୁଭାରମ୍ଭ କରିଛି। ଏହି ଶୁଭାରମ୍ଭ ଭାରତର ସ୍ୱାଧୀନତା ପୂର୍ବ ବର୍ଷଗୁଡିକରୁ ପିଢି ପରେ ପିଢି କଳାକାର ଏବଂ ଦର୍ଶକଙ୍କୁ ଗଠନ କରିଆସିଥିବା ଭାରତୀୟ ଜାତୀୟ ଥିଏଟର (ଆଇଏନ୍‌ଟି) ନିମନ୍ତେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି।

ଏକାଡେମୀକୁ ଏହାର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲା, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା, ନୀରଜା ବିର୍ଲା, ଶ୍ରୀମତୀ ଅନନ୍ୟା ବିର୍ଲା ଏବଂ ଶ୍ରୀ ଆର‌୍ୟମନ୍ ବିକ୍ରମ ବିର୍ଲାଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ।

ଏହି ପ୍ରୟାସ ଆଦିତ୍ୟ ବିର୍ଲା ଗ୍ରୁପ୍ ଇତିହାସର ଏକ ନିରୂପଣକାରୀ ବୈଶିଷ୍ଟ୍ୟକୁ ପ୍ରତିଫଳିତ କରୁଛି: ତାହା ହେଉଛି ସ୍ଥାୟୀ ବିକାଶମୂଳକ ସମ୍ପତ୍ତି ହେଉଥିବା ପ୍ରତିଷ୍ଠାନଗୁଡିକର ସୃଷ୍ଟି। ପିଢି ପରେ ପିଢି ଏହି ଗ୍ରୁପ୍ ବିଦ୍ୟାଳସମୂହ, ବିଶ୍ୱବିଦ୍ୟାଳୟ ସମୂହ, ଡାକ୍ତରଖାନା, ଗବେଷଣା କେନ୍ଦ୍ର, ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଗୋଷ୍ଠୀ ମଞ୍ଚଗୁଡିକ ଜରିଆରେ ରାଷ୍ଟ୍ର-ନିର୍ମାଣରେ ଅର୍ଥ ନିବେଶ କରିଛି।

ଆଇଏନ୍‌ଟି ପୁନଃ ପରିକଳ୍ପନା ସେହି ପରମ୍ପରାକୁ ପରିବର୍ଦ୍ଧିତ କରିଛି ଏବଂ ଏଭଳି ଏକ ସ୍ଥାନ ସୃଷ୍ଟି କରିଛି ଯେଉଁଠାରେ ଭାରତର କଳାତ୍ମକ ପରମ୍ପରାକୁ ସଂରକ୍ଷିତ, ପାଳନ ଏବଂ ଭବିଷ୍ୟତ ପିଢିଗୁଡିକ ନିମନ୍ତେ ପୁନଃବ୍ୟାଖ୍ୟାନ କରାଯାଇପାରିବ।

ଏକ ପ୍ରଦର୍ଶନ କଳାର ସ୍ଥଳର ଊର୍ଦ୍ଧ୍ୱରେ ଏହି ଏକାଡେମୀକୁ କଳାତ୍ମକ ଉକ୍ରର୍ଷ, ସମସ୍ତ ପ୍ରକାର ଥିଏଟର, ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ସହିତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟରେ ମୂଳ ରଖୁଥିବା ନବସୃଜନ ଓ ପରୀକ୍ଷଣ ଆଦିକୁ ପ୍ରୋତ୍ସାହିତ କରିବାକୁ ପରିକଳ୍ପନା କରାଯାଇଛି।

ଏହାର ଶୁଭାରମ୍ଭ ଅବସରରେ ପ୍ରକାଶ କରି ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଥିଲେ, “ଆଇଏନ୍‌ଟି ଆଦିତ୍ୟ ବିର୍ଲା ଏକାଡେମୀ ହେଉଛି ଭାରତର ଅନନ୍ୟ କଳାତ୍ମକ ଐତିହ୍ୟ ଏବଂ ଏହି ପରମ୍ପରାକୁ ପିଢି ପରେ ପିଢି ଉଜ୍ଜୀବିତ ରଖିଥିବା ଅଗଣିତ ବ୍ୟକ୍ତିବିଶେଷଙ୍କ ପ୍ରତି ଆମର ସମ୍ମାନ ପ୍ରଦର୍ଶନ। ଏହା ଶ୍ରୀ ଆଦିତ୍ୟ ବିକ୍ରମ ବିର୍ଲାଙ୍କର ସେହି ବିଶ୍ୱାସକୁ ଧାରଣ କରୁଛି ଯେ, ସୃଜନଶୀଳତା, ପରିକଳ୍ପନା ଏବଂ ସଂସ୍କୃତି ଏକ ସୁସଂହତ ସମାଜର ଅତ୍ୟାବଶ୍ୟକ ସ୍ତମ୍ଭ ଅଟେ। ଆମର ଆକାଂକ୍ଷା ହେଉଛି ଏଭଳି ଏକ ଅନୁଷ୍ଠାନ ସୃଷ୍ଟି କରିବା ଯାହା ଆମର ଶାସ୍ତ୍ରୀୟ ମୂଳଦୁଆକୁ ସମ୍ମାନ ପ୍ରଦର୍ଶନ କରିବ, ସମକାଳୀନ ଅଭିବ୍ୟକ୍ତିକୁ ଆପଣାଇବ ଏବଂ ନୂତନ ପ୍ରତିଭାମାନଙ୍କ ପାଇଁ ପଥ ଉନ୍ମୁକ୍ତ କରିବ । ସର୍ବୋପରି ଆମର ଆଶା, ଏହା ଏଭଳି ଏକ ରାଷ୍ଟ୍ରୀୟ ମଞ୍ଚ ପାଲଟିବ ଯେଉଁଠାରେ ଭାରତର ବିବିଧ ସାଂସ୍କୃତିକ ସ୍ୱର ସମ୍ମିଳିତ ହୋଇପାରିବ, ପରସ୍ପର ଅପରକୁ ପ୍ରେରଣା ପ୍ରଦାନ କରିବେ ଏବଂ ପ୍ରଦର୍ଶନ କଳାର ଭବିଷ୍ୟତ ଗଠନ କରିବେ।”

ଏକାଡେମୀର ପରାମର୍ଣାଦାତା ପରିଷଦରେ ଉସ୍ତାଦ ଅମଜାଦ୍ ଅଲୀ ଖାଁ, ଡ.ଏନ.ରାଜନ, ଶଙ୍କର ମହାଦେବନ୍‌, ଉଲହାସ କାଶଲକର, ଅୁରଣା ସାଇରାମ, ଲାଲଗୁଡି ଜିଜେଆର୍ କ୍ରିଷ୍ଣନ୍‌, ଲୁଇଜ୍ ବ୍ୟାଙ୍କସ୍‌, ବେଲା ସେଗଲ, ୟୁ.ରାଜେଶ, ସିଦ୍ଧାର୍ଥ ରୟ କପୁର, ରଜିତ କପୁର, ଟେରେନ୍‌ସ୍ ଲିୱିସ୍ ଏବଂ କ୍ଲିଣ୍ଟ ଭାଲାଡେୟାରସ୍‌ଙ୍କ ଭଳି ଭାରତର ପ୍ରଦର୍ଶନ କଳାରେ କେତେକ ସର୍ବାଧିକ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାର ଶୁଭାରମ୍ଭ ଉତ୍ସବରେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ସନ୍ଧ୍ୟାରେ ଭାରତର କଳାତ୍ମକ ଚିତ୍ରପଟର ସମୃଦ୍ଧ ଓ ବିବିଧତାକୁ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଖ୍ୟତିସମ୍ପନ୍ନ କବି, ଗୀତିକାର ଏବଂ ଚିତ୍ରନାଟ୍ୟ ଲେଖକ ଜାଭେଦ ଅଖତର ସାଇରସ୍ ସାହୁକାରଙ୍କ ସହିତ ଅନ୍ତର୍ଦୃଷ୍ଟି ସମ୍ପନ୍ନ ବାର୍ତ୍ତାଳାପରେ ନିୟୋଜିତ ହୋଇଥିଲେ, ଯେଉଁଥିରେ ଭାରତର ସାଂସ୍କୃତିକ ବୈଭବକୁ ଆଗେଇ ନେବାରେ ବିତାଇଥିବା ଜୀବନର ପ୍ରତିଫଳନ ବାଣ୍ଟିବା ସହିତ ସ୍ଥିରତା, ସୃଜନଶୀଳତା ଏବଂ ଭବିଷ୍ୟତରେ ଥିବା ସୁଯୋଗଗୁଡିକ ସମ୍ପର୍କରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ।

ବିଶିଷ୍ଟ କଣ୍ଠଶିଳ୍ପୀ କୌଶିକି ଚକ୍ରବର୍ତ୍ତୀ ଚାରିଜଣ କିମ୍ବଦନ୍ତୀ ସ୍ୱର ନୁର୍ ଜେହାଁ, ଶୋଭା ଗୁର୍ଟୁ, କିଶୋରୀ ଅମୋନକର ଏବଂ ବେଗମ୍ ଅଖତରଙ୍କ ସମ୍ମାନାର୍ଥେ ଏକ ଚମକ୍ରାର ସାଂଗୀତିକ ଶ୍ରର୍ଦ୍ଧାଞ୍ଜଳି ପରିବେଷଣ କରିଥିଲେ, ଯାହା ଏକାଡେମୀର ବୃହତ୍ତର ଲକ୍ଷ୍ୟକୁ ଧରି ରଖୁଥିବା ଏକ ପ୍ରଦର୍ଶନରେ ପରମ୍ପରା ଏବଂ ସମକାଳୀନ ବ୍ୟାଖ୍ୟାନକୁ ଏକତ୍ର ଗୁନ୍ଥିବାରେ ସଫଳ ହୋଇଥିଲା ।

ଆଇଏନ୍‌ଟିର ଉଦ୍ଭବ ୧୯୪୦ ଦଶକରୁ ପରିବ୍ୟାପ୍ତ ହୋଇଛି, ଯେତେବେଳେ ଭାରତରେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା। କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କ ଭଳି ଦୂରଦ୍ରଷ୍ଟାଙ୍କ ମାର୍ଗଦର୍ଶନରେ ଏହି ପ୍ରତିଷ୍ଟାନ ଏହି ବିଶ୍ୱାସରୁ ଉଭା ହୋଇଥିଲା ଯେ, ସଂସ୍କୃତି ଓ ସୃଜନଶୀଳତା ହେଇଛି ଏକ ରାଷ୍ଟ୍ର ନିର୍ମାଣର ଅବିଚ୍ଛେଦ୍ୟ ଅଂଶ ।

ଦଶନ୍ଧି ଦଶନ୍ଧି ଧରି ଆଇଏନ୍‌ଟି ପି.ଏଲ.ଦେଶପାଣ୍ଡେ, ଡ. ଶ୍ରୀରାମ ଲାଗୁ, ଅମରିଶ ପୁରୀ, ସଦାଶିବ ଅମରାପୁରକର, ସ୍ମିତା ପାଟିଲ, ସଞ୍ଜୀବ କୁମାର, ଡିନା ପାଠକ, ଭକ୍ତି ବାର୍ଭେ, ରୋହିଣୀ ହାତ୍ତଙ୍ଗଡି, ଅଶୋକ ସରାଫ, ପରେଶ ରାୱଲ ଏବଂ ସ୍ୱରୂପ ସମ୍ପତଙ୍କ ସମେତ ଭାରତର କେତେକ ସର୍ବାଧିକ ପ୍ରଦର୍ଶନକାରୀଙ୍କ ନିମନ୍ତେ ଏକ ଉତ୍ପତ୍ତି ସ୍ଥଳ ପାଲଟିଥିଲା।

ବିରଳ ସାଂଗୀତିକ ରେକର୍ଡିଂ, ପ୍ରଦର୍ଶନ ଏବଂ ଚଳଚ୍ଚିତ୍ରଗତ କୃତିଗୁଡିକୁ ସଂରକ୍ଷିତ କରୁଥିବା ଏକ ଉତ୍ସର୍ଗୀକୃତ ଅଭିଲେଖ କେନ୍ଦ୍ର ସ୍ଥାପନ ନିମନ୍ତେ ମଧ୍ୟ ଯୋଜନା କରାଯାଉଛି, ଯାହାଦ୍ୱାରା ଭବିଷ୍ୟତ ପିଢିଗୁଡିକ ନିମନ୍ତେ ଏକ ମୂଲ୍ୟବାନ ସାଂସ୍କୃତିକ ଭଣ୍ଡାର ସୃଷ୍ଟି କରାଯାଇପାରିବ।

ଏକ ଅଣ-ଲାଭଜନକ ପ୍ରୟାସ ଭାବରେ ଏକାଡେମୀର ଲକ୍ଷ୍ୟ କଳାତ୍ମକ ଉକ୍ରର୍ଷର ଊର୍ଦ୍ଧ୍ୱକୁ ମଧ୍ୟ ପରିବ୍ୟାପ୍ତ ଅଟେ। ସମ୍ପର୍କ ସ୍ଥାପନ, ଶିକ୍ଷା ଏବଂ ଗୋଷ୍ଠୀ ନିୟୋଜନତା ଜରିଆରେ ଏହା କଳାକୁ ବିଶେଷଭାବରେ ସେବାରୁ ବଞ୍ଚିତ ସମୁଦାୟଙ୍କ ନିମନ୍ତେ ଅଧିକ ସୁଲଭ୍ୟ କରିବାକୁ ଚାହୁଁଛି, ଯାହାଦ୍ୱାରା ଆତ୍ମବିଶ୍ୱାସ, ସୁଯୋଗ ଏବଂ ସାମାଜିକ ଅନ୍ତର୍ଭୁକ୍ତି ପାଇଁ ସୃଜନଶୀଳତାକୁ ଏକ ବାହନ ଭାବରେ ସମର୍ଥ କରାଯିବ।

ଏହି ଉଦ୍‌ଘାଟନ ସହିତ ଏକାଡେମୀ ସମାଜକୁ ସୁଦୃଢ, ଜୀବନକୁ ସମୃଦ୍ଧ କରୁଥିବା ଏବଂ ‘ଫୋର୍ସ ଫର୍ ଗୁଡ’ ହେବା ନିମନ୍ତେ ଗ୍ରୁପ୍‌ର ସ୍ଥାୟୀ ଆକାଂକ୍ଷାକୁ ବହନ କରୁଥିବା ଆଦିତ୍ୟ ବିର୍ଲା ପ୍ରତିଷ୍ଠାନସମୂହର ଏକ ଦୀର୍ଘ ଧାରାରେ ଯୋଡି ହୋଇଛି।

Aditya Birla Group INT Aditya Birla Performing Arts Academy ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍ ଏକାଡେମୀ ଆଦିତ୍ୟ ବିର୍ଲା ଗ୍ରୁପ୍
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026

ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା!: ଆୟରଲ୍ୟାଣ୍ଡ ଗସ୍ତରୁ ବାଦ ପଡିଲେ ଏହି ଖେଳାଳି

June 23, 2026

ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ

June 23, 2026
Latest News

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026

ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା!: ଆୟରଲ୍ୟାଣ୍ଡ ଗସ୍ତରୁ ବାଦ ପଡିଲେ ଏହି ଖେଳାଳି

June 23, 2026

ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.