Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ
ଜାତୀୟ ଖବର

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ୭,୧୪୫.୧୪ କୋଟି ଟଙ୍କା ବ୍ୟୟରେ ୧୧୭.୭ କିଲୋମିଟର ଦୀର୍ଘ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ଗ୍ରୀନଫିଲ୍ଡ ରାଜପଥ ନିର୍ମାଣକୁ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପ ଭୋପାଳ-କାନପୁର ଅର୍ଥନୈତିକ କରିଡରର ଏକ ପ୍ରମୁଖ ଅଂଶ ହେବ।

ପ୍ରସ୍ତାବିତ ରାଜପଥଟି ଚାରି ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଭବିଷ୍ୟତରେ ଏହାକୁ ଛଅ ଲେନ୍‌କୁ ସମ୍ପ୍ରସାରଣ କରିବା ଲକ୍ଷ୍ୟରେ ନିର୍ମାଣ କରାଯିବ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ବିଓଟି (ଟୋଲ୍) ମୋଡ୍‌ରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏଥିରେ ବର୍ତ୍ତମାନର ଏନଏଚ୍-୩୪ର କାନପୁର-କବରାଇ ଖଣ୍ଡର ପରିଚାଳନା ଓ ରକ୍ଷଣାବେକ୍ଷଣ ମଧ୍ୟ ସାମିଲ ରହିବ।

ନୂତନ କରିଡର ନିର୍ମାଣ ପରେ କାନପୁର ଓ କବରାଇ ମଧ୍ୟରେ ଯାତ୍ରା ସମୟ ୩.୫ ଘଣ୍ଟାରୁ ହ୍ରାସ ପାଇ ୧.୫ ଘଣ୍ଟାକୁ ଆସିବ। ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ଯାନବାହନ ଚଳାଚଳ ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏହା ସଡ଼କ ସୁରକ୍ଷା ବୃଦ୍ଧି, ପରିବହନ ଖର୍ଚ୍ଚ ହ୍ରାସ ଓ ମାଲ୍ ପରିବହନକୁ ଅଧିକ ଦ୍ରୁତ ଏବଂ ସହଜ କରିବ।

ଏହି ପ୍ରକଳ୍ପ ଉତ୍ତର ପ୍ରଦେଶର ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ମଧ୍ୟପ୍ରଦେଶର ଖଣିଜ, କୃଷି ଏବଂ ଉତ୍ପାଦନ କ୍ଷେତ୍ର ସହ ଆଧୁନିକ ସଡ଼କ ସଂଯୋଗ ଯୋଗାଇବ। ଏହା ସହିତ ଏନଏଚ୍-୩୪, ଏନଏଚ୍-୩୫, ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, କାନପୁର ରିଙ୍ଗ ରୋଡ୍ ଓ ବିଭିନ୍ନ ରାଜ୍ୟ ରାଜପଥ ସହ ସଂଯୋଗ ସୁଦୃଢ଼ ହେବ।

ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅନୁଯାୟୀ ପ୍ରସ୍ତୁତ ଏହି ପ୍ରକଳ୍ପ ଉନ୍ନାଓ, ବାନ୍ଥାର, ପାନଖି, ରାନିଆ, ଜୈନପୁର, ରୁମା, ଚକେରୀ ଓ ସୁମେରପୁର ସମେତ ୧୬ଟି ଅର୍ଥନୈତିକ କେନ୍ଦ୍ର, ୯ଟି ସାମାଜିକ କେନ୍ଦ୍ର ଏବଂ ୧୦ଟି ଲଜିଷ୍ଟିକ୍ସ ହବ୍‌କୁ ସଂଯୋଗ କରିବ। କାନପୁର, ଚକେରୀ ଓ ଖଜୁରାହୋ ବିମାନବନ୍ଦର ସହିତ ମଧ୍ୟ ଏହାର ସଂଯୋଗ ଉନ୍ନତ ହେବ।

ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୧.୨ କୋଟି ମାନବ-ଦିବସ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବ ବୋଲି ସରକାର ଆକଳନ କରିଛନ୍ତି। ସେହିପରି ୨୦୨୮ ସୁଦ୍ଧା ଏହି କରିଡରରେ ଦୈନିକ ହାରାହାରି ୧୮ ହଜାରରୁ ଅଧିକ ପାସେଞ୍ଜର କାର୍ ୟୁନିଟ୍ (ପିସିୟୁ) ଯାତାୟାତ ହେବ ବୋଲି ପୂର୍ବାନୁମାନ କରାଯାଇଛି।

କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ କ୍ୟାବିନେଟ୍‌ର ମଞ୍ଜୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026

ସ୍ୱତନ୍ତ୍ର ପଣ୍ୟ ପରିବହନ କରିଡର: ଲାଭବାନ ହେବ ଓଡ଼ିଶା 

September 6, 2026

ଜେଏନୟୁ ପ୍ରଫେସରଙ୍କ ବିରୋଧରେ ୧୧ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ: ICC ତଦନ୍ତ ଆରମ୍ଭ

September 6, 2026
Latest News

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026

ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ଅଘଟଣ: ବଜ୍ରପାତରେ ନାବାଳକ ମୃତ

September 6, 2026

ଚଳନ୍ତା କାରରେ ହଠାତ୍‌ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

September 6, 2026

ଦୁର୍ଘଟଣାରେ ଗୋଟିଏ ପରିବାର ୧୧ଜଣ ଆହତ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.