Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: “ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉଛି ଆମର କୃଷକମାନଙ୍କ ସମୃଦ୍ଧି, ଗ୍ରାମାଞ୍ଚଳର ରୂପାନ୍ତର ଏବଂ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ଏକ ସେତୁ। ଏହି କ୍ଷେତ୍ରରେ କରାଯାଉଥିବା ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରକୁ ଉନ୍ନତ କରିବା ସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରେ, ରପ୍ତାନି ସୁଯୋଗ ସୃଷ୍ଟି କରେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିଥାଏ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହେବାକୁ ଓଡ଼ିଶା ପ୍ରସ୍ତୁତ ରହିଛି ଏବଂ ମୁଁ ଏହି ଯାତ୍ରାରେ ଆମ ସହିତ ପାର୍ଟନର ହେବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରୁଛି।”

ଏହି ଦୃଷ୍ଟିଭଙ୍ଗୀ ସହିତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ବାହାରେ ଆୟୋଜିତ ରାଜ୍ୟର ପ୍ରଥମ କ୍ଷେତ୍ର-କୈନ୍ଦ୍ରିକ ଇନ୍‌ଭେଷ୍ଟମେଣ୍ଟ ରୋଡ୍‌-ସୋ’ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ରେ ଓଡ଼ିଶା ପାଇଁ ଏକ ନୂତନ ଅଭିବୃଦ୍ଧି ଏଜେଣ୍ଡା ଉପସ୍ଥାପନ କରିଛନ୍ତି।

ଉତ୍ପାଦନ, ରପ୍ତାନି ଏବଂ ବିଶ୍ୱବଜାର ସହିତ କୃଷି କ୍ଷେତ୍ରକୁ ସଂଯୋଗ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମର ବିକାଶ ଦିଗରେ ଆଜିର ଏହି ଇଭେଣ୍ଟ ସହାୟକ ହୋଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀବୃନ୍ଦ, ଏସୋଚାମ୍ (ASSOCHAM) ର ପ୍ରତିନିଧି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦୦ ରୁ ଅଧିକ ଶିଳ୍ପ ନେତା, ଖାଦ୍ୟ ପ୍ରକ୍ରିୟାକରଣ ସଂଘ, ଉଦ୍ୟୋଗୀ, ନିବେଶକ ଏବଂ ବ୍ୟବସାୟୀ ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ରୋଡ୍‌-ସୋ’ରେ ୪୧,୭୪୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସହିତ ୨୭ଟି ବୁଝାମଣାପତ୍ର (MoU) ସ୍ବାକ୍ଷରିତ ହୋଇଛି। ଏହି ବ୍ୟାପକ ପରିମାଣର ନିବେଶ ପ୍ରସ୍ତାବ ଦ୍ୱାରା ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମ ପ୍ରତି ଶିଳ୍ପଜଗତର ଭରସା ପ୍ରତିଫଳିତ ହୋଇଛି। ଏହା ଦ୍ୱାରା ୩୫,୨୫୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ, ଓଡ଼ିଶା ସରକାର ୧,୬୮୯ କୋଟି ଟଙ୍କାର ନିବେଶ ପାଇଁ ୧୨ଟି ନିବେଶ ଇଚ୍ଛାପତ୍ର (IIF) ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ୮,୦୬୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ସମୁଦାୟ ଆଜି ଗସ୍ତର ପ୍ରଥମ ଦିନରେ ଓଡ଼ିଶା ସରକାର ମୋଟ ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି, ଯାହା ଦ୍ୱାରା ୪୩,୩୧୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଶିଳ୍ପପତି ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣକୁ କେବଳ ଏକ ଶିଳ୍ପ କ୍ଷେତ୍ର ଭାବରେ ଦେଖୁନାହିଁ, ବରଂ ଏହାକୁ ଏକ ଅର୍ଥନୈତିକ ରୂପାନ୍ତର ଭାବରେ ଦେଖୁଛି ଯହା କୃଷକ, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଗ୍ରାମାଞ୍ଚଳର ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ କରିଥାଏ।

ସେ କହିଛନ୍ତି ଯେ ଓଡ଼ିଶାରେ ଉତ୍ପାଦିତ ପ୍ରତ୍ୟେକ ପ୍ରମୁଖ କୃଷି ଏବଂ ସାମୁଦ୍ରିକ ସାମଗ୍ରୀ ଯେପରି ରାଜ୍ୟ ଭିତରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ହେବା ଆବଶ୍ୟକ । ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ଉତ୍ପାଦକମାନଙ୍କ ପାଇଁ ଅଧିକ ଆୟ ସୃଷ୍ଟି କରିବା ସହିତ ଯୁବବର୍ଗଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁନିଶ୍ଚିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଓଡ଼ିଶାର ବ୍ୟାପକ ସମ୍ଭାବନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଶାରେ ବ୍ୟାପକ ପ୍ରାକୃତିକ ସମ୍ପଦ, ଅନେକ ପ୍ରକାରର କୃଷି ଉତ୍ପାଦ, ଦଶଟି କୃଷି-ଜଳବାୟୁ ମଣ୍ଡଳ, ୫୭୫ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ, ସମୃଦ୍ଧ ମତ୍ସ୍ୟଚାଷ, ବର୍ଦ୍ଧିତ ବନ୍ଦର ଭିତ୍ତିଭୂମି, ଉନ୍ନତ ଲଜିଷ୍ଟିକ୍ସ ସଂଯୋଗ ରହିଛି । ଏହା ସହିତ ଭାରତର ବିଭିନ୍ନ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାର ନିବେଶ ନୀତି ଶିଳ୍ପସ୍ଥାପନ ପାଇଁ ଖୁବ ଅନୁକୂଳ ପରିବେଶ ସୃଷ୍ଟି କରିଛି।

ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ପ୍ରାକୃତିକ ଏବଂ ଆନୁଷ୍ଠାନିକ ସୁବିଧାଗୁଡ଼ିକ ଶିଳ୍ପଗୁଡ଼ିକୁ କଞ୍ଚାମାଲ ସଂଗ୍ରହଠାରୁ ଆରମ୍ଭ କରି ଉତ୍ପାଦନ, ରପ୍ତାନି ଏବଂ ବିଶ୍ୱବଜାରରେ ପ୍ରବେଶ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ପ୍ରଦାନ କରିଥାଏ।

ମୁଖ୍ୟମନ୍ତ୍ରୀ ପାଞ୍ଚଟି ଷ୍ଟ୍ରାଟେଜିକ୍ ପିଲାର୍ ସମ୍ପର୍କିତ ଏକ ଦୀର୍ଘମିଆଦୀ ରୋଡମ୍ୟାପ ମଧ୍ୟ ଉନ୍ମୋଚନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର ସୃଷ୍ଟି, ସମନ୍ୱିତ କୋଲ୍ଡ-ଚେନ୍ ଏବଂ ୱେରହାଉସିଂ ଭିତ୍ତିଭୂମିର ସମ୍ପ୍ରସାରଣ, ଖାଦ୍ୟର ଗୁଣବତ୍ତା ଏବଂ ପ୍ରମାଣପତ୍ର ପ୍ରଣାଳୀକୁ ସୁଦୃଢ଼ କରିବା, ସଂଗଠିତ ଶିଳ୍ପ ସହିତ କୃଷକ ଉତ୍ପାଦକ ସଂଗଠନ, MSMEs ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହିତ ଯୋଡ଼ିବା ହେଉଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହାଦ୍ୱାରା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଦକ୍ଷ ୱାର୍କଫୋର୍ସ’ର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଏହି ପଦକ୍ଷେପଗୁଡ଼ିକ ଆଗାମୀ ଦଶନ୍ଧି ମଧ୍ୟରେ ଓଡ଼ିଶାକୁ ମୂଲ୍ୟବର୍ଦ୍ଧିତ ଖାଦ୍ୟ ଉତ୍ପାଦନ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ।

ସମାରୋହକୁ ସମ୍ବୋଧିତ କରି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଆମର ଦୃଷ୍ଟିଭଙ୍ଗୀ ହେଉଛି ଆମର କୃଷି ଏବଂ ସାମୁଦ୍ରିକ ସମ୍ପଦର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରି ଓଡ଼ିଶାକୁ ମୂଲ୍ୟବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ରୂପାନ୍ତରିତ କରିବା। ଆମେ ଏକୀକୃତ ଇକୋସିଷ୍ଟମ ନିର୍ମାଣ କରୁଛୁ ଯେଉଁଠାରେ କୃଷକ, ଏମଏସଏମଇ (MSMEs), କୃଷକ ଉତ୍ପାଦକ ସଂଗଠନ, ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ଏବଂ ବିଶ୍ୱସ୍ତରୀୟ ଶିଳ୍ପଗୁଡ଼ିକ ଏକାଠି ବୃଦ୍ଧି ପାଆନ୍ତି, ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରନ୍ତି, ଗ୍ରାମାଞ୍ଚଳର ଆୟ ବୃଦ୍ଧି କରନ୍ତି ଏବଂ ସ୍ଥାୟୀ ଶିଳ୍ପ ବିକାଶକୁ ଚାଳିତ କରନ୍ତି। ପ୍ରଗତିଶୀଳ ସଂସ୍କାର, ଦକ୍ଷ ମାନବ ପୁଞ୍ଜି, ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ପ୍ରତିକ୍ରିୟାଶୀଳ ଶାସନ ଦ୍ୱାରା ସମର୍ଥିତ ହୋଇ, ଓଡ଼ିଶା ଆଜି ନିବେଶକମାନଙ୍କୁ କେବଳ ସୁଯୋଗ ନୁହେଁ, ବରଂ ଦୀର୍ଘ ସମୟ ପାଇଁ ନିର୍ମାଣ, ନବସୃଜନ ଏବଂ ବୃଦ୍ଧି ପାଇଁ ଆତ୍ମବିଶ୍ୱାସ ପ୍ରଦାନ କରୁଛି।”

ଏହି ଫୁଡ୍‌-ପ୍ରୋ ଇଭେଣ୍ଟ ପରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଅଗ୍ରଣୀ ଶିଳ୍ପପତିଙ୍କ ସହିତ ଏକାଧିକ ବୈଠକ କରିଥିଲେ।

ସରକାରଙ୍କ ପ୍ରଥମ ଉତ୍ସର୍ଗୀକୃତ କ୍ଷେତ୍ରଭିତ୍ତିକ ଇନ୍‌ଭେଷ୍ଟମେଣ୍ଟ ରୋଡ୍‌-ସୋ’ ଭାବରେ, ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ପ୍ରଭାବଶାଳୀ ପଦକ୍ଷେପ ଭାବରେ ପରିଗଣିତ ହୋଇଛି। ଏହାଦ୍ୱାରା କୃଷିକ୍ଷେତ୍ରରେ ସମୃଦ୍ଧି ଆସିବା ସହିତ କୃଷକ ମାନଙ୍କର ବ୍ୟାପକ ରୋଜଗାର ବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି।

ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ନୂଆଦିଲ୍ଲୀ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026
Latest News

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.