Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ
ଜାତୀୟ ଖବର

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଇ-୨୦ ପେଟ୍ରୋଲ
ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ଇବିଏମଏସ୍ (ଇ-୨୦ ପେଟ୍ରୋଲ୍) ରେ ଜଳୀୟବାଷ୍ପ ଓ କ୍ଲୋରାଇଡ୍ ଥିବା କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ, ତୈଳ ବିପଣନ କମ୍ପାନୀଗୁଡ଼ିକ ସମଗ୍ର ଦେଶରେ ଇବିଏମଏସ୍ ଯୋଗାଣ ଶୃଙ୍ଖଳାର ପ୍ରତ୍ୟେକ ସ୍ତରକୁ ନେଇ ଅତିରିକ୍ତ ଓ ବ୍ୟାପକ ଯାଞ୍ଚ କରିଥିଲେ। ଏହି ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଇନ୍ଧନର ଗୁଣବତ୍ତା ନିର୍ଦ୍ଧାରିତ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ବୈଜ୍ଞାନିକ ପଦ୍ଧତିରେ କରାଯାଇଥିବା ବ୍ୟାପକ ଆକସ୍ମିକ ପରୀକ୍ଷଣର ପ୍ରମାଣ ଆଧାରରେ, କିଛି ଦାବିର ବିପରୀତ, ଇନ୍ଧନ ପ୍ରଦୂଷଣ କିମ୍ବା ମିଶ୍ରଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।

ଏହି ପରୀକ୍ଷଣ ପରେ ତୈଳ ବିତରଣ କମ୍ପାନୀମାନେ ଗ୍ରାହକମାନଙ୍କୁ ଆଶ୍ବସ୍ତ କରିଛନ୍ତି ଯେ, ସେମାନେ ଇନ୍ଧନ ଗୁଣବତ୍ତାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଗାଡ଼ିର କାର୍ଯ୍ୟଦକ୍ଷତା କିମ୍ବା ଉପଭୋକ୍ତାଙ୍କ ବିଶ୍ୱାସକୁ ପ୍ରଭାବିତ କରିପାରୁଥିବା ଯେକୌଣସି ସମସ୍ୟାର ବୈଜ୍ଞାନିକ ଅନୁସନ୍ଧାନ କରାଯାଇ ତୁରନ୍ତ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରାଯାଏ।

ଭାରତ ସରକାର ପେଟ୍ରୋଲ ମିଶ୍ରଣ ପାଇଁ ବ୍ୟବହୃତ ହେଉଥିବା ଇଥାନୋଲ୍‌ରେ କ୍ଲୋରାଇଡ୍‌ର କଡ଼ା ମାପଦଣ୍ଡ ନିର୍ଦ୍ଧାରଣ କରିଛନ୍ତି ଏବଂ ସମଗ୍ର ଯୋଗାଣ ଶୃଙ୍ଖଳାରେ ଏହାର ପାଳନ ସୁନିଶ୍ଚିତ କରିବା ପାଇଁ ଏକ ସକ୍ରିୟ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ରିଫାଇନାରୀ, ଡିଷ୍ଟିଲେରୀ, ଡିପୋ/ଟର୍ମିନାଲ୍ ଏବଂ ଦେଶବ୍ୟାପୀ ଖୁଚୁରା ବିକ୍ରୟ କେନ୍ଦ୍ର (ପେଟ୍ରୋଲ ପମ୍ପ) ସମେତ ଯୋଗାଣ ଶୃଙ୍ଖଳାର ଏକାଧିକ ସ୍ଥାନରେ କ୍ଲୋରାଇଡ୍ ଯାଞ୍ଚ କରାଯାଉଛି, ଯାହା ଦ୍ୱାରା ସମଗ୍ର ଯୋଗାଣ ଶୃଙ୍ଖଳରେ ଗୁଣବତ୍ତା ବଜାୟ ରଖାଯାଉଛି।

ପୂର୍ବରୁ ପ୍ରଚଳିତ ଗୁଣବତ୍ତା ଆଶ୍ୱାସନା ନିୟମାବଳୀ ବ୍ୟତୀତ, ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ରରେ ଦୈନିକ ୮ ରୁ ୧୨ ଥର ପାଣି ପ୍ରବେଶ ଏବଂ ସାନ୍ଦ୍ରତା ପରୀକ୍ଷା କରି ତଦାରଖକୁ ଆହୁରି କଡ଼ାକଡ଼ି କରିଛନ୍ତି। ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଇନ୍ଧନ ଗୁଣବତ୍ତା ପରୀକ୍ଷାଗାର  ନିୟୋଜିତ କରାଯାଇଛି, ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନ ସୁନିଶ୍ଚିତ କରିବା ପାଇଁ ପରୀକ୍ଷା ଫଳାଫଳଗୁଡ଼ିକୁ ସ୍ୱାଧୀନ ଇନ୍ଧନ ପରୀକ୍ଷାଗାରରେ ଯାଞ୍ଚ କରାଯାଉଛି।

ଯୋଗାଣ ଶୃଙ୍ଖଳା ସହ ଜଡ଼ିତ ଏହି ବହୁମୁଖୀ ଏବଂ କଡ଼ା ପରୀକ୍ଷଣ ପ୍ରକ୍ରିୟା ସର୍ବୋଚ୍ଚ ଇନ୍ଧନ ଗୁଣବତ୍ତା ମାନକକୁ ପ୍ରମାଣିତ କରିଛି ବୋଲି ତୈଳ କମ୍ପାନୀମାନେ କହିଛନ୍ତି।

୧.ରିଫାଇନାରୀରୁ ସଂଗୃହୀତ ପେଟ୍ରୋଲରେ ପ୍ରକୃତ କ୍ଲୋରାଇଡ୍ ସ୍ତର ୧ ପିପିଏମ୍ ମଧ୍ୟରେ ରହିଛି

ବିଭିନ୍ନ ରିଫାଇନାରୀରୁ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ୧୦୦ରୁ ଅଧିକ ଅତିରିକ୍ତ ପେଟ୍ରୋଲ ନମୁନାରୁ ପ୍ରମାଣିତ ହୋଇଛି ଯେ, ଏଥିରେ କ୍ଲୋରାଇଡ୍ ପରିମାଣ କ୍ରମାଗତ ଭାବେ କମ୍ ରହିଛି ଏବଂ ସମସ୍ତ ନମୁନାରେ ଏହା ୧ ପିପିଏମ୍  କିମ୍ବା ତା’ଠାରୁ କମ୍ ରହିଥିବା ରେକର୍ଡ କରାଯାଇଛି। ଏହା ଭାରତର ସୁଦୃଢ଼ ରିଫାଇନିଂ ଏବଂ ଡିସପାଚ୍ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ଗୁଣବତ୍ତା ଯାଞ୍ଚର ନିରନ୍ତର ପ୍ରଭାବଶାଳୀତାକୁ ଦର୍ଶାଉଛି।

୨. ଡିଷ୍ଟିଲେରୀରୁ ମିଳୁଥିବା ଶୁଦ୍ଧ ଇଥାନଲ୍

ଡିଷ୍ଟିଲେରୀଗୁଡ଼ିକରୁ ଯୋଗାଣ ହେଉଥିବା ଇଥାନଲରେ ମଧ୍ୟ କ୍ଲୋରାଇଡ୍‌ର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡଠାରୁ ଯଥେଷ୍ଟ କମ୍ ରହିଥିବା ନିୟମିତ ପରୀକ୍ଷଣରୁ ଜଣାପଡ଼ିଛି। ଏହା ଉତ୍ପାଦନ ସ୍ତରରେ ରହିଥିବା ସୁଦୃଢ଼ ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛି। ଗତ ୧୦ ଦିନ ମଧ୍ୟରେ ତୈଳ ବିପଣନ କମ୍ପାନି ଏବଂ ସିଏଚଟିର ସଦସ୍ୟମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଦେଶର ୮୦ଟି ଡିଷ୍ଟିଲେରୀରୁ ଇଥାନଲ୍ ନମୁନା ପରୀକ୍ଷା କରିଛି। ସମସ୍ତ ନମୁନାରେ କ୍ଲୋରାଇଡ୍‌ର ମାତ୍ରା ୩ ପିପିଏମରୁ କମ୍ ରହିଥିବା ଜଣାପଡ଼ିଛି।

୩. ତୈଳ ବିପଣନ କମ୍ପାନୀଙ୍କ ଦ୍ବାରା ବିତରିତ ଇଥାନଲ୍ ମିଶ୍ରିତ ଏମଏସ୍ (ଇ୨୦):

ଡିପୋ / ଟ୍ୟାଙ୍କ୍ ଟ୍ରକ୍:

ଡିପୋ ଏବଂ ଟର୍ମିନାଲଗୁଡ଼ିକରେ ପରୀକ୍ଷା କରାଯାଇଥିବା ଏଥାନଲ୍ ଏବଂ ଇ୨୦ ନମୁନାଗୁଡ଼ିକ ନିର୍ଦ୍ଧାରିତ କ୍ଲୋରାଇଡ୍ ସୀମା ପାଳନ କରୁଛି। ଇନ୍ଧନ ସଂରକ୍ଷଣ ଏବଂ ବିତରଣ ନେଟୱାର୍କ ଦେଇ ଗତି କରୁଥିବାବେଳେ ଏହି ପର୍ଯ୍ୟାୟରେ ନିୟମିତ ନଜର ରଖାଯାଇ ଗୁଣବତ୍ତା ବଜାୟ ରଖାଯାଉଛି। ଦେଶସାରା ବିଭିନ୍ନ ଓଏମସି ଟର୍ମିନାଲରୁ ସଂଗୃହିତ ୮୦ରୁ ଉର୍ଦ୍ଧ୍ୱ ନମୁନାରେ କ୍ଲୋରାଇଡ୍ ପରିମାଣ ୩ ପିପିଏମରୁ କମ୍ ରହିଥିବା ଦେଖାଯାଇଛି।

ଖୁଚୁରା ବିକ୍ରୟ କେନ୍ଦ୍ର:

୧୦୦୦ରୁ ଉର୍ଦ୍ଧ୍ୱ ନମୁନାର ସଘନ ଯାଞ୍ଚ କାର୍ଯ୍ୟକ୍ରମ ଅଧୀନରେ, ଗତ କିଛି ଦିନ ମଧ୍ୟରେ ୧୬୦ଟି ପରୀକ୍ଷା ରିପୋର୍ଟର ବିଶ୍ଳେଷଣ କରାଯାଇଛି ଏବଂ କ୍ଲୋରାଇଡ୍ ପରିମାଣ ୦-୩ ପିପିଏମ୍ ମଧ୍ୟରେ ରହିଛି, ଯାହା ଶହ ଶହ ପିପିଏମ୍‌ର ଦାବିର ସମ୍ପୂର୍ଣ୍ଣ ବିପରୀତ। ଏହି ତଦାରଖ ବ୍ୟବସ୍ଥାରେ କେବଳ ୪ଟି ଅଲଗା ସ୍ଥାନରେ କ୍ଲୋରାଇଡ୍ ପରିମାଣ ଅଧିକ ଥିବା ଚିହ୍ନଟ ହୋଇଥିଲା। ସେଗୁଡ଼ିକୁ ତୁରନ୍ତ ଯୋଗାଣ ବନ୍ଦ କରାଯାଇଥିଲା ଏବଂ ସମସ୍ତ ଯାଞ୍ଚ ଓ ସଂଶୋଧନାତ୍ମକ ପଦକ୍ଷେପ ସମାପ୍ତ ହେବା ପରେ ହିଁ ଇନ୍ଧନ ଯୋଗାଣ ପୁନଃ ଆରମ୍ଭ କରାଯାଇଥିଲା।

୪. ଜଳ ମିଶ୍ରଣ ପରୀକ୍ଷା :

ପ୍ରାୟ ୯୦,୦୦୦ ଖୁଚୁରା ବିକ୍ରୟ କେନ୍ଦ୍ର (ପେଟ୍ରୋଲ ପମ୍ପ) ସେମାନଙ୍କ ଭୂତଳ ସଂରକ୍ଷଣ ଟ୍ୟାଙ୍କଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ ଏବଂ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଭୂତଳ ଟ୍ୟାଙ୍କଗୁଡ଼ିକୁ ଦୈନିକ ୮ ରୁ ୧୨ ଥର ଯାଞ୍ଚ କରାଯାଉଛି ଏବଂ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ପାଣି ପଶିଥିବା ଜଣାପଡ଼ିନାହିଁ।

ଉପରୋକ୍ତ ପରୀକ୍ଷାଗୁଡ଼ିକର ସାରଣୀବଦ୍ଧ ସଂକ୍ଷିପ୍ତ ବିବରଣୀ ସେଣ୍ଟର ଫର୍ ହାଇ ଟେକ୍ନୋଲୋଜି (CHT) ର ଅଫିସିଆଲ୍ ୱେବସାଇଟ୍ www.cht.gov.in ରେ ଉପଲବ୍ଧ। ଅଧିକ ପରୀକ୍ଷା ଫଳାଫଳ ଆସିବା ସହ ଏହାକୁ ଅପଡେଟ୍ କରାଯିବ।

ଇନ୍ଧନର ଗୁଣବତ୍ତା ବଜାୟ ରଖିବା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ତେଲ ବିପଣନ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କୁ ଆଶ୍ୱାସନା ଦେବାକୁ ଚାହାଁନ୍ତି। ଯୋଗାଣ ଶୃଙ୍ଖଳା ସହ ଜଡ଼ିତ ସମସ୍ତ ସ୍ତରରେ ନିରନ୍ତର ଗୁଣବତ୍ତା ନଜରଦାରୀ କରାଯାଉଛି, ଏବଂ ଯେଉଁଠାରେ ବି କୌଣସି ତ୍ରୁଟି ପରିଲକ୍ଷିତ ହେଉଛି, ସେଠାରେ ତୁରନ୍ତ ଏବଂ ଦୃଢ଼ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

ଉପରୋକ୍ତ ତଥ୍ୟକୁ ଆଧାର କରି, ଗ୍ରାହକମାନେ ଆତ୍ମବିଶ୍ୱାସର ସହିତ ଇ୨୦ ପେଟ୍ରୋଲ୍ ବ୍ୟବହାର ଜାରି ରଖିବା ଉଚିତ, କାରଣ ତୈଳ ବିପଣନ କମ୍ପାନିମାନଙ୍କ ନେଟୱାର୍କ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଇନ୍ଧନ ନିର୍ଦ୍ଧାରିତ ଗୁଣବତ୍ତା ମାପଦଣ୍ଡ ଅନୁଯାୟୀ ରହିଛି ଏବଂ ଯୋଗାଣ ଶୃଙ୍ଖଳାର ପ୍ରତ୍ୟେକ ପର୍ଯ୍ୟାୟରେ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବା ପାଇଁ ଉତ୍ତମ ଗୁଣବତ୍ତାକୁ ସୁନିଶ୍ଚିତ କରାଯାଉଛି ଓ ତାହା ଉପରେ ସତର୍କ ନଜର ରଖାଯାଉଛି।

ଇ-୨୦ ପେଟ୍ରୋଲ କ୍ଲୋରାଇଡ୍ ଜଳୀୟ ବାଷ୍ପ ତୈଳ ବିପଣନ କମ୍ପାନୀ ପେଟ୍ରୋଲିୟମ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ସାମ୍ବାଦିକ ପାୟଲ ମେହେଟ୍ଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

September 20, 2026

ଏସ. ଜୟଶଙ୍କର ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଏସଆଇଆର ନୋଟିସ: ଜାଣନ୍ତୁ କାହିଁକି?

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.