Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର
ଜାତୀୟ ଖବର

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟେଲିଭିଜନ
ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

ନୂଆଦିଲ୍ଲୀ: ସରକାର ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟ୍ ବିଜ୍ଞାପନ ସମୟ ସୀମା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ ଅନୁଯାୟୀ ୨୦୦୬ ମସିହାରେ ଟେଲିଭିଜନ ପାଇଁ ବିଜ୍ଞାପନ ସମୟ ସୀମା ପ୍ରଚଳନ କରାଯାଇଥିଲା। ସେବେଠାରୁ, ଟିଭି ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ୨୦୦୬ ମସିହାରେ ମାତ୍ର ୬୨ଟି ଟିଭି ଚ୍ୟାନେଲ ଥିଲା, ଯାହା ଏବେ ୯୦୦ ରୁ ଅଧିକ ହୋଇଛି।

ସେତେବେଳେ ଟିଭି ଚ୍ୟାନେଲଗୁଡ଼ିକର ପ୍ରସାରଣର ପ୍ରାଥମିକ ପଦ୍ଧତି, କେବୁଲ୍ ଟିଭି, ଏକ ଆନାଲଗ୍ ସିଷ୍ଟମ ଉପରେ ଆଧାରିତ ଥିଲା। ଏହାର ପ୍ରସାରଣ କ୍ଷମତା ସୀମିତ ଥିଲା, ଯାହା ଫଳରେ ଗ୍ରାହକମାନେ ସୀମିତ ପସନ୍ଦ କରିପାରୁଥିଲେ। କେବୁଲ୍ ଟିଭି କ୍ଷେତ୍ରର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ପରେ ଡିଟିଏଚ, କେବୁଲ୍ ଟିଭି, ଏଚଆଇଟିଏସ ଏବଂ ଆଇପିଟିଭି ସମେତ ସବୁ ଟିଭି ବିତରଣ ପ୍ଲାଟଫର୍ମ ଏବେ ଡିଜିଟାଲ୍ ହୋଇଛି। ଏହି ପ୍ଲାଟଫର୍ମଗୁଡ଼ିକ ବର୍ତ୍ତମାନ ୩୦୦ରୁ ୫୦୦ କିମ୍ବା ତା’ଠାରୁ ଅଧିକ ଚ୍ୟାନେଲ ପ୍ରସାରଣ କରୁଛନ୍ତି, ଯାହା ଗ୍ରାହକଙ୍କ ବିବିଧ ଆବଶ୍ୟକତା ପୂରଣ କରୁଛି ଏବଂ ସେମାନଙ୍କୁ ଅଧିକ ପସନ୍ଦ ପ୍ରଦାନ କରୁଛି। ଫଳସ୍ୱରୂପ, ବଜାର ପରିସ୍ଥିତି ବର୍ତ୍ତମାନ ଯଥେଷ୍ଟ ଅଧିକ ପ୍ରତିଯୋଗିତାମୂଳକ ହୋଇଛି।

ଟିଭି ପ୍ରସାରଣ କ୍ଷେତ୍ରରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, ବିଜ୍ଞାପନ ଅବଧି ସମ୍ପର୍କିତ ବ୍ୟବସ୍ଥାଗୁଡ଼ିକର ପୁନର୍ବିଚାର କରିବାର ଆବଶ୍ୟକତା ଥିଲା। ଅର୍ଥ ବଦଳରେ ଦେଖିହେଉଥିବା ବା ପେ ଚ୍ୟାନେଲ ହେଉ କିମ୍ବା ‘ଫ୍ରି-ଟୁ-ଏୟାର’ ଭାରତରେ ଏହି କ୍ଷେତ୍ର ବିଜ୍ଞାପନ ଉପରେ ଅତ୍ୟନ୍ତ ନିର୍ଭରଶୀଳ। ଏହା ବ୍ୟତୀତ, ପାରମ୍ପରିକ ଟିଭି ଚ୍ୟାନେଲ ଏବଂ ଡିଜିଟାଲ୍ ମିଡିଆ ମଧ୍ୟରେ ସମାନ ସୁଯୋଗର ଅଭାବ ଥିଲା, କାରଣ ଡିଜିଟାଲ୍ ମିଡିଆରେ ବିଜ୍ଞାପନ ସୀମା ସମ୍ପର୍କରେ ଏପରି କୌଣସି ନିୟମ ଲାଗୁ ନାହିଁ।

ଟିଭି ଶିଳ୍ପ ମଧ୍ୟରେ ଏବଂ ଟିଭି ଉଦ୍ୟୋଗ ତଥା ଡିଜିଟାଲ୍ ଗଣମାଧ୍ୟମ ମଧ୍ୟରେ ବଜାରରେ ପର୍ଯ୍ୟାପ୍ତ ପ୍ରତିଯୋଗିତା ରହିଛି ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଶ୍ୱାସ କରିଥାଏ। ନିରପେକ୍ଷ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ପାଇଁ ସରକାର ବିଜ୍ଞାପନ ସମୟସୀମା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାରୀ ଗେଜେଟରେ କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ରେ ସଂଶୋଧନର ବିଜ୍ଞପ୍ତି ତାରିଖଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

ଟେଲିଭିଜନ ଚ୍ୟାନେଲ ନିରପେକ୍ଷ ପ୍ରତିଯୋଗିତା ବିଜ୍ଞାପନ ବ୍ୟବସାୟିକ ସୁଗମତା ସମୟସୀମା ଉଚ୍ଛେଦ
Share. Facebook Twitter LinkedIn Email WhatsApp Copy Link

Related Posts

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026
Latest News

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.