Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ
ଜାତୀୟ ଖବର

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Rail neer Water Bottle
ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

ନୂଆଦିଲ୍ଲୀ: ପାନୀୟ ଜଳ ଗୁଣବତ୍ତା ଉପରେ ସିଏଜି ରିପୋର୍ଟ ଆସିବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସାରା ଦିନ ସମୀକ୍ଷା କରିବା ପରେ ତତ୍କାଳ ପଦକ୍ଷେପ ନେଇଛନ୍ତି। ରେଳବାଇର ସିଆରବି, ସିଇଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସମୀକ୍ଷା କରିବା ପରେ ନିରାପଦ ପାନୀୟ ଜଳ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରେଳ ନେଟୱାର୍କର ପ୍ରାୟ ୨୦ ହଜାର ସ୍ଥାନରେ ଥଣ୍ଡା ପାନୀୟ ଜଳ ମେସିନ, ବିସ୍ତୃତ ଜଳ ବିଶୋଧନ ବ୍ୟବସ୍ଥା ଏବଂ ନିରୀକ୍ଷଣ ବ୍ୟବସ୍ଥା ସହିତ ‘ଟ୍ୟାଙ୍କରୁ ଟ୍ୟାପ୍‌’ ୱାଟର ଫିଲ୍ଟରେସନ ପ୍ରଣାଳୀ ସ୍ଥାପନ କରାଯିବ। ଏହା ସହିତ ପାଣିଟାଙ୍କି ବଦଳାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଜଳ ଉତ୍ସ ଏବଂ ବାହାର ସ୍ଥାନଗୁଡ଼ିକରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା କରାଯିବ। କେନ୍ଦ୍ରୀକୃତ ତଦାରଖ ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରାଯିବ। ପାଣି ସଂରକ୍ଷିତ ହେଉଥିବା ଟାଙ୍କିର ନିର୍ଦ୍ଧାରିତ ନିୟମ ଅନୁଯାୟୀ ସଫା ଓ ରକ୍ଷଣାବେକ୍ଷଣ କରାଯିବ। ଏହା ଏକ ସର୍ବୋଚ୍ଚ ପ୍ରାଥମିକତା କ୍ଷେତ୍ର ଏବଂ ବୋର୍ଡ ସ୍ତରରେ ସିଧାସଳଖ ତଦାରଖ କରାଯିବ। ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ପ୍ରଗତି ଓ ଜଳ ଗୁଣବତ୍ତା ରିପୋର୍ଟ ସମୟ ସମୟରେ ପ୍ରକାଶିତ ହେବ। ସମସ୍ତ ସିଏଜି ପର୍ଯ୍ୟବେକ୍ଷଣକୁ ସମାଧାନ କରିବା ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ ବୃହତ ଅଭିଯାନର ଅଂଶ ଭାବେ ଏହି କାର୍ଯ୍ୟ କରାଯିବ।

ଅଶ୍ୱିନୀ ବୈଷ୍ଣବ ପାନୀୟ ଜଳ ଯୋଗାଣ
Share. Facebook Twitter LinkedIn Email WhatsApp Copy Link

Related Posts

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026

ରାଜ୍ୟରେ ବିଜେପି ସରକାର ରିପିଟ୍ କରିବା ନେଇ ଗୁରୁମନ୍ତ୍ର

September 6, 2026

ସ୍ୱତନ୍ତ୍ର ପଣ୍ୟ ପରିବହନ କରିଡର: ଲାଭବାନ ହେବ ଓଡ଼ିଶା 

September 6, 2026
Latest News

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026

ଦିଲ୍ଲୀ ବିଲିଡିଂ ଟ୍ରାଜେଡ଼ି : ୫ ମୃତ

September 6, 2026

ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ଅଘଟଣ: ବଜ୍ରପାତରେ ନାବାଳକ ମୃତ

September 6, 2026

ଚଳନ୍ତା କାରରେ ହଠାତ୍‌ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

September 6, 2026

ଦୁର୍ଘଟଣାରେ ଗୋଟିଏ ପରିବାର ୧୧ଜଣ ଆହତ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.