Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ
ଜାତୀୟ ଖବର

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା
ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଛାତ୍ର ବିକ୍ଷୋଭ ସମୟରେ ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି। ସେ ଜନ୍ତର ମନ୍ତର ପ୍ରତିବାଦ ସମୟରେ ପେଲେଟ୍ ଗନ୍ ଦ୍ୱାରା ଆହତ ଛାତ୍ର ସାହିଲ ଲାଛୋବଙ୍କ ସମ୍ପର୍କରେ ଅଭିଯୋଗ ଦାଖଲ କରିବାକୁ ଯାଇଛନ୍ତି। ରାହୁଲ ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଛନ୍ତି। ସୂଚନା ଅନୁସାରେ ମାମଲା ରୁଜୁ ନହେବା ଯାଏଁ ସେ ପୋଲିସ ଷ୍ଟେସନରେ ରହିବେ ବୋଲି ରାହୁଲ ଦାବି କରିଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଦିଲ୍ଲୀରେ ୨୦ ଜୁଲାଇରେ ପ୍ରତିବାଦ କରୁଥିବା ଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ତରଦାୟୀ ରହିବାକୁ ଦାବି କରିଥିଲେ। କଂଗ୍ରେସ ସାଂସଦ କହିଥିଲେ ଯେ, ସେ ୧୯ ବର୍ଷୀୟ ଛାତ୍ର ସାହିଲ ଲୋଛାବଙ୍କୁ ଭେଟିଛନ୍ତି, ଯିଏ ଗୁରୁତର ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ପେଲେଟ୍ ବନ୍ଧୁକ ଦ୍ୱାରା ଆଘାତ ପାଇବା ପରେ ତାଙ୍କ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି। ସେ ପଚାରିଥିଲେ ଯେ, “ଗୃହମନ୍ତ୍ରୀ କ’ଣ ପ୍ରତିବାଦ କରୁଥିବା ଛାତ୍ରଙ୍କ ବିରୁଦ୍ଧରେ ପେଲେଟ୍ ବନ୍ଧୁକ ସମେତ ଘାତକ ଶକ୍ତି ବ୍ୟବହାର କରିବାକୁ ଅନୁମତି ଦେଇଥିଲେ? ଯଦି ନୁହେଁ, ତେବେ କିଏ ଏହାକୁ ଅନୁମତି ଦେଇଥିଲେ?”

ସୁପ୍ରିମକୋର୍ଟ ଜନ୍ତର ମନ୍ତର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରତିବାଦ ସମୟରେ ସୁରକ୍ଷା ବାହିନୀର ହିଂସା ଏବଂ କାର୍ଯ୍ୟର ତଦନ୍ତ ପାଇଁ ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଆର. ସୁଭାଷ ରେଡ୍ଡିଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏହି କମିଟି ତଦନ୍ତ କରିବ ଯେ, ପୋଲିସ ଏବଂ ସୁରକ୍ଷା ବାହିନୀ ପ୍ରତିବାଦକାରୀଙ୍କୁ ନିୟନ୍ତ୍ରଣ କରିବା ସମୟରେ ଅତ୍ୟଧିକ କିମ୍ବା ଅଯୌକ୍ତିକ ବଳ ବ୍ୟବହାର କରିଥିଲେ କି ନାହିଁ?

Breaking News Congress rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ୨୪ ଘଣ୍ଟାରେ ଦ୍ୱିତୀୟ ଭୂକମ୍ପ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଇତିହାସରେ ପ୍ରଥମ : ନିଜ ଦେଶରେ ଅତିଥି ଡ୍ରେସିଂ ରୁମ୍‌ରେ ରହିବ ଇଣ୍ଡିଆ

September 12, 2026
Latest News

୨୧ରୁ ଆରମ୍ଭ ହେବ ନୂଆଦିଲ୍ଲୀ-ଗୁଆଙ୍ଗଜୋ ବିମାନ ସେବା

September 12, 2026

ସାମାନ୍ୟ ବଚସାରୁ ତାତିଲା ଗାଁ, ଖଣ୍ଡା ଧରି ଯୁବକଙ୍କ ତାଣ୍ଡବ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026

ବଦଳାନ୍ତୁ ଶୋଇବାର ଶୈଳୀ, ନଚେତ୍ ରୋଗରେ ପଡ଼ିପାରନ୍ତି

September 12, 2026

ଆମେରିକାରେ UPIର ନୂଆ ଅଧ୍ୟାୟ, Zelle ସହ ହେବ ଡିଜିଟାଲ୍‌ ପେମେଣ୍ଟ ବ୍ରିଜ୍‌

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.