Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Pravati Parida Urges Homes to Light Blessing Lamps
Pravati Parida Urges Homes to Light Blessing Lamps

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଅନୁଷ୍ଠିତ ହୋଇଛି। ଏହି ସାକ୍ଷାତକାର ସମୟରେ ଆସନ୍ତା ୨୮ ତାରିଖ ରାଖି ପୂର୍ଣ୍ଣିମା ଅବସରରେ ନୟାଗଡ଼ଠାରୁ ପ୍ରଦାନ କରାଯିବାକୁ ଥିବା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପଞ୍ଚମ କିସ୍ତି ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ୫,୦୦୦ ଟଙ୍କା ଲେଖାଏଁ ପାଇବେ।

ସାମ୍ପ୍ରତିକ ପ୍ରସ୍ତୁତି ଅନୁଯାୟୀ, ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀ ଏହି କିସ୍ତି ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି, ଯାହା ପାଇଁ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ଏବଂ ସୁରୁଖୁରୁରେ ସହାୟତା ରାଶି ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀମତୀ ପରିଡ଼ା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

ବିଶେଷ କରି ହିତାଧିକାରୀଙ୍କ ଯାଞ୍ଚ, ଇ-କେୱାଇସି , ଆଧାର-ସଂଯୋଗୀକୃତ ବ୍ୟାଙ୍କ ଆକାଉଣ୍ଟ, ଏନପିସିଆଇ ମ୍ୟାପିଂ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି, ଯାହାଦ୍ୱାରା ବିନା କୌଣସି ବିଳମ୍ବରେ ଆର୍ôଥକ ସହାୟତା ପହଞ୍ଚିପାରିବ। ରାଜ୍ୟର ମହିଳାମାନଙ୍କ ଆର୍ôଥକ ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବାରେ ଏହି ପଞ୍ଚମ କିସ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆଲୋକପାତ କରିଥିଲେ।

ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ

October 12, 2026
Latest News

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ

October 12, 2026

‘ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଯାଇଥିଲା’: ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.