Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲା: ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ
ଜାତୀୟ ଖବର

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲା: ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

September 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡର ଟେଣ୍ଡର ହେରଫେର ଓ ଦୁର୍ନୀତି ଅଭିଯୋଗ ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ରାଜଧାନୀର ରାଉଜ୍ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ନିୟମିତ ଜାମିନ ଆବେଦନକୁ ଗ୍ରହଣ କରି ମଞ୍ଜୁର କରିଛନ୍ତି। ବିଶେଷ ବିଚାରପତି ଡିଗ୍‌ ବିନୟ ସିଂହ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବୋଣ୍ଡ୍‌ ଏବଂ ସମାନ ପରିମାଣର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାସହ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ ନ କରାଇ ଦୁଇ ଦିନରୁ ଅଧିକ ସମୟ ଦିଲ୍ଲୀ ବାହାରକୁ ନ ଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗରେ ଗତ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀ ସରକାରଙ୍କ ଆଣ୍ଟି କରପ୍ସନ୍‌ ବ୍ରାଞ୍ଚ୍‌  ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ ଉଦିତ ପ୍ରକାଶ ରାୟ, କିଛି ବେସରକାରୀ ଠିକାଦାର ଓ ପରାମର୍ଶଦାତା ସାମିଲ ଥିଲେ। ଏସିବିର ଦାବି ଅନୁଯାୟୀ, ଜଳ ବୋର୍ଡର ସିୱେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସମ୍ପର୍କିତ ଟେଣ୍ଡରରେ ନିୟମ ଓ ଯାନ୍ତ୍ରିକ ମାପଦଣ୍ଡକୁ ବଦଳାଇ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅନୁଚିତ ଫାଇଦା ପହଞ୍ଚାଯାଇଥିଲା, ଯାହା ଦ୍ୱାରା ପ୍ରକଳ୍ପ ଖର୍ଚ୍ଚ ପ୍ରାୟ ୧୨୩ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ଶୁଣାଣି ସମୟରେ ଜୈନଙ୍କ ଆଇନଜୀବୀ ଦର୍ଶାଇଥିଲେ ଯେ ମନ୍ତ୍ରୀ ଭାବେ ସେ କେବଳ ନୀତିଗତ ଅନୁମୋଦନ ଦେଇଥିଲେ ଏବଂ ସେସବୁ ବୈଷୟିକ କମିଟିର ସୁପାରିଶ ଆଧାରରେ କରାଯାଇଥିଲା। ଟେଣ୍ଡର ଚୂଡ଼ାନ୍ତ ହେବା ସମୟରେ ସେ ନିଜେ ଉପସ୍ଥିତ ନ ଥିଲେ। କୋର୍ଟ ପ୍ରାଥମିକ ପ୍ରମାଣକୁ ଆଧାର କରି ଜୈନଙ୍କୁ ଜେଲ୍‌ରେ ରଖିବାର ଅତିରିକ୍ତ ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ଏହି ଜାମିନ ମଞ୍ଜୁର କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ପ୍ରତିକ୍ରିୟା ଦେଇ ସତ୍ୟେନ୍ଦ୍ର ଜୈନ ଏହାକୁ ସତ୍ୟର ଜୟ ବୋଲି ଅଭିହିତ କରିଛନ୍ତି।

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲା: ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା: ଶତାଧିକ ଗାଁ ଜଳମଗ୍ନ ସହିତ ଯୋଗାଯୋଗ ବିଚ୍ଛିନ୍ନ

September 3, 2026

ୟୁକ୍ରେନ-ରୁଷ ଯୁଦ୍ଧ ସମାପ୍ତ କରିବା ପାଇଁ ଭାରତ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ: ଜୟଶଙ୍କରଙ୍କ ବଡ ବିବୃତ୍ତି

September 3, 2026

ଆଜି ମହିଳା ଏସିଆ କପରେ ଭାରତର ଦ୍ୱିତୀୟ ମ୍ୟାଚ୍: କିଛି ସମୟ ପରେ ଆରମ୍ଭ ହେବ ପ୍ରତିଯୋଗୀତା

September 3, 2026

୨୦୨୬ ଏସୀୟ କ୍ରୀଡ଼ା: ୭୬୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ମଞ୍ଜୁରୀ, ଗୌତମ ଗମ୍ଭୀରଙ୍କ ନାମ ନାହିଁ

September 3, 2026
Latest News

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲା: ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

September 3, 2026

ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା: ଶତାଧିକ ଗାଁ ଜଳମଗ୍ନ ସହିତ ଯୋଗାଯୋଗ ବିଚ୍ଛିନ୍ନ

September 3, 2026

ସେପ୍ଟେମ୍ବର ୫ ଓ ୬ରେ କଟକରେ ବସିବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ

September 3, 2026

ୟୁକ୍ରେନ-ରୁଷ ଯୁଦ୍ଧ ସମାପ୍ତ କରିବା ପାଇଁ ଭାରତ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ: ଜୟଶଙ୍କରଙ୍କ ବଡ ବିବୃତ୍ତି

September 3, 2026

ଆଜି ମହିଳା ଏସିଆ କପରେ ଭାରତର ଦ୍ୱିତୀୟ ମ୍ୟାଚ୍: କିଛି ସମୟ ପରେ ଆରମ୍ଭ ହେବ ପ୍ରତିଯୋଗୀତା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.