ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ଗ୍ୟାସ୍ ଅଭାବ ଦେଖାଦେଇଥିଲା, ଯାହା ଫଳରେ ସରକାର ନିଷ୍ପତ୍ତି ନେଇଥିଲେ ଯେ, ପ୍ରଥମ ସିଲିଣ୍ଡରର ୪୫ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ବୁକ୍ କରାଯାଇପାରିବ। କିନ୍ତୁ କେନ୍ଦ୍ର ସରକାର ଏବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟ କ୍ଷେତ୍ରରେ ଆଗାମୀ ୨୫ ଦିନ ମଧ୍ୟରେ ଗ୍ୟାସ୍ ସିଲିଣ୍ଡର ପୁନଃବୁକ୍ କରାଯାଇପାରିବ।
ଏହି ନୂତନ ବ୍ୟବସ୍ଥା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଆଉ ଗ୍ୟାସ୍ ସିଲିଣ୍ଡର ପୁନଃବୁକ୍ କରିବା ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ବରଂ କେବଳ ୨୫ ଦିନ ମଧ୍ୟରେ ପୁନଃବୁକ୍ କରିପାରିବେ, ଯାହା ଦ୍ଵାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ।


