Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୩ ଦିନ ବ୍ୟାଙ୍କ ଧର୍ମଘଟ! ଟଙ୍କା ଉଠାଇବାଠାରୁ ବ୍ୟାଙ୍କ କାମ ପର୍ଯ୍ୟନ୍ତ, ଜାଣନ୍ତୁ କ’ଣ କରିବେ
ଜାତୀୟ ଖବର

୩ ଦିନ ବ୍ୟାଙ୍କ ଧର୍ମଘଟ! ଟଙ୍କା ଉଠାଇବାଠାରୁ ବ୍ୟାଙ୍କ କାମ ପର୍ଯ୍ୟନ୍ତ, ଜାଣନ୍ତୁ କ’ଣ କରିବେ

September 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଗାମୀ ଦିନରେ ଆପଣଙ୍କର କୌଣସି ଜରୁରୀ ବ୍ୟାଙ୍କିଂ କାମ ଅଛି କି? ତେବେ ଏହାକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ପାଇଁ ଆଡଭାଇଜରୀ ଜାରି କରି ଜରୁରୀ ବ୍ୟାଙ୍କିଂ କାମ ଆଗୁଆ ସାରିଦେବାକୁ ପରାମର୍ଶ ଦେଇଛି।

UFBU ପକ୍ଷରୁ ସେପ୍ଟେମ୍ବର ୨୮, ୨୯ ଓ ୩୦ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଇଁ ଆହ୍ୱାନ ଦିଆଯାଇଛି। ଏହାର ପ୍ରଭାବରେ ବ୍ୟାଙ୍କ ଶାଖାର ସାଧାରଣ କାର୍ଯ୍ୟକଳାପ ପ୍ରଭାବିତ ହୋଇପାରେ। ତେବେ ଧର୍ମଘଟର ପ୍ରଭାବ ପ୍ରତ୍ୟେକ ଶାଖାରେ କର୍ମଚାରୀଙ୍କ ଅଂଶଗ୍ରହଣ ଉପରେ ନିର୍ଭର କରିବ।

SBI କହିଛି ଯେ ଧର୍ମଘଟ ସମୟରେ ଜରୁରୀ ବ୍ୟାଙ୍କିଂ ସେବା ଯଥାସମ୍ଭବ ଚାଲୁ ରଖିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ତଥାପି ଶାଖାରେ କାମ କରାଇବାକୁ ଥିବା ଗ୍ରାହକମାନେ ସେପ୍ଟେମ୍ବର ୨୮ ପୂର୍ବରୁ ଜରୁରୀ କାରବାର ଓ କାଗଜପତ୍ର ସମ୍ବନ୍ଧୀୟ କାମ ଶେଷ କରିନେବାକୁ ବ୍ୟାଙ୍କ ପରାମର୍ଶ ଦେଇଛି।

ଧର୍ମଘଟ ସମୟରେ ନଗଦ ଟଙ୍କା ଆବଶ୍ୟକ ହେଲେ ଗ୍ରାହକମାନେ ATM ଓ ADWM ବ୍ୟବହାର କରିପାରିବେ। କିଛି ସାଧାରଣ ବ୍ୟାଙ୍କିଂ ଆବଶ୍ୟକତା ପାଇଁ Customer Service Point (CSP) ମଧ୍ୟ ବ୍ୟବହାର କରାଯାଇପାରିବ।

ଶାଖାକୁ ଯିବାର ଆବଶ୍ୟକତା ନଥିବା କାମ ପାଇଁ ଗ୍ରାହକମାନେ ଡିଜିଟାଲ୍ ବ୍ୟାଙ୍କିଂର ସହାୟତା ନେଇପାରିବେ। SBI ପକ୍ଷରୁ YONO, Internet Banking, Mobile Banking ଓ UPI ଭଳି ଡିଜିଟାଲ୍ ଚ୍ୟାନେଲ ବ୍ୟବହାର କରିବାକୁ କୁହାଯାଇଛି।

ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟ ପୂର୍ବରୁ ସେପ୍ଟେମ୍ବର ୨୬ ଓ ୨୭ ଶନିବାର-ରବିବାର ପଡ଼ୁଛି। ତେଣୁ ଧର୍ମଘଟ ଓ ସାପ୍ତାହିକ ଛୁଟିକୁ ମିଶାଇ କିଛି ଗ୍ରାହକଙ୍କ ପାଇଁ ଶାଖା ସମ୍ବନ୍ଧୀୟ କାମରେ ଲଗାତାର ପାଞ୍ଚ ଦିନର ବାଧା ହୋଇପାରେ।

ଯେଉଁ କାମ ପାଇଁ ଶାଖାରେ ଉପସ୍ଥିତି କିମ୍ବା କର୍ମଚାରୀଙ୍କ ସହାୟତା ଦରକାର, ସେଗୁଡ଼ିକୁ ଧର୍ମଘଟ ପୂର୍ବରୁ ସାରିଦେବା ଭଲ। ବିଶେଷକରି ଜରୁରୀ ଡକ୍ୟୁମେଣ୍ଟେସନ୍, ଶାଖା-ନିର୍ଭର କାରବାର ଓ ଅନ୍ୟାନ୍ୟ ଅଫଲାଇନ୍ ବ୍ୟାଙ୍କିଂ କାମ ଥିଲେ ଆଗୁଆ ଯୋଜନା କରନ୍ତୁ।

ଅନ୍ୟପଟେ, ଅନଲାଇନ୍ ମାଧ୍ୟମରେ ହୋଇପାରୁଥିବା ଟଙ୍କା ଟ୍ରାନ୍ସଫର, UPI ପେମେଣ୍ଟ ଓ ଅନ୍ୟାନ୍ୟ ଡିଜିଟାଲ୍ ସେବା ପାଇଁ YONO, Internet Banking, Mobile Banking ଓ UPI ବ୍ୟବହାର କରିପାରିବେ।

atm Bank strike Internet Banking UPI YONO
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026

ଆଇପିଏଲ-୨୦୨୭: ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ଭାବରେ ଯୁବରାଜ ସିଂହ ନିଯୁକ୍ତ

October 13, 2026

ପୂଜା ସମୟର ଭିଡ଼କୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ସ୍ୱତନ୍ତ୍ର ପୂଜା ଟ୍ରେନ

October 13, 2026
Latest News

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.