Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ଜାତୀୟ ଖବର

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ରୌପଦୀ ମୁର୍ମୁ
ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖ, ମଙ୍ଗଳବାର ଗୁଜରାଟର ଏକତା ନଗର, କେୱଡ଼ିଆ ଠାରେ ୨୦୨୪ ବର୍ଷ ଲାଗି ୭୨ତମ ଜାତୀୟ ଚଳଚ୍ଚିତ୍ର ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ୧୮ ଜୁଲାଇ ୨୦୨୬ରେ ଘୋଷଣା ହୋଇଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାମାନଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ।

ଭାରତୀୟ ସିନେମା ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କଳାକାରମାନଙ୍କୁ ସମ୍ମାନ ଜଣାଇବା ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାଏ। ଏହା ଦେଶର ସବୁଠୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଉଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଶୁଭାରମ୍ଭ ୧୯୫୪ ମସିହାରେ ହୋଇଥିଲା।

ସାତ ଦଶନ୍ଧିରୁ ଅଧିକ ସମୟ ଧରି ଏହା ଭାରତୀୟ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ସବୁଠାରୁ ଶ୍ରେଷ୍ଠ ସୃଜନଶୀଳ ଏବଂ ବୈଷୟିକ ସଫଳତାକୁ ମାନ୍ୟତା ପ୍ରଦାନ କରିଆସୁଛି। ଫିଚର ଫିଲ୍ମ, ଅଣଫିଚର ଫିଲ୍ମ ଏବଂ ଚଳଚ୍ଚିତ୍ର ରଚନା ଭଳି ତିନୋଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଇଥାଏ।

ଫିଚର ଫିଲ୍ମ ବର୍ଗରେ ୨୬ଟି ପୁରସ୍କାର ପ୍ରଦାନ କରାଯାଏ। ପୁରସ୍କାର ସ୍ୱରୂପ ସ୍ୱର୍ଣ୍ଣ କମଳ, ରଜତ କମଳ ସହିତ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯାଏ। ସେହିପରି ଫିଚର ଫିଲ୍ମ ବର୍ଗରେ ୧୬ଟି ପୁରସ୍କାର ଦିଆଯାଏ ଏବଂ ଏଥିରେ ମଧ୍ୟ ସମ୍ମାନ ଓ ପୁରସ୍କାର ରାଶି ଫିଚର ଫିଲ୍ମ ଭଳି ଦିଆଯାଏ। ଚଳଚ୍ଚିତ୍ର ରଚନା କ୍ଷେତ୍ରରେ ପୁସ୍ତକ ଏବଂ ଚଳଚ୍ଚିତ୍ର ସମାଲୋଚକଙ୍କୁ ସ୍ୱର୍ଣ୍ଣ କମଳ ସହିତ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ଦାଦା ସାହେବ ଫାଲକେ ପୁରସ୍କାର ବିଜେତାଙ୍କୁ ସ୍ୱର୍ଣ୍ଣ କମଳ ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଏ। ବିଶେଷଜ୍ଞ ବିଚାରକ ମଣ୍ଡଳୀ ପୁରସ୍କାର ବିଜେତାମାନଙ୍କର ନାମ ଚୟନ କରିଥା’ନ୍ତି।

ଏଥିରେ ପ୍ରଦାନ କରାଯାଉଥିବା ପୁରସ୍କାରଗୁଡ଼ିକ ସାରା ଦେଶରେ ଚଳଚ୍ଚିତ୍ର ନିର୍ମାଣର ସମୃଦ୍ଧ ଭାଷାଗତ, ସାଂସ୍କୃତିକ ଏବଂ ଆଞ୍ଚଳିକ ବିବିଧତାକୁ ସମ୍ମାନ ପ୍ରଦାନ କରିଥାଏ। ଗୋଟିଏ ଜାତୀୟ ମଞ୍ଚରେ ବଡ଼ ବାଣିଜ୍ୟିକ ପ୍ରଯୋଜନା ଏବଂ କ୍ଷୁଦ୍ର ସ୍ୱାଧୀନ ଚଳଚ୍ଚିତ୍ରକୁ ସମ୍ମାନ ପ୍ରଦାନ କରାଯାଏ। ୭୨ତମ ସଂସ୍କରଣରେ ମରାଠୀ, ସାନ୍ତାଳୀ, ତାମିଲ, ମାଲାୟାଲମ୍, ତେଲୁଗୁ ଏବଂ କନ୍ନଡ଼ ଭାଷାର ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପାଇଁ ଚୟନ କରାଯାଇଛି। ଅନ୍ୟାନ୍ୟ ଅନେକ ଭାଷା ସହିତ ତୁଳୁ ଏବଂ ଗଡ଼ୱାଲୀ ଭାଷାର ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ, ଅଣ ଫିଚର୍‌ ଫିଲ୍ମ ବିଭାଗରେ ଏକ ସାନ୍ତାଳୀ ଚଳଚ୍ଚିତ୍ରକୁ ଚୟନ କରାଯାଇଛି।

ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପଦକ୍ଷେପ ସ୍ୱରୂପ, ମନ୍ତ୍ରଣାଳୟ ଦେଶର ବିଭିନ୍ନ ସ୍ଥାନରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଭବିଷ୍ୟତର ସଂସ୍କରଣଗୁଡ଼ିକ କେବଳ ଜାତୀୟ ରାଜଧାନୀ ମଧ୍ୟରେ ସୀମିତ ନ ରହି ଦେଶର ବିଭିନ୍ନ ରାଜ୍ୟ ଓ ସହରକୁ ସ୍ଥାନାନ୍ତରିତ ହେବ। ଏକତା ନଗରରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ସାରା ଭାରତର ଚଳଚ୍ଚିତ୍ର ପ୍ରତିଭା ଏକାଠି ହେବେ। ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ପ୍ରତିଫଳିତ କରିବ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଲକ୍ଷ୍ୟଗୁଡ଼ିକ ସରକାରୀ ନିୟମାବଳୀରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଏହା ସୌନ୍ଦର୍ଯ୍ୟଗତ ଓ ବୈଷୟିକ ଉତ୍କର୍ଷ ତଥା ସାମାଜିକ ଗୁରୁତ୍ୱ ବହନ କରୁଥିବା ଚଳଚ୍ଚିତ୍ର ନିର୍ମାଣକୁ ଉତ୍ସାହିତ କରିଥାଏ। ଏହା ଦର୍ଶକମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳର ସଂସ୍କୃତି ସମ୍ପର୍କରେ ଜାଣିବା ଓ ତାହାକୁ ଉପଭୋଗ କରିବାରେ ସହାୟତା ପ୍ରଦାନ କରେ। ଏହି ପ୍ରକ୍ରିୟା ମାଧ୍ୟମରେ, ଏହି ପୁରସ୍କାର ଦେଶର ଏକତା ଓ ଅଖଣ୍ଡତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ଏହି ପୁରସ୍କାରଗୁଡ଼ିକ ସିନେମାକୁ ଏକ କଳା ଭାବରେ ଅଧ୍ୟୟନ ଏବଂ ସ୍ୱୀକୃତି ପ୍ରଦାନ କରିଥାଏ।

୭୨ତମ ଚଳଚ୍ଚିତ୍ର ପୁରସ୍କାରରେ ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ ମସିହା ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଦିଆଯିବ। “ଆର୍ଟିକାଲ ୩୭୦” ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ଜିତିଥିବା ବେଳେ ‘ଭଙ୍ଗାର’କୁ ଶ୍ରେଷ୍ଠ ଅଣ-ଫିଚର ଫିଲ୍ମ ଏବଂ ‘ରାମ-ନାମୀ’କୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନିତ କରାଯାଇଛି। ‘ଆର୍ଟିକିଲ୍ ୩୭୦’ ପାଇଁ ୟମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ‘ଚନ୍ଦୁ ଚାମ୍ପିଅନ୍’ ପାଇଁ କାର୍ତ୍ତିକ୍ ଆର୍ଯ୍ୟନ୍ ଏବଂ ‘ବ୍ରମାୟୁଗମ୍’ ଲାଗି ମାମୁଟି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ‘ସ୍ୱାତନ୍ତ୍ର୍ୟ ବୀର ସାଭରକର’ ଚଳଚ୍ଚିତ୍ର ପାଇଁ ରଣଦୀପ ହୁଡା ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦ୍ଦେଶକ ପୁରସ୍କାର ପାଇବେ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜାତୀୟ ଚଳଚ୍ଚିତ୍ର ସମାରୋହ ପୁରସ୍କାର ବିଜେତା ସମ୍ମାନିତ କରିବେ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

୩ ଦିନ ବ୍ୟାଙ୍କ ଧର୍ମଘଟ! ଟଙ୍କା ଉଠାଇବାଠାରୁ ବ୍ୟାଙ୍କ କାମ ପର୍ଯ୍ୟନ୍ତ, ଜାଣନ୍ତୁ କ’ଣ କରିବେ

September 21, 2026

୨୦୨୬ ଏସୀୟ କ୍ରୀଡ଼ା: ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ, ଜାଣନ୍ତୁ କେବେ?

September 21, 2026

ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 21, 2026
Latest News

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026

ସୋର ଷ୍ଟେସନରେ ମାଲବାହୀ ଟ୍ରେନର ୮ ବଗିରେ ଭୟାବହ ଅଗ୍ନିକାଣ୍ଡ

September 21, 2026

୩ ଦିନ ବ୍ୟାଙ୍କ ଧର୍ମଘଟ! ଟଙ୍କା ଉଠାଇବାଠାରୁ ବ୍ୟାଙ୍କ କାମ ପର୍ଯ୍ୟନ୍ତ, ଜାଣନ୍ତୁ କ’ଣ କରିବେ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.