ନୂଆଦିଲ୍ଲୀ: ନିର୍ବାଚନ କମିଶନ ୧୧ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି, ଯେଉଁଥିରେ ଉତ୍ତର ପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଅନ୍ତର୍ଭୁକ୍ତ। ଏହି ନିର୍ବାଚନ ଅକ୍ଟୋବର ୧୬ ତାରିଖରେ ତିନୋଟି ରାଜ୍ୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ ଏବଂ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯାଇପାରିବ।


